୧୭ କୋଟିର ଟିକା ନେଇ ବି ବଞ୍ଚିପାରିଲାନି ବେଦିକା

The Sakala Picture
Published On

ନୂଆଦିଲ୍ଲୀ : ମହାରାଷ୍ଟ୍ରର ସୌରଭ ସିନ୍ଧେ ଦମ୍ପତିଙ୍କ ଏକ ବର୍ଷର ଶିଶୁ କନ୍ୟା ବେଦିକା ସୌରଭ ସିନ୍ଧେ। ସେ ଏକ ବିରଳ ରୋଗରେ ପୀଡିତ ହୋଇ ଜୀବନମରଣ ସମସ୍ୟାରେ ପଡିଥିବା ଜାଣିବା ପରେ ନିଜର ଶିଶୁ କନ୍ୟାକୁ ବଞ୍ଚାଇବା ପାଇଁ ଏହି ଦମ୍ପତିଙ୍କ ନିଦ ହଜି ଯାଇଥିଲା। କୌଣସି ମତେ ଶିଶୁକୁ ବଞ୍ଚାଇବା ପାଇଁ ସିନ୍ଧେ ଦମ୍ପତି ଉଦ୍ୟମ ଆରମ୍ଭ କରିଥିଲେ। କିନ୍ତୁ ସେହି ରୋଗର ଚିକିତ୍ସା ପାଇଁ ଯେଉଁ ଇଞ୍ଜେକ୍ସନର ଆବଶ୍ୟକତା ରହିଥିଲା ତାହାର ମୂଲ୍ୟ […]

ନୂଆଦିଲ୍ଲୀ : ମହାରାଷ୍ଟ୍ରର ସୌରଭ ସିନ୍ଧେ ଦମ୍ପତିଙ୍କ ଏକ ବର୍ଷର ଶିଶୁ କନ୍ୟା ବେଦିକା ସୌରଭ ସିନ୍ଧେ। ସେ ଏକ ବିରଳ ରୋଗରେ ପୀଡିତ ହୋଇ ଜୀବନମରଣ ସମସ୍ୟାରେ ପଡିଥିବା ଜାଣିବା ପରେ ନିଜର ଶିଶୁ କନ୍ୟାକୁ ବଞ୍ଚାଇବା ପାଇଁ ଏହି ଦମ୍ପତିଙ୍କ ନିଦ ହଜି ଯାଇଥିଲା। କୌଣସି ମତେ ଶିଶୁକୁ ବଞ୍ଚାଇବା ପାଇଁ ସିନ୍ଧେ ଦମ୍ପତି ଉଦ୍ୟମ ଆରମ୍ଭ କରିଥିଲେ। କିନ୍ତୁ ସେହି ରୋଗର ଚିକିତ୍ସା ପାଇଁ ଯେଉଁ ଇଞ୍ଜେକ୍ସନର ଆବଶ୍ୟକତା ରହିଥିଲା ତାହାର ମୂଲ୍ୟ ଥିଲା ୧୭ କୋଟି ଟଙ୍କା। ଏକଥା ଶୁଣିଲା ପରେ ଦମ୍ପତିଙ୍କ ହୋସ ଉଡି ଯାଇଥିଲା ସତ କିନ୍ତୁ ସେମାନେ ନିରାଶ ହୋଇନଥିଲେ। ଅନଲାଇନ ବ୍ୟବସ୍ଥାରେ କ୍ରାଉଡ ଫଣ୍ଡିଂ ମାଧ୍ୟମରେ ସେମାନେ ଲୋକଙ୍କୁ ନିବେଦନ କରି ପ୍ରାୟ ୧୬ କୋଟି ଟଙ୍କା ସଂଗ୍ରହ କରିଥିଲେ।

ଆହୁରି ପଢ଼ନ୍ତୁ: ଫ୍ଲାଏ ଦୁବାଇ ବିମାନ କ୍ରାସ୍ ଉଦ୍ୟମ ପଣ୍ଡ: ଛୁରାମାଡ଼ ସତ୍ତ୍ୱେ ୧୮୦ ଯାତ୍ରୀଙ୍କ ଜୀବନ ବଞ୍ଚାଇ ହିରୋ ସାଜିଲେ ମୁମ୍ବାଇର ପାଇଲଟ୍ ସ୍ମିତ୍ ମଚ୍ଛର

ଏହି ଟିକା କେବଳ ଆମେରିକାରେ ପ୍ରସ୍ତୁତ ହେଉଥିବାବେଳେ ସେଠାରୁ ଏହାର ଆମଦାନୀ ପାଇଁ କେନ୍ଦ୍ର ସରକାର ମଧ୍ୟ ଟିକା ଉପରୁ ୪ କୋଟି ଟଙ୍କାର ଆମଦାନୀ ଶୁଳ୍କ ଛାଡ କରିଥିଲେ। ଟିକା ଭାରତରେ ପହଞ୍ଚିବା ପରେ ବେଦିକାଙ୍କୁ ଏହା ଦିଆଯାଇଥିଲା ଏବଂ ଖୁସିରେ ଆତ୍ମହରା ହୋଇ ସିନ୍ଧେ ଦମ୍ପତି ବିଶ୍ବସ୍ତରରେ ସହଯୋଗ ଯୋଗାଇ ଦେଇଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ କୃତଜ୍ଞତା ଜଣାଇଥିଲେ। ତେବେ ଏହି ଘଟଣାର ଏକ ମାସ ପରେ ସ୍ବାସ୍ଥ୍ୟାବସ୍ଥାରେ ଅବନତୀ ଘଟିବାରୁ ପୁଣେର ଦିନାନାଥ ମଙ୍ଗେସକର ହସ୍ପିଟାଲରେ ରବିବାର ସନ୍ଧ୍ୟାରେ ବେଦିକା ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ବେଦିକାଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଖବର ସମସ୍ତଙ୍କୁ ବ୍ୟଥିତ କରିଛି। ବେଦିକାଙ୍କୁ ସ୍ପାଇନାଲ ମସ୍କୁଲାର ଆଟ୍ରୋଫି(ଏମଏସଏ) ରୋଗ ହୋଇଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ବଦଳରେ ମୁମ୍ବାଇରୁ କାହିଁକି ଆନ୍ଦୋଳନ କରୁଛନ୍ତି ସିଜେପି ନେତା ଅଭିଜୀତ ଡିପକେ?

ଏହା ମୁଖ୍ୟ ସ୍ନାୟବିକ ବ୍ୟବସ୍ଥା ଏବଂ ମାଂସପେଶୀର ଗତିକୁ ପ୍ରଭାବିତ କରିଥିଲା। ଏହି ରୋଗର ଚିକିତ୍ସା ପାଇଁ ତାଙ୍କୁ ଗତ ମାସରେ ବିଶ୍ବର ସବୁଠାରୁ ମହଙ୍ଗା ଟିକା ଜୋଲଜେନ୍ସମା ଦିଆଯାଇଥିଲା। ଇଞ୍ଜେକ୍ସନ ଦେବା ପୂର୍ବରୁ ବେଦିକା ସବୁବେଳେ ଶର୍ଯ୍ୟାଶାୟୀ ଥିଲେ। କିନ୍ତୁ ଏହା ଦେବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲେ ବେଦିକାଙ୍କ ବାପା କହିଛନ୍ତି ଯେ ରବିବାର ସନ୍ଧ୍ୟାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ବିଗିଡି ଯାଇଥିଲା। ବେଦିକା ଠିକରେ ନିଶ୍ବାସପ୍ରଶ୍ବାସ ନେଇପାରୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥାବସ୍ଥା ସ୍ଥିର ହେବାରୁ ତାଙ୍କୁ ଦୀନାନାଥ ମଙ୍ଗେସକର ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ସଙ୍ଗେ ସଙ୍ଗେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଅକ୍ଲାନ୍ତ ପରିଶ୍ରମ ସତ୍ତ୍ବେ ଡାକ୍ତର ତାଙ୍କୁ ବଞ୍ଚାଇବାରେ ସକ୍ଷମ ହୋଇନଥିଲେ।

ଆହୁରି ପଢ଼ନ୍ତୁ: ସିଜେପି-କଂଗ୍ରେସ ମୁହାଁମୁହିଁ: 'ଆପ୍' ଇସାରାରେ ସିଜେପି ଚାଲୁଥିବା ନେଇ କଂଗ୍ରେସର ସାଂଘାତିକ ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର