ଆପର ସାଂଘାତିକ ଅଭିଯୋଗ: ଉପରାଜ୍ୟପାଳଙ୍କ ନିର୍ଦ୍ଦେଶରେ ସରକାରୀ ବଙ୍ଗଳାରୁ ଫିଙ୍ଗିଦେଲେ ମୁଖ୍ୟମନ୍ତ୍ରୀଙ୍କ ଜିନିଷପତ୍ର

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ଉପରାଜ୍ୟପାଳଙ୍କ ବିରୋଧରେ ଆମ ଆଦମୀ ପାର୍ଟିର ସାଂଘାତିକ ଅଭିଯୋଗ। ଉପରାଜ୍ୟପାଳଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ଆସବାବପତ୍ର ସରକାରୀ ବଙ୍ଗଳାରୁ ବାହାର କରିଦିଆଯାଇଥିବା ଅଭିଯୋଗ ହୋଇଛି। ସରକାରୀ ବଙ୍ଗଳାକୁ କବଜା କରିବାକୁ ଏପରି କରାଯାଉଥିବା ଆମ ଆଦମୀ ପାର୍ଟି ଅଭିଯୋଗ କରିଛି। ଉପ ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ଜିନିଷପତ୍ର ତାଙ୍କ ସରକାରୀ ବଙ୍ଗଳାରୁ ବାହାରକୁ ଫିଙ୍ଗି ଦିଆଯାଇଛି ବୋଲି ଆପ ଅଭିଯୋଗ କରିଛି। ଫ୍ଲାଗଷ୍ଟାଫ ରୋଡରେ ଥିବା ସରକାରୀ ବଙ୍ଗଳରେ ଏପରି ଘଟଣା ଘଟିଛି। […]

ନୂଆଦିଲ୍ଲୀ: ଦିଲ୍ଲୀ ଉପରାଜ୍ୟପାଳଙ୍କ ବିରୋଧରେ ଆମ ଆଦମୀ ପାର୍ଟିର ସାଂଘାତିକ ଅଭିଯୋଗ। ଉପରାଜ୍ୟପାଳଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ଆସବାବପତ୍ର ସରକାରୀ ବଙ୍ଗଳାରୁ ବାହାର କରିଦିଆଯାଇଥିବା ଅଭିଯୋଗ ହୋଇଛି। ସରକାରୀ ବଙ୍ଗଳାକୁ କବଜା କରିବାକୁ ଏପରି କରାଯାଉଥିବା ଆମ ଆଦମୀ ପାର୍ଟି ଅଭିଯୋଗ କରିଛି। ଉପ ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ଜିନିଷପତ୍ର ତାଙ୍କ ସରକାରୀ ବଙ୍ଗଳାରୁ ବାହାରକୁ ଫିଙ୍ଗି ଦିଆଯାଇଛି ବୋଲି ଆପ ଅଭିଯୋଗ କରିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ଫ୍ଲାଗଷ୍ଟାଫ ରୋଡରେ ଥିବା ସରକାରୀ ବଙ୍ଗଳରେ ଏପରି ଘଟଣା ଘଟିଛି। ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ କବଜା କରିବା ପାଇଁ ବିଜେପି ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଛି ଆପ। ସିଭିଲ ଲାଇନ୍ସର ୬ ଫ୍ଲାଗଷ୍ଟାଫ ରୋଡ୍‌ରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ବଳପୂର୍ବକ ଖାଲି କରାଯାଇଛି ବୋଲି ଦିଲ୍ଲୀ ସିଏମଓ ପକ୍ଷରୁ ଏକ ବିବୃତିରେ କୁହାଯାଇଛି । ଉପ ରାଜ୍ୟପାଳ ସକ୍ସେନା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ବିଜେପିର ଜଣେ ନେତାଙ୍କୁ ଦେବାକୁ ଚାହୁଁଛନ୍ତି। ଏକାଧିକ ପେଟିରେ ଜିନିଷପତ୍ରକୁ ଟ୍ରଲିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ଅନ୍ୟତ୍ର ନିଆଯାଉଥିବା ଦେଖିବାକୁ ମିଳୁଛି। ଜିନିଷ ବାହାର କରିବା ପରେ ବାସଭବନକୁ ବନ୍ଦ କରି ଦିଆଯାଇଛି।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର