କୋଭିସିଲ୍ଡରେ ରହିଛି ପାର୍ଶ୍ୱପ୍ରତିକ୍ରିୟା, ଦୋଷ ସ୍ବୀକାର କଲା ଟିକା କମ୍ପାନୀ ଏଷ୍ଟ୍ରାଜେନେକା

The Sakala Picture
Published On

ନୂଆଦିଲ୍ଲୀ: କୋରୋନା ଭ୍ୟାକ୍ସିନକୁ ନେଇ କୋଭିସିଲ୍ଡ ଟିକା କମ୍ପାନୀ ଏଷ୍ଟ୍ରାଜେନେକାର ବଡ ଖୁଲାସା କରିଛି। କୋରୋନା ଭ୍ୟାକ୍ସିନର ସାଇଡ ଇଫେକ୍ଟ ଦସ୍ତାବିଜକୁ ନେଇ ପ୍ରଥମ ଥର କୋର୍ଟରେ ସ୍ବୀକାର କରିଛି କମ୍ପାନୀ । କୋଭିଡ -୧୯ ଭ୍ୟାକ୍ସିନ କାରଣରୁ ରକ୍ତ ଜମାଟ ଭଳି ପ୍ରଭାବ ଶରୀରରେ ଦେଖାଦେଇଥାଏ । ବ୍ରିଟିଶ ଖବରକାଗଜ ଦ ଡେଲି ମେଲ ଅନୁସାରେ ଅଧିକାଂଶ ପରିବାର କୋରୋନା ଭ୍ୟାକ୍ସିନରୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଥିବା ଅଭିଯୋଗ କରି କୋର୍ଟରେ ଆବେଦନ କରିଥିଲେ । ଏହାପରେ […]

ନୂଆଦିଲ୍ଲୀ: କୋରୋନା ଭ୍ୟାକ୍ସିନକୁ ନେଇ କୋଭିସିଲ୍ଡ ଟିକା କମ୍ପାନୀ ଏଷ୍ଟ୍ରାଜେନେକାର ବଡ ଖୁଲାସା କରିଛି। କୋରୋନା ଭ୍ୟାକ୍ସିନର ସାଇଡ ଇଫେକ୍ଟ ଦସ୍ତାବିଜକୁ ନେଇ ପ୍ରଥମ ଥର କୋର୍ଟରେ ସ୍ବୀକାର କରିଛି କମ୍ପାନୀ । କୋଭିଡ -୧୯ ଭ୍ୟାକ୍ସିନ କାରଣରୁ ରକ୍ତ ଜମାଟ ଭଳି ପ୍ରଭାବ ଶରୀରରେ ଦେଖାଦେଇଥାଏ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ବ୍ରିଟିଶ ଖବରକାଗଜ ଦ ଡେଲି ମେଲ ଅନୁସାରେ ଅଧିକାଂଶ ପରିବାର କୋରୋନା ଭ୍ୟାକ୍ସିନରୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଥିବା ଅଭିଯୋଗ କରି କୋର୍ଟରେ ଆବେଦନ କରିଥିଲେ । ଏହାପରେ ଏହି କମ୍ପାନୀ ଭ୍ୟାକ୍ସିନ କାରଣରୁ ସ୍ବାସ୍ଥ୍ୟଗତ ସମସ୍ୟା ହେଉଥିବା ନେଇ କୋର୍ଟରେ ସ୍ବୀକାର କରିଥିଲା ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ଜୈମି ସ୍କଟ ଏଷ୍ଟ୍ରାଜେନେକା ବିରୁଦ୍ଧରେ ମାମଲା ଦାଏର କରିଥିଲେ । ଗତ ଏପ୍ରିଲ ୨୦୨୧ରେ ସେ କୋରୋନା ଭ୍ୟାକ୍ସିନ ନେଇଥିଲେ । ଯାହାପରେ ତାଙ୍କୁ ମସ୍ତିଷ୍କ ଜନିତ ସମସ୍ୟା ଦେଇ ଗତି କରିବାକୁ ପଡିଥିଲା । ସ୍କଟଙ୍କ ସମେତ ଅନ୍ୟ କେତେକ ରୋଗୀ ଞଞଝ ଭଳି ରୋଗରେ ପୀଡିତ ହୋଇଥିଲେ । ଏହି ସମସ୍ତ କମ୍ପାନୀ ବିରୁଦ୍ଧରେ କୋର୍ଟରେ ଆବେଦନ କରି କ୍ଷତିପୂରଣ ପାଇଁ ଦଗାବି କରିଥିଲେ ଆବେଦନକାରୀ ।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

କୋରୋନା ମହାମାରୀ ସମୟରେ ଭାଇରସର ମୁକାବିଲା ପାଇଁ ଏଷ୍ଟ୍ରାଜେନେକା ଅକ୍ସଫୋର୍ଡ ସହ ମିଶି କୋଭିଡ ଭ୍ୟାକ୍ସିନ ପ୍ରସ୍ତୁତ କରିଥିଲେ । ସେହିପରି ଭାରତୀୟ କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ ଏଷ୍ଟ୍ରାଜେନେକା ସହ ବୁଝାମଣା କରି କୋଭିସିଲ୍ଡ ଭ୍ୟାକ୍ସିନ ତିଆରି କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର