ଲଖୀମପୁର ଖେରୀ ମାମଲାରେ ଆଶୀଷ ମିଶ୍ରାଙ୍କ ଜାମିନ ରଦ୍ଦ

The Sakala Picture
Published On

ନୂଆଦିଲ୍ଲୀ: ଲଖିମପୁର ଖିରି କାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶୀଷ ମିଶ୍ରାଙ୍କୁ ପୁଣି ଜେଲ ଯିବାକୁ ପଡିବ । ସୁପ୍ରିମକୋର୍ଟ୍ ସୋମବାର ଦିନ ଆହ୍ଲାବାଦ ହାଇକୋର୍ଟଙ୍କ ପ୍ରଦତ୍ତ ଜାମିନକୁ ରଦ୍ଦ କରିଦେଇଛନ୍ତି । ଆଶୀଷଙ୍କ ଜାମିନକୁ ରଦ୍ଦ କରି ସୁପ୍ରିମ କୋର୍ଟ ତାଙ୍କୁ ଆଗାମୀ ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ଆଦେଶ ଦେଇଛନ୍ତି । ଜାମିନ ରଦ୍ଦ କରି ସୁପ୍ରିମ କୋର୍ଟ କହିଛନ୍ତି ଯେ, ଆହ୍ଲାବାଦ ହାଇକୋର୍ଟ୍ […]

ନୂଆଦିଲ୍ଲୀ: ଲଖିମପୁର ଖିରି କାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶୀଷ ମିଶ୍ରାଙ୍କୁ ପୁଣି ଜେଲ ଯିବାକୁ ପଡିବ । ସୁପ୍ରିମକୋର୍ଟ୍ ସୋମବାର ଦିନ ଆହ୍ଲାବାଦ ହାଇକୋର୍ଟଙ୍କ ପ୍ରଦତ୍ତ ଜାମିନକୁ ରଦ୍ଦ କରିଦେଇଛନ୍ତି । ଆଶୀଷଙ୍କ ଜାମିନକୁ ରଦ୍ଦ କରି ସୁପ୍ରିମ କୋର୍ଟ ତାଙ୍କୁ ଆଗାମୀ ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ଆଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବିବାହ ପୂର୍ବରୁ ଆଇଏଏସ୍: 'ଚାକିରି ପରେ ଯାଇ କରିବି ବାହାଘର', ପୂରଣ ହେଲା ଅମନଦୀପଙ୍କ ଶପଥ

ଜାମିନ ରଦ୍ଦ କରି ସୁପ୍ରିମ କୋର୍ଟ କହିଛନ୍ତି ଯେ, ଆହ୍ଲାବାଦ ହାଇକୋର୍ଟ୍ ଦ୍ୱାରା ଦିଆଯାଇଥିବା ଜାମିନ ତରବରିଆ ନିଷ୍ପତ୍ତି ଥିଲା । ହାଇକୋର୍ଟ ପୀଡିତ ପକ୍ଷକୁ ନଶୁଣି ଏକତରଫା ଜାମିନ ଦେଇଥିଲେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ପୀଡିତ ପକ୍ଷ ଓ ଅନ୍ୟ ବିନ୍ଦୁ ଉପରେ ବିଚାର କରି ସର୍ବୋଚ୍ଚ ଅଦାଲତ ତୁରନ୍ତ ଜାମିନ ରଦ୍ଦ କରିବାକୁ କହିଥିଲେ ।

ଆହୁରି ପଢ଼ନ୍ତୁ: ଗୋରଖପୁରରେ ନୃଶଂସ କାଣ୍ଡ: କୁରାଢ଼ିରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ, ପୁଅକୁ ମାରିବାକୁ ଗୋଡ଼ାଇ ନିଜେ ପୋଲିସକୁ କଲା ଫୋନ୍

ଆଶୀଷ ମିଶ୍ରାଙ୍କୁ ମଧ୍ୟ ମିଳିଲା ଆଶ୍ୱସ୍ତି
ତେବେ ଆଶୀଶ ମିଶ୍ରାଙ୍କ ପାଇଁ ଆଶ୍ୱସ୍ତିର ଖବର ହେଉଛି ଯେ, ସେ ପୁଣିଥରେ ଜାମିନ ପାଇଁ ଆବେଦନ କରିପାରିବେ । ସୁପ୍ରିମକୋର୍ଟ ତାଙ୍କୁ ହାଇକୋର୍ଟରେ ପୁଣିଥରେ ଜାମିନ ଆବେଦନ କରିବାକୁ କହିଛନ୍ତି । ଅର୍ଥାତ ଆଶୀଷଙ୍କ ପାଇଁ ଏବେ ମଧ୍ୟ ଗୋଟିଏ ଦ୍ୱାରା ଖୋଲା ଅଛି ।

ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ କହିଲେ ଟିକାଏତ
ଆଶୀଷଙ୍କ ଜାମିନ ଆବେଦନ ରଦ୍ଦ ସଂକ୍ରାନ୍ତୀୟ ଆଦେଶ ପାଇଁ ଚାଷୀ ନେତା ରାକେଶ ଟିକାଏତ ସୁପ୍ରମକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ, ଏକ ସଠିକ ନିଷ୍ପତ୍ତି ନେଇଥିବା ସୁପ୍ରିମକୋର୍ଟଙ୍କୁ ଆମେ ଧନ୍ୟବାଦ ଜଣାଇବାକୁ ଚାହୁଁଛୁ । ସରକାରଙ୍କ ତରଫରୁ ନରମନୀତି ଆପଣାଯାଇଥିଲା । ସରକାର ମନ୍ତ୍ରୀଙ୍କ ସପକ୍ଷରେ ଛିଡା ହୋଇଛି ।

୧୨୯ ଦିନ ଥିଲେ ଜେଲରେ
ଆହ୍ଲାବାଦ ହାଇକୋର୍ଟ ଫେବ୍ରୁଆରୀ ୧୦ ତାରିଖରେ ଆଶୀଷଙ୍କୁ ଜାମିନ ଦେଇଥିଲେ । ଫେବ୍ରୁଆରି ୧୫ ତାରିଖରେ ଆଶୀଷ ୧୨୯ ଦିନ ଜେଲରେ ରହିବା ପରେ ବାହାରକୁ ଆସିଥିଲେ । ସୂଚନାଯୋଗ୍ୟ ଯେ, ଲଖିମପୁର ଖୀରିର ତିକୁନିଆରେ ଅକ୍ଟୋବର ୩ ତାରିଖ ଦିନ ଆନ୍ଦୋଳନକାରୀ ଚାଷୀଙ୍କ ଉପରେ ଗାଡି ଚଢିଯାଇଥିଲା । ତିନୋଟି ଗାଡି ଚାଷୀଙ୍କ ଉପରକୁ ମାଡିଯାଇଥିଲା । ଏହି ଗାଡି ମଧ୍ୟରୁ ଗୋଟିକରେ ଆଶୀଷ ଥିଲେ । ଯେଉଁଥିର ୪ ଜଣ ଚାଷୀଙ୍କ ସହିତ ୮ ଜଣ ପ୍ରାଣ ହରାଇଥିଲେ ।

18 Apr 2022 By The Sakala

ଲଖୀମପୁର ଖେରୀ ମାମଲାରେ ଆଶୀଷ ମିଶ୍ରାଙ୍କ ଜାମିନ ରଦ୍ଦ

ନୂଆଦିଲ୍ଲୀ: ଲଖିମପୁର ଖିରି କାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶୀଷ ମିଶ୍ରାଙ୍କୁ ପୁଣି ଜେଲ ଯିବାକୁ ପଡିବ । ସୁପ୍ରିମକୋର୍ଟ୍ ସୋମବାର ଦିନ ଆହ୍ଲାବାଦ ହାଇକୋର୍ଟଙ୍କ ପ୍ରଦତ୍ତ ଜାମିନକୁ ରଦ୍ଦ କରିଦେଇଛନ୍ତି । ଆଶୀଷଙ୍କ ଜାମିନକୁ ରଦ୍ଦ କରି ସୁପ୍ରିମ କୋର୍ଟ ତାଙ୍କୁ ଆଗାମୀ ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ଆଦେଶ ଦେଇଛନ୍ତି ।

ଜାମିନ ରଦ୍ଦ କରି ସୁପ୍ରିମ କୋର୍ଟ କହିଛନ୍ତି ଯେ, ଆହ୍ଲାବାଦ ହାଇକୋର୍ଟ୍ ଦ୍ୱାରା ଦିଆଯାଇଥିବା ଜାମିନ ତରବରିଆ ନିଷ୍ପତ୍ତି ଥିଲା । ହାଇକୋର୍ଟ ପୀଡିତ ପକ୍ଷକୁ ନଶୁଣି ଏକତରଫା ଜାମିନ ଦେଇଥିଲେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ପୀଡିତ ପକ୍ଷ ଓ ଅନ୍ୟ ବିନ୍ଦୁ ଉପରେ ବିଚାର କରି ସର୍ବୋଚ୍ଚ ଅଦାଲତ ତୁରନ୍ତ ଜାମିନ ରଦ୍ଦ କରିବାକୁ କହିଥିଲେ ।

ଆଶୀଷ ମିଶ୍ରାଙ୍କୁ ମଧ୍ୟ ମିଳିଲା ଆଶ୍ୱସ୍ତି
ତେବେ ଆଶୀଶ ମିଶ୍ରାଙ୍କ ପାଇଁ ଆଶ୍ୱସ୍ତିର ଖବର ହେଉଛି ଯେ, ସେ ପୁଣିଥରେ ଜାମିନ ପାଇଁ ଆବେଦନ କରିପାରିବେ । ସୁପ୍ରିମକୋର୍ଟ ତାଙ୍କୁ ହାଇକୋର୍ଟରେ ପୁଣିଥରେ ଜାମିନ ଆବେଦନ କରିବାକୁ କହିଛନ୍ତି । ଅର୍ଥାତ ଆଶୀଷଙ୍କ ପାଇଁ ଏବେ ମଧ୍ୟ ଗୋଟିଏ ଦ୍ୱାରା ଖୋଲା ଅଛି ।

ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ କହିଲେ ଟିକାଏତ
ଆଶୀଷଙ୍କ ଜାମିନ ଆବେଦନ ରଦ୍ଦ ସଂକ୍ରାନ୍ତୀୟ ଆଦେଶ ପାଇଁ ଚାଷୀ ନେତା ରାକେଶ ଟିକାଏତ ସୁପ୍ରମକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ, ଏକ ସଠିକ ନିଷ୍ପତ୍ତି ନେଇଥିବା ସୁପ୍ରିମକୋର୍ଟଙ୍କୁ ଆମେ ଧନ୍ୟବାଦ ଜଣାଇବାକୁ ଚାହୁଁଛୁ । ସରକାରଙ୍କ ତରଫରୁ ନରମନୀତି ଆପଣାଯାଇଥିଲା । ସରକାର ମନ୍ତ୍ରୀଙ୍କ ସପକ୍ଷରେ ଛିଡା ହୋଇଛି ।

୧୨୯ ଦିନ ଥିଲେ ଜେଲରେ
ଆହ୍ଲାବାଦ ହାଇକୋର୍ଟ ଫେବ୍ରୁଆରୀ ୧୦ ତାରିଖରେ ଆଶୀଷଙ୍କୁ ଜାମିନ ଦେଇଥିଲେ । ଫେବ୍ରୁଆରି ୧୫ ତାରିଖରେ ଆଶୀଷ ୧୨୯ ଦିନ ଜେଲରେ ରହିବା ପରେ ବାହାରକୁ ଆସିଥିଲେ । ସୂଚନାଯୋଗ୍ୟ ଯେ, ଲଖିମପୁର ଖୀରିର ତିକୁନିଆରେ ଅକ୍ଟୋବର ୩ ତାରିଖ ଦିନ ଆନ୍ଦୋଳନକାରୀ ଚାଷୀଙ୍କ ଉପରେ ଗାଡି ଚଢିଯାଇଥିଲା । ତିନୋଟି ଗାଡି ଚାଷୀଙ୍କ ଉପରକୁ ମାଡିଯାଇଥିଲା । ଏହି ଗାଡି ମଧ୍ୟରୁ ଗୋଟିକରେ ଆଶୀଷ ଥିଲେ । ଯେଉଁଥିର ୪ ଜଣ ଚାଷୀଙ୍କ ସହିତ ୮ ଜଣ ପ୍ରାଣ ହରାଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର