ବହୁ ଚର୍ଚ୍ଚିତ ଆଧ୍ୟାତ୍ମିକ ଗୁରୁ ଆଶାରାମ ବାପୁଙ୍କୁ ଆଜୀବନ ଜେଲ୍

The Sakala Picture
Published On

ଗାନ୍ଧିନଗର:  ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡାଦେଶ ଘୋଷଣା କଲେ ଗାନ୍ଧିନଗର କୋର୍ଟ । ୨୦୧୩ ଦୁଷ୍କର୍ମ ମାମଲାରେ କୋର୍ଟ ଦଣ୍ଡ ଘୋଷଣା କଲେ । ଗତକାଲି ଏହି ମାମଲାରେ ଦୌରାଜଜ ଡି.କେ. ସୋନି ୬ ଅଭିଯୁକ୍ତଙ୍କୁ ଖଲାସ କରିଥିବାବେଳେ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଖଲାସ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ସ୍ତ୍ରୀ ଲକ୍ଷ୍ମୀବେନ, କନ୍ୟା ଓ ଅନ୍ୟ ୪ ଶିଷ୍ୟ । ସେପଟେ ଦୌରାଜଜଙ୍କ ରାୟକୁ ଗୁଜରାଟ ହାଇକୋର୍ଟରେ ଚାଲେଞ୍ଜ କରାଯିବ ବୋଲି କହିଛନ୍ତି […]

ଗାନ୍ଧିନଗର:  ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡାଦେଶ ଘୋଷଣା କଲେ ଗାନ୍ଧିନଗର କୋର୍ଟ । ୨୦୧୩ ଦୁଷ୍କର୍ମ ମାମଲାରେ କୋର୍ଟ ଦଣ୍ଡ ଘୋଷଣା କଲେ । ଗତକାଲି ଏହି ମାମଲାରେ ଦୌରାଜଜ ଡି.କେ. ସୋନି ୬ ଅଭିଯୁକ୍ତଙ୍କୁ ଖଲାସ କରିଥିବାବେଳେ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଖଲାସ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ସ୍ତ୍ରୀ ଲକ୍ଷ୍ମୀବେନ, କନ୍ୟା ଓ ଅନ୍ୟ ୪ ଶିଷ୍ୟ । ସେପଟେ ଦୌରାଜଜଙ୍କ ରାୟକୁ ଗୁଜରାଟ ହାଇକୋର୍ଟରେ ଚାଲେଞ୍ଜ କରାଯିବ ବୋଲି କହିଛନ୍ତି ଆଶାରାମଙ୍କ ଓକିଲ । ଅଭିଯୋଗ ଅନୁସାରେ ୨୦୦୧ରୁ ୨୦୦୬ ମଧ୍ୟରେ ଅହମ୍ମଦାବାଦର ମୋଟେରା ଅନ୍ତର୍ଗତ ଆଶ୍ରମରେ ସୁରଟର ଜଣେ ଶିଷ୍ୟାଙ୍କୁ ଗଡମ୍ୟାନ ଆଶାରାମ ଦୁଷ୍କର୍ମ କରିଥିଲେ ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ଏନେଇ ସେ ଆଶାରାମ ଓ ଅନ୍ୟ ୬ ଜଣଙ୍କ ବିରୋଧରେ ସେ ୨୦୧୩ ଅକ୍ଟୋବର ୬ ତାରିଖରେ ଅହମ୍ମଦାବାଦର ଚାନ୍ଦଖେଦା ଥାନାରେ ଏତଲା ଦାୟର କରିଥିଲେ । ୨୦୧୪ ଜୁଲାଇରେ ମାମଲାର ଚାର୍ଜସିଟ ଦାୟର ହୋଇଥିଲା । ତାଙ୍କ ବିରୋଧରେ ଧାରା ୩୭୬, ୩୭୭, ୩୪୨, ୩୫୪, ୩୫୭, ୫୦୬ ରୁଜୁ ହୋଇଥିଲା ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

୨୦୧୩ରେ ରାଜସ୍ଥାନରେ ଥିବା ଆଶ୍ରମରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗ କ୍ରମେ ବର୍ତ୍ତମାନ ୮୧ ବର୍ଷ ବୟସ୍କ ଆଶାରାମ ଯୋଧପୁର ଜେଲରେ ରହିଛନ୍ତି । ଏହି ମାମଲାରେ ୨୦୧୮ ଏପ୍ରିଲ ୨୫ରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ଯୋଧପୁର କୋର୍ଟ।

ଏହା ସହ ଅନ୍ୟ ୨ ଶିଷ୍ୟଙ୍କୁ ୨୦ ବର୍ଷ ଲେଖାଏ ଜେଲଦଣ୍ଡ ଶୁଣାଇଥିଲେ କୋର୍ଟ। ଦୁଷ୍କର୍ମ ଅଭିଯୋଗ କ୍ରମେ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇଙ୍କୁ ଗତ ଏପ୍ରିଲ ୨୦୧୯ରେ ସୁରଟର ଏକ ଦୌରାଜଜ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର