ୟୁପିରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ

The Sakala Picture
Published On

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୋଟ ୪୦୩ଟି ବିଧାନସଭା ଆସନରୁ ଏପର୍ଯ୍ୟନ୍ତ ବିଜେପି ୨୭୦ଟି ଆସନ ପାର କରିସାରିଛି। ୩୭ ବର୍ଷ ପରେ ପ୍ରଥମ ଥର ପାଇଁ ବହୁମତ ସହ ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଯାଉଛି ବିଜେପି । ୟୁପିରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ । ୨୦୧୭ ପରେ ୨୦୨୨ରେ ଭାରତୀୟ ଜନତା ପାର୍ଟି ପୁଣି ଥରେ ପୂର୍ଣ୍ଣ ବହୁମତ ସହ ସରକାର ଗଢ଼ବାକୁ ଯାଉଛି ।ଏହା ପୂର୍ବରୁ ୩୭ ବର୍ଷ ପୂର୍ବେ କୌଣସି […]

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୋଟ ୪୦୩ଟି ବିଧାନସଭା ଆସନରୁ ଏପର୍ଯ୍ୟନ୍ତ ବିଜେପି ୨୭୦ଟି ଆସନ ପାର କରିସାରିଛି। ୩୭ ବର୍ଷ ପରେ ପ୍ରଥମ ଥର ପାଇଁ ବହୁମତ ସହ ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଯାଉଛି ବିଜେପି । ୟୁପିରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ । ୨୦୧୭ ପରେ ୨୦୨୨ରେ ଭାରତୀୟ ଜନତା ପାର୍ଟି ପୁଣି ଥରେ ପୂର୍ଣ୍ଣ ବହୁମତ ସହ ସରକାର ଗଢ଼ବାକୁ ଯାଉଛି ।ଏହା ପୂର୍ବରୁ ୩୭ ବର୍ଷ ପୂର୍ବେ କୌଣସି ରାଜନୈତିକ ଦଳ ଲଗାତର ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିଥିଲେ । ୧୯୮୦ ଓ ୧୯୮୫ରେ ଏପରି ହୋଇଥିଲା ଯେତେବେଳେ କୌଣସି ସରକାର ପୂର୍ଣ୍ଣ ବହୁମତ ସହ ସରକାର ଗଢ଼ିଥିଲେ । ୧୯୮୦ରେ କଂଗ୍ରେସ ୩୦୯ ଆସନରେ ବିଜୟ ଲାଭ କରି ସରକାର ଗଢ଼ିଥିବାବେଳେ ୧୯୮୫ରେ ୨୬୯ ଆସନରେ ବିଜୟ ଲାଭ କରି ସରକାର ଗଢ଼ିଥିଲା ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ସୂଚନା ଅନୁସାରେ ଆଜି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଉଛି । ଯଦି ଉତ୍ତରପ୍ରଦେଶ କଥା କହିବା ତାହାଲେ ବର୍ତ୍ତମାନ ସୁଦ୍ଧା ଉତ୍ତରପ୍ରଦେଶ ୪୦୩ ଆସନର ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି । ଏହି ୪୦୩ ଆସନରେ ଆସିଥିବା ପ୍ରାରମ୍ଭିକ ଟ୍ରେଣ୍ଡ ପ୍ରଚଣ୍ଡ ବିଜୟ ହାସଲ କରୁଛି ଭାରତୀୟ ଜନତା ପାର୍ଟି । ୪୦୩ ଆସନରୁ ୨୭୩ ଆସନରେ ଆଗରେ ରହିଛି ବିଜେପି । ସେହପରି ୧୨୧ଟି ଆସନରେ ସମାଜବାଦୀ ପାର୍ଟି, ୩ଟି ଆସନରେ ବିଏସପି, ୩ଟି ଆସନରେ କଂଗ୍ରେସ ଓ ଗୋଟିଏ ଆସନରେ ଅନ୍ୟାନ ଦଳ ଆଗରେ ରହିଛି ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର