ପୁତିନଙ୍କୁ ଚେଚନିଆ ନେତାଙ୍କ ଆହ୍ବାନ : ଆଖୀ ବୁଜିଦିଅ, ଦୁଇ ଦିନରେ ଖେଳ ସାରିଦେବି
ମସ୍କୋ : ୟୁକ୍ରେନରେ ରୁଷିଆର ଆକ୍ରମଣ ନବମ ଦିନରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୟୁକ୍ରେନର ବହୁ ବଡ଼ ସହର ଧ୍ବଂସ ବିଧ୍ବସ୍ତ ହୋଇପଡ଼ିଥିବା ବେଳେ ଶୁକ୍ରବାର ୟୁରୋପର ସର୍ବବୃହତ ଆଣବିକ କେନ୍ଦ୍ରକୁ ରୁଷିଆ ସେନା କବଜା କରିଛି। ଏହାସତ୍ତ୍ବେ ରାଜଧାନୀ କିଭ୍କୁ ଅକ୍ତିଆର କରିପାରି ନାହିଁ। ତେବେ ଏହା ମଧ୍ୟରେ ରୁଷିଆର ଚେଚନିଆ ପ୍ରଦେଶର ନେତା ରମଜାନ କାଡ୍ରିଓଭ ରାଷ୍ଟ୍ରପତି ପୁତିନଙ୍କ ପ୍ରତି ଏକ ବଡ଼ ବୟାନ ଜାରି କରିଛନ୍ତି। ରମଜାନ ଏବେ ରୁଷିଆ ସେନାର ମେଜର […]
ମସ୍କୋ : ୟୁକ୍ରେନରେ ରୁଷିଆର ଆକ୍ରମଣ ନବମ ଦିନରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୟୁକ୍ରେନର ବହୁ ବଡ଼ ସହର ଧ୍ବଂସ ବିଧ୍ବସ୍ତ ହୋଇପଡ଼ିଥିବା ବେଳେ ଶୁକ୍ରବାର ୟୁରୋପର ସର୍ବବୃହତ ଆଣବିକ କେନ୍ଦ୍ରକୁ ରୁଷିଆ ସେନା କବଜା କରିଛି। ଏହାସତ୍ତ୍ବେ ରାଜଧାନୀ କିଭ୍କୁ ଅକ୍ତିଆର କରିପାରି ନାହିଁ। ତେବେ ଏହା ମଧ୍ୟରେ ରୁଷିଆର ଚେଚନିଆ ପ୍ରଦେଶର ନେତା ରମଜାନ କାଡ୍ରିଓଭ ରାଷ୍ଟ୍ରପତି ପୁତିନଙ୍କ ପ୍ରତି ଏକ ବଡ଼ ବୟାନ ଜାରି କରିଛନ୍ତି। ରମଜାନ ଏବେ ରୁଷିଆ ସେନାର ମେଜର ଜେନେରାଲ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନେତୃତ୍ବରେ ୟୁକ୍ରେନରେ ସେନା ଯୁଦ୍ଧ ଅଭିଯାନରେ ସାମିଲ ରହିଛି। ସେ ପୁତିନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ଆପଣ ଆଖୀବୁଜି ନିର୍ଦ୍ଦେଶ ଦିଅନ୍ତୁ ; ଦୁଇ ଦିନ ମଧ୍ୟରେ ସବୁ କିଛି ଶେଷ କରିଦେବି। ରମଜାନ ଏବଂ ପୁତିନଙ୍କ ସମ୍ପର୍କ ଅତି ନିବିଡ଼ ରହିଥିବା ବେଳେ ତାଙ୍କ ଉପରେ ପୁତିନଙ୍କ ମଧ୍ୟ ଆଗାଧ ବିଶ୍ବାସ ରହିଛି। ତେବେ ରମଜାନଙ୍କ ଏଭଳି ବୟାନ କିଭ ଦଖଲ କରିବାରେ ରୁଷିଆ ସେନା ପାଇଁ କିଛି ପ୍ରତିବନ୍ଧକ ରହିଥିବା କୁହାଯାଉଛି।