ଭାରତୀୟଙ୍କ ପାଇଁ ଜରୁରୀକାଳୀନ ଆଡଭାଇଜରି, ଆଜି ତୁରନ୍ତ ଖାରକିଭ ଛାଡନ୍ତୁ

The Sakala Picture
Published On

କିଭ୍‌ : ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଋଷିଆ ସେନା ୟୁକ୍ରେନର ଅନେକ ସହର ଉପରେ ବିସ୍ଫୋରଣ ଜାରି ରଖିଛି। ଦିନକୁ ଦିନ ରୁଷର ଆକ୍ରମଣ ଯୋଗୁ ୟୁକ୍ରେନର ଦ୍ୱିତୀୟ ବଡ଼ ସହର ଖାରକିଭ୍‌ରେ ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇଯାଇଛି। ରୁଷ ଚାରିପଟୁ ଘେରି ଖାରକିଭରେ ଆକ୍ରମଣ କରୁଥିବାରୁ ସେଠାରେ ଫସିଥିବା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହାରି ମଧ୍ୟରେ ଭାରତୀୟ ଦୂତାବାସ ପକ୍ଷରୁ ଆଉ ଏକ ନୂତନ ଜରୁରୀକାଳୀନ […]

କିଭ୍‌ : ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଋଷିଆ ସେନା ୟୁକ୍ରେନର ଅନେକ ସହର ଉପରେ ବିସ୍ଫୋରଣ ଜାରି ରଖିଛି। ଦିନକୁ ଦିନ ରୁଷର ଆକ୍ରମଣ ଯୋଗୁ ୟୁକ୍ରେନର ଦ୍ୱିତୀୟ ବଡ଼ ସହର ଖାରକିଭ୍‌ରେ ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇଯାଇଛି। ରୁଷ ଚାରିପଟୁ ଘେରି ଖାରକିଭରେ ଆକ୍ରମଣ କରୁଥିବାରୁ ସେଠାରେ ଫସିଥିବା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହାରି ମଧ୍ୟରେ ଭାରତୀୟ ଦୂତାବାସ ପକ୍ଷରୁ ଆଉ ଏକ ନୂତନ ଜରୁରୀକାଳୀନ ଆଡଭାଇଜରି ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଗୋରଖପୁରରେ ନୃଶଂସ କାଣ୍ଡ: କୁରାଢ଼ିରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ, ପୁଅକୁ ମାରିବାକୁ ଗୋଡ଼ାଇ ନିଜେ ପୋଲିସକୁ କଲା ଫୋନ୍

ଦୂତାବାସ ୟୁକ୍ରେନର ଦ୍ଵିତୀୟ ବଡ ସହର ଖାରକିଭକୁ ତୁରନ୍ତ ଛାଡିବାକୁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି। କେବଳ ଏତିକି ନୁହେଁ ୟୁକ୍ରେନ ସମୟ ସନ୍ଧ୍ୟା ୬ଟା ସୁଦ୍ଧା ଖାରକିଭ ଛାଡିବାକୁ କୁହାଯାଇଛି। ଆଡଭାଇଜରିରେ ଖାରକିଭ ଛାଡି ୩ଟି ସ୍ଥାନ ପେସୋଚିନ, ବାବାୟେ, ବେଜଲୁଡୋକା ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ଯେ କୌଣସି ପରିସ୍ଥିତିରେ ଆଜି ୟୁକ୍ରେନ ସମୟ ସନ୍ଧ୍ୟା ୬ଟା ସୁଦ୍ଧା ଏହି ସବୁ ସ୍ଥାନକୁ ପହଞ୍ଚିବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ଭାରତୀୟ ଦୂତାବାସ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ ନିଜର ସୁରକ୍ଷା ପାଇଁ ଭାରତୀୟମାନେ ତୁରନ୍ତ ଖାରକିଭ ଛାଡ଼ି ଦିଅନ୍ତୁ। ସେମାନେ ଖାରକିଭରୁ ବାହାରି ପିସୋଚିନ, ବେଜଲୟୁଡୋଭାକ ଓ ବାବୟେକୁ ଚାଲି ଯାଆନ୍ତୁ। ୟୁକ୍ରେନ ସମୟ ସନ୍ଧ୍ୟା ୬ଟା ସୁଦ୍ଧା ଏହି ସବୁ ସ୍ଥାନ ଅଭିମୁଖେ ଭାରତୀୟମାନେ ବାହାରି ଯାଆନ୍ତୁ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି। ଖାରକିଭରେ ରୁଷର ପାରାଟ୍ରୁପରମାନେ ଅବତରଣ କରିଛନ୍ତି। ସେମାନେ ଏଠାରେ ଓହ୍ଲାଇବା ପରେ ୟୁକ୍ରେନର ମିଲିଟାରୀ ବେସ ଓ ହସ୍ପିଟାଲଗୁଡ଼ିକୁ ଟାର୍ଗେଟ କରୁଛନ୍ତି। ୟୁକ୍ରେନ ସେନା ପକ୍ଷରୁ ବି ଏହାର ଜବାବ ଦିଆଯାଉଥିବାରୁ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇ ଉଠିଛି। ଆଗକୁ ରୁଷ ଆକାଶ ପଥରୁ ଖାରକିଭରେ ବଡ଼ ହମଲା କରିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଦୂତାବାସ ପକ୍ଷରୁ ଜରୁରୀ କାଳୀନ ସତର୍କ ସୂଚନା ଜାରି କରାଯାଇଛି।

02 Mar 2022 By The Sakala

ଭାରତୀୟଙ୍କ ପାଇଁ ଜରୁରୀକାଳୀନ ଆଡଭାଇଜରି, ଆଜି ତୁରନ୍ତ ଖାରକିଭ ଛାଡନ୍ତୁ

କିଭ୍‌ : ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଋଷିଆ ସେନା ୟୁକ୍ରେନର ଅନେକ ସହର ଉପରେ ବିସ୍ଫୋରଣ ଜାରି ରଖିଛି। ଦିନକୁ ଦିନ ରୁଷର ଆକ୍ରମଣ ଯୋଗୁ ୟୁକ୍ରେନର ଦ୍ୱିତୀୟ ବଡ଼ ସହର ଖାରକିଭ୍‌ରେ ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇଯାଇଛି। ରୁଷ ଚାରିପଟୁ ଘେରି ଖାରକିଭରେ ଆକ୍ରମଣ କରୁଥିବାରୁ ସେଠାରେ ଫସିଥିବା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହାରି ମଧ୍ୟରେ ଭାରତୀୟ ଦୂତାବାସ ପକ୍ଷରୁ ଆଉ ଏକ ନୂତନ ଜରୁରୀକାଳୀନ ଆଡଭାଇଜରି ଜାରି କରାଯାଇଛି।

ଦୂତାବାସ ୟୁକ୍ରେନର ଦ୍ଵିତୀୟ ବଡ ସହର ଖାରକିଭକୁ ତୁରନ୍ତ ଛାଡିବାକୁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି। କେବଳ ଏତିକି ନୁହେଁ ୟୁକ୍ରେନ ସମୟ ସନ୍ଧ୍ୟା ୬ଟା ସୁଦ୍ଧା ଖାରକିଭ ଛାଡିବାକୁ କୁହାଯାଇଛି। ଆଡଭାଇଜରିରେ ଖାରକିଭ ଛାଡି ୩ଟି ସ୍ଥାନ ପେସୋଚିନ, ବାବାୟେ, ବେଜଲୁଡୋକା ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ଯେ କୌଣସି ପରିସ୍ଥିତିରେ ଆଜି ୟୁକ୍ରେନ ସମୟ ସନ୍ଧ୍ୟା ୬ଟା ସୁଦ୍ଧା ଏହି ସବୁ ସ୍ଥାନକୁ ପହଞ୍ଚିବାକୁ କୁହାଯାଇଛି।

ଭାରତୀୟ ଦୂତାବାସ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ ନିଜର ସୁରକ୍ଷା ପାଇଁ ଭାରତୀୟମାନେ ତୁରନ୍ତ ଖାରକିଭ ଛାଡ଼ି ଦିଅନ୍ତୁ। ସେମାନେ ଖାରକିଭରୁ ବାହାରି ପିସୋଚିନ, ବେଜଲୟୁଡୋଭାକ ଓ ବାବୟେକୁ ଚାଲି ଯାଆନ୍ତୁ। ୟୁକ୍ରେନ ସମୟ ସନ୍ଧ୍ୟା ୬ଟା ସୁଦ୍ଧା ଏହି ସବୁ ସ୍ଥାନ ଅଭିମୁଖେ ଭାରତୀୟମାନେ ବାହାରି ଯାଆନ୍ତୁ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି। ଖାରକିଭରେ ରୁଷର ପାରାଟ୍ରୁପରମାନେ ଅବତରଣ କରିଛନ୍ତି। ସେମାନେ ଏଠାରେ ଓହ୍ଲାଇବା ପରେ ୟୁକ୍ରେନର ମିଲିଟାରୀ ବେସ ଓ ହସ୍ପିଟାଲଗୁଡ଼ିକୁ ଟାର୍ଗେଟ କରୁଛନ୍ତି। ୟୁକ୍ରେନ ସେନା ପକ୍ଷରୁ ବି ଏହାର ଜବାବ ଦିଆଯାଉଥିବାରୁ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇ ଉଠିଛି। ଆଗକୁ ରୁଷ ଆକାଶ ପଥରୁ ଖାରକିଭରେ ବଡ଼ ହମଲା କରିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଦୂତାବାସ ପକ୍ଷରୁ ଜରୁରୀ କାଳୀନ ସତର୍କ ସୂଚନା ଜାରି କରାଯାଇଛି।

https://www.thesakala.in/national-international/indians-were-instructed-to-leave-the-kharkiv-city-the-embassy-issued-advisory/article-9633
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର