ୟୁକ୍ରେନର ୨ ରାଜ୍ୟ ଡୋନେସ୍କ ଓ ଲୁହାନସ୍କକୁ ରୁଷର ସ୍ୱାଧୀନ ରାଷ୍ଟ୍ର ମାନ୍ୟତା ପରେ ବଢ଼ିଲା ଯୁଦ୍ଧ ଆଶଙ୍କା, ରୁଷ୍‌ର ସେନା ମୁତୟନ ଆରମ୍ଭ

The Sakala Picture
Published On

ମସ୍କୋ : ଯେକୌଣସି ସମୟରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ରୁଷ। ଏଥିପାଇଁ ଉଚ୍ଚ ସଦନରୁ ରାଷ୍ଟ୍ରପତି ଭ୍ଲାଦିମର ପୁତିନଙ୍କୁ ମିଳିଯାଇଛି ଅନୁମତି। ରୁଷ ବାହାରେ ସୈନ୍ୟ ମୁତୟନ ପାଇଁ ପୁତିନ କରିଥିବା ଅନୁରୋଧକୁ ସଂସଦ ସ୍ବୀକାର କରିନେଇଛି। ପୂର୍ବ ୟୁକ୍ରେନର ବିଦ୍ରୋହୀ କ୍ଷେତ୍ର ଡୁନେସ୍କ (ଡିପିଆର) ଏବଂ ଲୁହାନ୍‌ସ୍କ (ଏଲପିଆର)ରେ ସୈନ ମୁତୟନ ପାଇଁ ପୁତିନଙ୍କୁ ମିଳିଛି ଅଧିକାର। ଏହା ସହିତ ପୁତିନ ୟୁକ୍ରେନକୁ କଣ୍ଟ ଦେଇଛନ୍ତି। ୟୁକ୍ରେନ ରୁଷର ୩ଟି ସର୍ତ୍ତକୁ ତୁରନ୍ତ ମାନିନେବା […]

ମସ୍କୋ : ଯେକୌଣସି ସମୟରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ରୁଷ। ଏଥିପାଇଁ ଉଚ୍ଚ ସଦନରୁ ରାଷ୍ଟ୍ରପତି ଭ୍ଲାଦିମର ପୁତିନଙ୍କୁ ମିଳିଯାଇଛି ଅନୁମତି। ରୁଷ ବାହାରେ ସୈନ୍ୟ ମୁତୟନ ପାଇଁ ପୁତିନ କରିଥିବା ଅନୁରୋଧକୁ ସଂସଦ ସ୍ବୀକାର କରିନେଇଛି। ପୂର୍ବ ୟୁକ୍ରେନର ବିଦ୍ରୋହୀ କ୍ଷେତ୍ର ଡୁନେସ୍କ (ଡିପିଆର) ଏବଂ ଲୁହାନ୍‌ସ୍କ (ଏଲପିଆର)ରେ ସୈନ ମୁତୟନ ପାଇଁ ପୁତିନଙ୍କୁ ମିଳିଛି ଅଧିକାର। ଏହା ସହିତ ପୁତିନ ୟୁକ୍ରେନକୁ କଣ୍ଟ ଦେଇଛନ୍ତି। ୟୁକ୍ରେନ ରୁଷର ୩ଟି ସର୍ତ୍ତକୁ ତୁରନ୍ତ ମାନିନେବା ଉଚିତ ବୋଲି ସେ କହିଛନ୍ତି। ଅଜରବୈଜାନ ରାଷ୍ଟ୍ରପତି ଇହ୍ଲାମ ଅଲିୟେଭଙ୍କ ସହ ଚର୍ଚ୍ଚା ପରେ ସାମ୍ବାଦିକ ସମ୍ମିଳନୀରେ ପୁତିନ କହିଥିଲେ ଯେ ରୁଷ ସାମ୍ବିଧାନିକ ସୀମା ଭିତରେ ଡୋନବାସକୁ ମାନ୍ୟତା ଦେଇଛି। ଆବଶ୍ୟକ ପଡିଲେ ରୁଷ ଏହି ସ୍ବାଧୀନ ରାଷ୍ଟ୍ର ସହ ଚୁକ୍ତି କରି ନିଜ ଦାୟିତ୍ବ ନିର୍ବାହ କରିବ ଏବଂ ସୈନ୍ୟ ମୁତୟନ କରିବ। ଆମ ସୈନିକ ଡୋନବାସ ଯାଉଛନ୍ତି ବୋଲି ରୁଷ କେବେ କହିନାହିଁ। କିନ୍ତୁ ଭବିଷ୍ୟତରେ ଏହାର ସମ୍ଭାବନାକୁ ସେ ଏଡାଇ ଦେଇନାହାନ୍ତି। ୟୁକ୍ରେନ କ୍ରିମିଆକୁ ରୁଷ ଅଞ୍ଚଳ ମାନୁ, ନାଟୋରେ ସାମିଲ ନ ହେଉ ଏବଂ ଦେଶକୁ ସୈନ୍ୟ ମୁତୟନର କେନ୍ଦ୍ର ନ ବନାଉ। ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁନାହିଁ ବୋଲି ପୁତିନ ଅଭିଯୋଗ କରିଛନ୍ତି। ସେଥିପାଇଁ କିଭ୍‌ ପ୍ରତ୍ୟେକ ଦିନ ଡୋନବାସରେ ସେନା ମୁତୟନ ବୃଦ୍ଧି କରୁଛି। ଉଭୟ ଦେଶ ଜଣେ ଅନ୍ୟ ଜଣଙ୍କ ଉପରେ ଆକ୍ରମଣ କରିବାର ଏବଂ ହିଂସାକୁ ଉସୁକାଇବାର ଅଭିଯୋଗ ଲଗାଉଛନ୍ତି।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଉତ୍ତେଜନା ତୃତୀୟ ବିଶ୍ବଯୁଦ୍ଧର ସମ୍ଭାବନା ସୃଷ୍ଟି କରିଛି। ରୁଷ୍‌ ୟୁକ୍ରେନ ଉପରେ ଆକ୍ରମଣ କରି ନଥିଲେ ମଧ୍ୟ ଏହାର ଦୁଇଟି ପ୍ରଦେଶ ଡୋନେସ୍କ-ଲୁହାନସ୍କକୁ ଅଲଗା ଦେଶର ମାନ୍ୟତା ପ୍ରଦାନ କରିଛି। ଏଥିପାଇଁ ପୁତିନ ପାଶ୍ଚାତ୍ୟ ଦେଶଙ୍କୁ ଦାୟୀ କରିଛନ୍ତି। ସେମାନଙ୍କ କାର୍ଯ୍ୟକଳାପ ଯୋଗୁଁ ୟୁକ୍ରେନକୁ ୨ଟି ଭାଗରେ ବାଣ୍ଟିବାକୁ ବାଧ୍ୟ ହେଲୁ ବୋଲି ପୁତିନ କହିଛନ୍ତି। ପୂର୍ବ ୟୁକ୍ରେନର ଏହି ୨ ରାଜ୍ୟକୁ ରାଜ୍ୟକୁ ରୁଷ ନିଜ ସେନା ପଠାଇ ସାରିଛି ବୋଲି ପାଶ୍ଚାତ୍ୟ ଦେଶଗୁଡିକ ଅଭିଯୋଗ କରିଛନ୍ତି। ରୁଷର ୧୦୦ଟି ସାମିରକ ଗାଡି ରୁଷ ଅଭିମୁଖେ ବଢୁଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ରୁଷ ପଦକ୍ଷେପକୁ ଆମେରିକା ତୀବ୍ର ବିରୋଧ କରିଛି। ଆମେରିକା ପକ୍ଷରୁ କୁହାଯାଇଛି ଯେ ରୁଷର ପଦକ୍ଷେପ ଅନ୍ତର୍ଜାତୀୟ ଆଇନ ବିରୋଧୀ। ମସ୍କୋ ଅନ୍ତର୍ଜାତୀୟ ଆଇନକୁ ଚ୍ୟାଲେଞ୍ଜ କରିଛି। ପୁତିନଙ୍କ ଜିଦ୍‌ ଯୋଗୁଁ ଏବେ ଯୁଦ୍ଧ ବିପଦ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ଆମେରିକା ଭଳି ବ୍ରିଟେନ ମଧ୍ୟ ରୁଷ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ପୁତିନଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ ବୋଲି ବ୍ରିଟେନ ପକ୍ଷରୁ କୁହାଯାଇଛି। ବ୍ରିଟେନ ରୁଷର ୫ ବ୍ୟାଙ୍କ ଏବଂ ୩ ଜଣ ଧନୀ ବ୍ୟକ୍ତିଙ୍କ ଉପରେ କଟକଣା ଲଗାଇଛି। ସେଗୁଡିକ ହେଉଛି ରୋଷିୟା, ଆଇଏସ ବ୍ୟାଙ୍କ, ଜେନେରାଲ ବ୍ୟାଙ୍କ, ପ୍ରୋମୋସ୍ୟାଜ ବ୍ୟାଙ୍କ ଏବଂ ବ୍ଲାକ ସି ବ୍ୟାଙ୍କ। ରୁଷ ସହ ସମ୍ବନ୍ଧ ରଖିଥିବା ୩ ବ୍ୟକ୍ତି ଗେନାଡୀ ଟିମଚେଙ୍କୋ, ବୋରିସ ରୋଟେନବର୍ଗ ଏବଂ ଆଗର ରୋଟେନବର୍ଗଙ୍କ ବ୍ରିଟେନ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଏହି ବ୍ୟକ୍ତିବିଶେଷ ଏବଂ ବ୍ୟାଙ୍କଗୁଡିକ ସହ ବ୍ରିଟେନର କୌଣସି ନାଗରିକ ଏବଂ କମ୍ପାନୀ କାରବାର କରିପାରିବେ ନାହିଁ। ପୁତିନଙ୍କ ସହ ଘନିଷ୍ଠତା ଥିବା ଯୋଗୁଁ ଏହି ବ୍ୟକ୍ତିବିଶେଷଙ୍କ ବିରୋଧରେ ଆମେରିକା କିଛି ବର୍ଷ ହେବ କଟକଣା ଲଗାଇଥିଲା। ଏମିତିକି ରୁଷ କମ୍ପାନୀଗୁଡିକୁ ଆମେରିକୀୟ ଡଲାର ଏବଂ ବ୍ରିଟିଶ ପାଉଣ୍ଡ ମିଳିବ ନାହିଁ ବ୍ରିଟେନ ପକ୍ଷରୁ କୁହାଯାଇଛି। ରୁଷ ପଦକ୍ଷେପ ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଜରୁରୀ ବୈଠକ କରିଥିଲେ। ଏହା ପରେ ସେ କହିଥିଲେ ଯେ ରୁଷିଆ ବିରୋଧରେ ବ୍ରିଟେନ ଆର୍ଥିକ କଟକଣାର ବୋମାବର୍ଷଣ କରିବ। ପୁତିନ ୟୁକ୍ରେନ ସହ ଯୁଦ୍ଧ ପାଇଁ ଅଡି ରହିଛନ୍ତି। ସେ ଅନ୍ତର୍ଜାତୀୟ ନିୟମ ଉଲ୍ଲଙ୍ଘନ କରି ୟୁକ୍ରେନର ସାର୍ବଭୌମତ୍ବ ଏବଂ ଏକତା ଉପରେ ଆକ୍ରମଣ କରିଛନ୍ତି। ସେ ୟୁକ୍ରେନରେ ସୈନିକ ଅନୁପ୍ରବେଶ କରାଇଛନ୍ତି। ମିନସ୍କ ଚୁକ୍ତିକୁ ଭାଙ୍ଗିଛନ୍ତି। ୧୯୯୪ରେ ବୁଦାପେଷ୍ଟରେ ହୋଇଥିବା ଚୁକ୍ତିକୁ ମଧ୍ୟ ଖାରଜ କରିଛନ୍ତି। ଏଥିଯୋଗୁଁ ରୁଷ ଉପରେ ତୁରନ୍ତ ଆର୍ଥିକ କଟକଣା ଲଗାଯାଇଛି।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

ଏହାଠାରୁ ଅଧିକ କଠୋର କଟକଣା ରୁଷ ଉପରେ ଲଗାଯିବ। ସ୍ଥିତି ବିଗିଡିଲେ କଟକଣା ମଧ୍ୟ ବୃଦ୍ଧି ପାଇବ। ଦୀର୍ଘଦିନର ସଙ୍କଟ ପାଇଁ ନିଜକୁ ମଜବୁତ କରିବାକୁ ପଡିବ। ବ୍ରିଟେନ ନିଜ ସହଯୋଗୀଙ୍କ ସହ ମିଶି ଏହି ଚ୍ୟାଲେଞ୍ଜର ମୁକାବିଲା କରିବ। ପୁତିନଙ୍କୁ ଆମ ମହାଦେଶର ପ୍ରକୃତିର ଆକାରକୁ ପରିବର୍ତ୍ତନ କରିବାକୁ ଦେବୁ ନାହିଁ। ଜର୍ମାନୀ ମଧ୍ୟ ରୁଷ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମସ୍କୋ ନିଷ୍ପତ୍ତିକୁ ବିରୋଧ କରି ଜର୍ମାନୀ ନ୍ୟାଚୁରାଲ ଗ୍ୟାସ ପାଇପଲାଇନ ପ୍ରକଳ୍ପ ‘ନର୍ଡ ଷ୍ଟ୍ରିମ ୨’କୁ ବନ୍ଦ କରିବା ପାଇଁ ଘୋଷଣା କରିଛି। ଏହା ପୁତିନଙ୍କ ପାଇଁ ବଡ଼ ଝଟକା ସାବ୍ୟସ୍ତ ହେବ।ୟୁକ୍ରେନ ମଧ୍ୟ ରୁଷ ପଦକ୍ଷେପକୁ ଜୋରଦାର ବିରୋଧ କରିଛି। ରୁଷ ପଦକ୍ଷେପରେ ଆମେ ଭୟଭୀତ ନୁହେଁ ବୋଲି ରାଷ୍ଟ୍ରପତି ଭୋଲଡାମିର ଜେଲେନସ୍କି କହିଛନ୍ତି। ଆମେ କାହାଠାରୁ କିଛି ନେଇନାହୁଁ କି କାହାକୁ କିଛି ଦେବୁନାହିଁ। ବିପଦ ସତ୍ତ୍ବେ ଦେଶର ଅନ୍ତର୍ଜାତୀୟ ଯେମିତି ଥିଲା ସେମିତି ରହିବ। ଏଥିରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି ସେ କହିଛନ୍ତି। ସେହିପରି ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଯୁଦ୍ଧ ସ୍ଥିତିକୁ ଦେଖି ପାଶ୍ଚାତ୍ୟ ଦେଶଗୁଡିକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବୃଦ୍ଧି କରିବାକୁ ନିବେଦନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର