ଆଉ ବଢ଼ିବନି ଲୋନ୍‌ ମୋରାଟୋରିୟମ- ସୁପ୍ରିମକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଋଣ ମୋରାଟୋରିୟମ୍‌ ପ୍ରସଙ୍ଗ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଆଉ ବଢ଼ିବନି ଲୋନ୍‌ ମୋରେଟୋରିୟମ। ଋଣ ଗ୍ରହିତା ସେମାନଙ୍କ ଋଣ କିସ୍ତି ଏଣିକି ନିୟମିତ ପ୍ରଦାନ କରିବେ। ଏହା ସହିତ ଏହି ସମୟ ମଧ୍ୟରେ ଯେଉଁ ସୁଧ ବୃଦ୍ଧି ପାଇଛି ତାହାକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ  ଏଭଳି ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଫଳରେ ବ୍ୟାଙ୍କଗୁଡ଼ିକୁ ଅଶ୍ଵସ୍ତି ମିଳିଛି। ସେପଟେ ସମ୍ପୂର୍ଣ୍ଣ […]

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଋଣ ମୋରାଟୋରିୟମ୍‌ ପ୍ରସଙ୍ଗ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଆଉ ବଢ଼ିବନି ଲୋନ୍‌ ମୋରେଟୋରିୟମ। ଋଣ ଗ୍ରହିତା ସେମାନଙ୍କ ଋଣ କିସ୍ତି ଏଣିକି ନିୟମିତ ପ୍ରଦାନ କରିବେ। ଏହା ସହିତ ଏହି ସମୟ ମଧ୍ୟରେ ଯେଉଁ ସୁଧ ବୃଦ୍ଧି ପାଇଛି ତାହାକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ  ଏଭଳି ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଫଳରେ ବ୍ୟାଙ୍କଗୁଡ଼ିକୁ ଅଶ୍ଵସ୍ତି ମିଳିଛି। ସେପଟେ ସମ୍ପୂର୍ଣ୍ଣ ଋଣ ଛାଡ଼ ଦାବି କରୁଥିବା ରିୟଲ ଇଷ୍ଟେଟ୍‌ ଭଳି ଅନେକ କ୍ଷେତ୍ରର କମ୍ପାନୀଗୁଡ଼ିକୁ ଝଟ୍‌କା ଲାଗିଛି।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ଏଠାରେ ସୂଚନାଯୋଗ୍ୟ, ୨୦୨୦ ମାର୍ଚ୍ଚ ୨୫ରେ ଲକ୍‌ଡାଉନ୍‌ ସମୟରେ କେନ୍ଦ୍ର ସରକାର ଋଣ ମୋରାଟୋରିୟମ୍‌ ଘୋଷଣା କରିଥିଲେ। କରୋନା ମହାମାରୀ ସମୟରେ ଏହାର ପ୍ରଭାବକୁ ଦୃଷ୍ଟିିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଋଣଦାତାଙ୍କୁ ଋଣ ପରିଶୋଧ କ୍ଷେତ୍ରରେ ଗ୍ରାହକଙ୍କୁ ମୋରାଟୋରିୟମ୍‌ ସୁବିଧା ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

କେନ୍ଦ୍ର ସରକାର ଋଣ ମୋରାଟୋରିୟମ୍ ସ୍ଥଗନ ସୁବିଧା ମାର୍ଚ୍ଚ ପହିଲାରୁ ଅଗଷ୍ଟ ପହିଲା ଯାଏ ପ୍ରଦାନ କରିଥିଲେ। ଏଥିରେ ବ୍ୟାଙ୍କ ଏବଂ ବିଭିନ୍ନ ଆର୍ଥିକ ସଂସ୍ଥାରୁ କରଜ ନେଇଥିବା ବ୍ୟକ୍ତିଙ୍କୁ ଇଏମ୍‌ଆଇ ସୁବିଧା ଦିଆଯାଇଥିଲା। ଏହି ସୁବିଧା ପ୍ରଥମେ ୨୦୨୦ ମାର୍ଚ୍ଚ ପହିଲାରୁ ମେ ୩୧ ମଧ୍ୟରେ ନିଆଯାଇଥିବା ଋଣ ଉପରେ ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ସ୍ଥଗନ ଅବଧିକୁ ୨୦୨୦ ଅଗଷ୍ଟ ୩୧ ଯାଏ ବୃଦ୍ଧି କରାଯାଇଥିଲା। ଏଥିରେ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କକୁ ନେଇଥିବା ଋଣ ପୁନର୍ଗଠନ କରିବାକୁ ଅନୁମତି ଦେଇଥିଲେ। ଏହି ଅନୁଯାୟୀ ବ୍ୟାଙ୍କ ଉପରୋକ୍ତ ଋଣ ଅର୍ଥକୁ ସେମାନଙ୍କର ଏନ୍‌ପିଏ ଖାତାରେ ସାମିଲ କରିବା ନେଇ ଅନୁମତି ରହିଥିଲା। ଯାହାଫଳରେ କରଜକାରୀ କରୋନା ମହାମାରୀ ଜନିତ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇପାରିବେ। ଏଥିରେ ସେହି କରଜକାରୀ ଯୋଗ୍ୟ ବିବେଚତିିତ ହୋଇଥିଲେ ଯେଉଁମାନଙ୍କର ବ୍ୟାଙ୍କ ଖାତା ୨୦୨୦ ମାର୍ଚ୍ଚ ପହିଲା ସୁଦ୍ଧା ୩୦ ଦିନରୁ ଅଧିକ ଇଏମ୍‌ଇ ପଇଠରେ ଖିଲାପ ହୋଇ ନ ଥିବ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର