ଆମେରିକୀୟ ନାଗରିକ ତୁରନ୍ତ ୟୁକ୍ରେନ୍ ଛାଡ଼ିବାକୁ ନିର୍ଦ୍ଦେଶ: ବିଶ୍ବଯୁଦ୍ଧ ପାଇଁ କାଉଣ୍ଟଡାଉନ !

The Sakala Picture
Published On

ନୂଆଦିଲ୍ଲୀ: ୟୁକ୍ରେନକୁ ନେଇ ରହିଥିବା ଆଶଙ୍କା ଏବେ ମହାଯୁଦ୍ଧରେ ପରିଣତ ହେବାକୁ ଯାଉଛି । ୟୁକ୍ରେନ ପ୍ରସଙ୍ଗରେ ବିଶ୍ବସ୍ତରରେ ବିଭିନ୍ନ ମଞ୍ଚରେ ଆଲୋଚନା ବିଫଳ ହେବା ପରେ ବିଶ୍ବର ଦୁଇ ମହାଶକ୍ତି ଆମେରିକା ଏବଂ ରୁଷିଆ ମୁହାଁମୁହିଁ ହେବାକୁ ଯାଉଛନ୍ତି। କେବଳ ଏହି ଦୁଇ ମହାଶକ୍ତି ନୁହନ୍ତି , ସେମାନଙ୍କ ସହ ମେଣ୍ଟରେ ରହିଥିବା ଅନ୍ୟାନ୍ୟ ରାଷ୍ଟ୍ର ମଧ୍ୟ ଏହି ମହାସମରରେ ସାମିଲ ହେବେ । ଫଳରେ ଏହି ଯୁଦ୍ଧ ବିଶ୍ବଯୁଦ୍ଧରେ ପରିଣତ ହେବାର ଆଶଙ୍କା ସୃଷ୍ଟି […]

ନୂଆଦିଲ୍ଲୀ: ୟୁକ୍ରେନକୁ ନେଇ ରହିଥିବା ଆଶଙ୍କା ଏବେ ମହାଯୁଦ୍ଧରେ ପରିଣତ ହେବାକୁ ଯାଉଛି । ୟୁକ୍ରେନ ପ୍ରସଙ୍ଗରେ ବିଶ୍ବସ୍ତରରେ ବିଭିନ୍ନ ମଞ୍ଚରେ ଆଲୋଚନା ବିଫଳ ହେବା ପରେ ବିଶ୍ବର ଦୁଇ ମହାଶକ୍ତି ଆମେରିକା ଏବଂ ରୁଷିଆ ମୁହାଁମୁହିଁ ହେବାକୁ ଯାଉଛନ୍ତି। କେବଳ ଏହି ଦୁଇ ମହାଶକ୍ତି ନୁହନ୍ତି , ସେମାନଙ୍କ ସହ ମେଣ୍ଟରେ ରହିଥିବା ଅନ୍ୟାନ୍ୟ ରାଷ୍ଟ୍ର ମଧ୍ୟ ଏହି ମହାସମରରେ ସାମିଲ ହେବେ । ଫଳରେ ଏହି ଯୁଦ୍ଧ ବିଶ୍ବଯୁଦ୍ଧରେ ପରିଣତ ହେବାର ଆଶଙ୍କା ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଆଶଙ୍କାର ବିଷୟ ନୁହେଁ, ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ଏକ ଗଣମାଧ୍ୟମକୁ ସାକ୍ଷାତକାରଦ୍ବା ଅବସରରେ ଯାହା କହିଛନ୍ତି ତାହା ଏହି ଆଶଙ୍କାକୁ ସ୍ପଷ୍ଟ କରିଛି। ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ବାଇଡେନ କହିଛନ୍ତି ଯେ, ବହୁବାର ବୁଝାଇବା ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ବୁଝିଲେ ନାହିଁ। ତେଣୁ ଏବେ ଆକ୍ରମଣ କରିବା ବ୍ୟତୀତ ଅନ୍ୟପନ୍ଥା ନାହିଁ। ଆମେ ଏବେ ଏଭଳି ସ୍ଥିତିରେ ରହିଛୁ ଯାହା ପୂର୍ବରୁ କେବେ ନଥିଲା। ୟୁକ୍ରେନରେ ଆମେ କୌଣସି ଆତଙ୍କବାଦୀ ସଂଗଠନ ସହ ଲଢିବାକୁ ଯାଉ ନାହୁଁ। ବିଶ୍ବର ଅନ୍ୟତମ ବୃହତ ସେନା ସହ ଲଢିବାକୁ ଯାଉଛୁ। ତେଣୁ କିଛି ବି ଘଟିପାରେ। ଯେତେବେଳେ ଆମେରିକା ଏବଂ ରୁଷିଆ ସେନା ପରସ୍ପର ଉପରକୁ ଆକ୍ରମଣ କରିବା ଆରମ୍ଭ କରିବେ ସେତେବେଳେ ତାହା ବିଶ୍ବଯୁଦ୍ଧରେ ପରିଣତ ହେବ ବୋଲି ବାଇଡେନ କହିଛନ୍ତି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ଅନ୍ୟପକ୍ଷରେ ୟୁକ୍ରେନରେ ରହୁଥିବା ସମସ୍ତ ଆମେରିକୀୟ ନାଗରିକ ତୁରନ୍ତ ସ୍ଥାନ ଛାଡିବାକୁ ଆମେରିକୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆମେରିକାର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯିବା ସହିତ ସମସ୍ତ ନାଗରିକ ୟୁକ୍ରେନ ଛାଡିବାକୁ କୁହାଯାଇଛି। ସେହିପରି ଆମେରିକାର ସେନା ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରୁଷିଆ ସେନା ୟୁକ୍ରେନ ରାଜଧାନୀ କ୍ତିଭରେ ପହଞ୍ଚିଯିବ। ଏହାପରେ ସେମାନେ ଟ୍ୟାଙ୍କ ଏବଂ ତୋପ ସହିତ ପୂର୍ଣ୍ଣକାଳୀନ ଯୁଦ୍ଧ ଆରମ୍ଭ କରିବାର ସମ୍ଭାବନା ଅଧିକ। ତେବେ ରୁଷିଆ ରାଷ୍ଟ୍ରପତି ପ୍ରତିନ ଯଦି ନିଜର ମୁର୍ଖତାର ପରିଚୟ ଦେବାକୁ ଚାହୁଁଥାଆନ୍ତି ତେବେ ଆମେରିକୀୟଙ୍କ ଉପରେ ଆକ୍ରମଣ କରିବେ । ଆଉ ଯଦି ସେ ଚତୁର ଏବଂ ସାହାସୀ ହୋଇଥବେ ତେବେ ଏଭଳି କିଛି କରିବେ ନାହିଁ ବୋଲି ବାଇଡେନ କହିଛନ୍ତି । ତେଣୁ ବାଇଡେନଙ୍କ ଏଭଳି ଉକ୍ତି ଯୁଦ୍ଧର ଆଶଙ୍କାକୁ ବହୁଗୁଣିତ କରିଛି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ୟୁକ୍ରେନକୁ ନେଇ ବିଶ୍ବର ଦୁଇ ମହାଶକ୍ତି ଯେକୌଣସି ଭାରତୀୟ ମୁହୁର୍ତ୍ତରେ ସାମ୍ନାସାମ୍ନି ହେବାର ପୁଲିସ ଆଶଙ୍କା ବଢିଛି । କେବଳ ଆମେରିକା ନୁହେଁ, ବ୍ରିଟେନ ଭଳି  ନାଟୋ ମେଣ୍ଟର ଅନ୍ୟାନ୍ୟ ସଦସ୍ୟ ଏନେଇ ରାଷ୍ଟ୍ର ମଧ୍ୟ ରୁଷିଆ ବିପକ୍ଷରେ ହୁଙ୍କାର ଦେଇଛନ୍ତି। ପ୍ରତିନ ବୁଝିବାକୁ ନାରାଜ ହୋଇଥିବାରୁ ଏବେ କେବଳ ରକ୍ତପାତ ହିଁ ହେବ ବୋଲି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଛନ୍ତି। ବର୍ତ୍ତମାନ ୟୁକ୍ରେନର ସମଗ୍ର ଅଞ୍ଚଳ ଯୁଦ୍ଧ କ୍ଷେତ୍ରରେ ପରିଣତ ହୋଇଛି । ଏହାର ଚାରିପକ୍ଷକୁ ରୁଷିଆ ସେନା ଘେରି ରହିଥିବା ବେଳେ କିଛି ଘଣ୍ଟା ମଧ୍ୟରେ ଯୁକ୍ରେନ ରାଜଧାନୀ କ୍ବିଭରେ ପହଞ୍ଚିଯିବେ। ଏହାପରେ ରୁଷିଆ ଆକମ୍ରଣ ଆରମ୍ଭ କରିଦେବ ବୋଲି ଆମେରିକୀୟ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ରୁଷିଆକୁ ଘେରିବାକୁ ଆମେରିକା ମଧ୍ୟ ନିଜର ପର୍ଯ୍ୟାପ୍ତ ସେନାକୁ ମୁତୟନ କରିଛି। ଏହା ବ୍ୟତୀତ ୟୁକ୍ରେନକୁ ଚାରିପଟରୁ ନାଟୋ ଗୋଷ୍ଠୀ ମଧ୍ୟ ଘେରି ରହିଛନ୍ତି। ଫଳରେ ବିଶ୍ବଯୁଦ୍ଧ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି ବୋଲି କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର