ଗର୍ଭବତୀ ମହିଳାଙ୍କ ପାଇଁ ଜାରି କରିଥିବା ବିବାଦୀୟ ନିୟମକୁ ପ୍ରତ୍ୟାହାର କଲା ଏସବିଆଇ

The Sakala Picture
Published On

ନୂଆଦିଲ୍ଲୀ: ଗର୍ଭବତୀ କର୍ମଚାରୀଙ୍କୁ ନେଇ ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସ୍‌ବିଆଇ ଜାରି କରିଥିବା ନୂଆ ନିୟମକୁ ଚାରିଆଡ଼ୁ ବିରୋଧ ହେବା ପରେ ଏହାକୁ ନିଲମ୍ବିତ କରିବାକୁ ନିଷ୍ପତ୍ତି ନେଇଛି ବ୍ୟାଙ୍କ। ଏନେଇ ଏସ୍‌ବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଶନିବାର ଏ ବାବଦରେ ବ୍ୟାଙ୍କ ଏକ ବିବୃତ୍ତି ଜାରି କରିଛି। ତୀବ୍ର ସମାଲୋଚନାର ସମ୍ମୁଖୀନ ହେବା ପରେ ଦେଶର ବୃହତ୍ତମ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗର୍ଭବତୀ ମହିଳାଙ୍କ ନିଯୁକ୍ତି ସମ୍ପର୍କିତ ସର୍କୁଲାର ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ଏସବିଆଇ […]

ନୂଆଦିଲ୍ଲୀ: ଗର୍ଭବତୀ କର୍ମଚାରୀଙ୍କୁ ନେଇ ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସ୍‌ବିଆଇ ଜାରି କରିଥିବା ନୂଆ ନିୟମକୁ ଚାରିଆଡ଼ୁ ବିରୋଧ ହେବା ପରେ ଏହାକୁ ନିଲମ୍ବିତ କରିବାକୁ ନିଷ୍ପତ୍ତି ନେଇଛି ବ୍ୟାଙ୍କ। ଏନେଇ ଏସ୍‌ବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଶନିବାର ଏ ବାବଦରେ ବ୍ୟାଙ୍କ ଏକ ବିବୃତ୍ତି ଜାରି କରିଛି। ତୀବ୍ର ସମାଲୋଚନାର ସମ୍ମୁଖୀନ ହେବା ପରେ ଦେଶର ବୃହତ୍ତମ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗର୍ଭବତୀ ମହିଳାଙ୍କ ନିଯୁକ୍ତି ସମ୍ପର୍କିତ ସର୍କୁଲାର ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ଏସବିଆଇ ନିକଟରେ ‘ବ୍ୟାଙ୍କରେ ନିଯୁକ୍ତି ପାଇଁ ଫିଟନେସ୍ ଷ୍ଟାଣ୍ଡାର୍ଡ’ର ସମୀକ୍ଷା କରି ଗର୍ଭବତୀ ମହିଳାଙ୍କ ପାଇଁ କିଛି ନୂଆ ଗାଇଡ ଲାଇନ୍ ଜାରି କରିଥିଲା । ନୂଆ ନିୟମ ଅନୁଯାୟୀ, ତିନି ମାସରୁ ଅଧିକ ଗର୍ଭବତୀ ଥିବା ଜଣେ ମହିଳା ପ୍ରାର୍ଥୀଙ୍କୁ “ସାମୟିକ ଅଯୋଗ୍ୟ” ବିବେଚନା କରାଯିବ ଏବଂ ପ୍ରସବ ପରେ ଚାରିମାସ ମଧ୍ୟରେ ସେ ବ୍ୟାଙ୍କରେ ଯୋଗ ଦେଇପାରିବେ ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ଏସବିଆଇର ଏହି ପଦକ୍ଷେପକୁ ସର୍ବଭାରତୀୟ ବ୍ୟାଙ୍କ୍ କର୍ମଚାରୀ ସଂଘ ଏବଂ ଦିଲ୍ଲୀ ମହିଳା ଆୟୋଗ ସମେତ ଚାରିଆଡୁ ସମାଲୋଚିତ ହୋଇଥିଲା। ବ୍ୟାଙ୍କ ଏକ ବିବୃତ୍ତିରେ କହିଛି ଯେ ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ଗର୍ଭବତୀ ମହିଳା ପ୍ରାର୍ଥୀ ନିଯୁକ୍ତି ସମ୍ବନ୍ଧରେ ସଂଶୋଧିତ ଗାଇଡ ଲାଇନକୁ ସ୍ଥଗିତ ରଖିବାକୁ ଏବଂ ପୂର୍ବରୁ ପ୍ରଚଳିତ ନିୟମ ଜାରି ରଖିବାକୁ ଏସବିଆଇ ନିଷ୍ପତ୍ତି ନେଇଛି। ଏହାପୂର୍ବରୁ, ଦିଲ୍ଲୀ ମହିଳା ଆୟୋଗ (ଡିସିଡବ୍ଲ୍ୟୁ) ଶନିବାର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)କୁ ଗର୍ଭବତୀଙ୍କ ପାଇଁ ନୂଆ ନିୟମ ପ୍ରତ୍ୟାହାର କରିବାକୁ ନୋଟିସ ଜାରି କରିଥିଲା ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର