ରେଲୱେର ଏନଟିପିସି ଫଳାଫଳକୁ ନେଇ ବିରୋଧ, ପାଟନାରେ ହୋଇଥିବା ବିକ୍ଷୋଭରେ ଫସିଲେ ଖାନ ସାର୍

The Sakala Picture
Published On

ପାଟନା: ରେଲୱେ ଗ୍ରୁପ୍ – ଡି ପରୀକ୍ଷା ଏବଂ ଏନଟିପିସି ଫଳାଫଳକୁ ନେଇ ବିହାରରେ ଛାତ୍ରାଛାତ୍ରୀଙ୍କ ଦ୍ବାରା ବିକ୍ଷୋଭ ଜାରି ରହିଛି। ପାଟଣାର ପତ୍ରକାର ନଗର ପୁଲିସ୍ ଷ୍ଟେସନ ଅନ୍ତର୍ଗତ ପ୍ରସିଦ୍ଧ କୋଚିଂ ଅପରେଟର ତଥା ୟୁଟ୍ୟୁବର୍ ଖାନ୍ ସାରଙ୍କ ସମେତ ଅନେକ ଲୋକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ପାଟଣାର ରାଜେନ୍ଦ୍ର ନାଗର ଟର୍ମିନାଲରେ ଏବଂ ଏହାର ସମ୍ମୁଖରେ ରାସ୍ତାରେ ଦଙ୍ଗାପରେ କିଛି ଛାତ୍ରଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଇଥିଲା । ଏହି ପଚାରା […]

ପାଟନା: ରେଲୱେ ଗ୍ରୁପ୍ – ଡି ପରୀକ୍ଷା ଏବଂ ଏନଟିପିସି ଫଳାଫଳକୁ ନେଇ ବିହାରରେ ଛାତ୍ରାଛାତ୍ରୀଙ୍କ ଦ୍ବାରା ବିକ୍ଷୋଭ ଜାରି ରହିଛି। ପାଟଣାର ପତ୍ରକାର ନଗର ପୁଲିସ୍ ଷ୍ଟେସନ ଅନ୍ତର୍ଗତ ପ୍ରସିଦ୍ଧ କୋଚିଂ ଅପରେଟର ତଥା ୟୁଟ୍ୟୁବର୍ ଖାନ୍ ସାରଙ୍କ ସମେତ ଅନେକ ଲୋକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ପାଟଣାର ରାଜେନ୍ଦ୍ର ନାଗର ଟର୍ମିନାଲରେ ଏବଂ ଏହାର ସମ୍ମୁଖରେ ରାସ୍ତାରେ ଦଙ୍ଗାପରେ କିଛି ଛାତ୍ରଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଇଥିଲା । ଏହି ପଚାରା ଉଚରା ସମୟରେ ଅନେକ ତଥ୍ୟ  ପୁଲିସକୁ ମିଳିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଲିଥୁଆନିଆ ଆକାଶରେ ନାଟୋର ଗର୍ଜନ: ସନ୍ଦିଗ୍ଧ ଡ୍ରୋନକୁ ଗୁଳି କରି ଖସାଇଲା ଯୁଦ୍ଧ ବିମାନ

ସୂଚନା ଅନୁଯାୟୀ, କିଶାନ କୁମାର ( ୨୧ ), ରୋହିତ କୁମାର( ୨୩ ),  ରାଜେନ୍ଦ୍ର କୁମାର ଓ ବିକ୍ରମ କୁମାରଙ୍କୁ ପଚରାଉଚରା ସମୟରେ କହିଛନ୍ତି ଯେ;  ଖାନ ସାର୍, ଏସ.କେ ଝା ସାର୍, ନବୀନ ସାର୍, ଅମରନାଥ ସାର୍, ଗଗନ ପ୍ରତାପ ସାର୍, ଗୋପାଳ ବର୍ମା ସାର୍ ଏବଂ ବଜାର କମିଟିର ବିଭିନ୍ନ କୋଚିଂ ପ୍ରତିଷ୍ଠାନର ସଞ୍ଚାଳକ ଆମକୁ ଏଠକୁ ଆସିବାକୁ କହିଥିଲେ। ଯଦି ପୁଲିସ ନଆସନ୍ତି, ତା’ହେଲେ ଆମେ ଏଠାରେ ବିଶୃଙ୍ଖଳା ଓ ଦଙ୍ଗା କରିଥାନ୍ତୁ।

ଆହୁରି ପଢ଼ନ୍ତୁ: ମହାକାଶରେ ରହସ୍ୟମୟ ଭାବେ ନଷ୍ଟ ହେଲା ଚୀନ୍ ସାଟେଲାଇଟ୍: ଆମେରିକୀୟ ସେନା ଉପରେ ଇରାନର ଆକ୍ରମଣ ସହ ରହିଛି କି ଲିଙ୍କ୍?

ଖାନ ସାରଙ୍କ ଏକ ଭିଡିଓରେ ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଖାନ ସାର୍ କହିଛନ୍ତି ଯେ, ଯଦି ଏନଟିପିସି ପରୀକ୍ଷା ବାତିଲ ନ ହୁଏ ତେବେ ଛାତ୍ରମାନେ ଚାରିଆଡେ ଆନ୍ଦୋଳନ କରିବେ। ପଚରାଉଚରା ସମୟରେ ଧରାପଡିଥିବା ଛାତ୍ରମାନେ କହିଥିଲେ ଯେ; ଆମ ବ୍ୟତୀତ ଶିବ ଶକ୍ତି ନଗର ବାହାଦୂରପୁରର ନରେଶ, ନାଗେଶ, ବିକାଶ, ଖେସରୀ, ମିତ୍ରୁଞ୍ଜୟ, ବାଲେଶ୍ୱର, ବିଶାଲ, ପଙ୍କଜ, ସୁରଜ ବିକାଶ, ଛୋଟୁ, ମୁକେଶ ଏବଂ  ପଟେଲ ହଷ୍ଟେଲରୁ ଅନ୍ୟ ସାଙ୍ଗସାଥି ପ୍ରାୟ ୩ ରୁ ୪ ଶହ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ।

ଆହୁରି ପଢ଼ନ୍ତୁ: ତୃଣମୂଳ କଂଗ୍ରେସର ଦୁଇ ବିବାଦୀୟ ଗୋଷ୍ଠୀକୁ ମିଳିଲା ନୂଆ ନାମ ଓ ଚିହ୍ନ, ମମତାଙ୍କ ଦଳକୁ ମିଳିଲା 'ଫୁଟବଲ୍ ଖେଳାଳି' ଚିହ୍ନ

ଥାନେଦାରଙ୍କ କହିବା ଅନୁଯାୟୀ, ଛାତ୍ରମାନଙ୍କ ବୟାନ ଓ  ଖାନ ସାରଙ୍କ ଭାଇରାଲ ହେଉଥିବା ଏକ ଭିଡିଓରୁ ମନେ ହେଉଛି ସମ୍ପୃକ୍ତ ବ୍ଯକ୍ତି ଓ କୋଚିଂ ପ୍ରତିଷ୍ଠାନର ସଞ୍ଚାଳକଙ୍କ ଦ୍ବାରା ଏହି ଘଟଣାକୁ ଅଧିକ ଉତ୍ତେଜିତ କରାଯାଇଛି। ଅନେକ ଥର ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରିବାକୁ ପୁଲିସ ସେମାନଙ୍କୁ ଅନୁରୋଧ କରିଥିଲା ​​ଏବଂ ସେମାନଙ୍କୁ ବୁଝାଇଥିଲା । କିନ୍ତୁ ସେମାନେ ମଧ୍ୟ ପୁଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ।

ପାଟଣାର ଖାନ ସାର୍, ବିଭିନ୍ନ କୋଚିଂ ଅପରେଟର ଏବଂ ଗିରଫ ହୋଇଥିବା ଚାରିଜଣଙ୍କ ସମେତ ତିନିରୁ ଚାରି ଶହ ଲୋକଙ୍କ ବିରୋଧରେ ପୁଲିସ ଏକ ମାମଲା ରୁଜୁ କରିଛି। ରାସ୍ତାରେ ବାଧା ସୃଷ୍ଟି କରିବା, ଅଧିକାରୀ ଏବଂ ପୁଲିସ କର୍ମଚାରୀଙ୍କୁ ଅପମାନିତ କରିବା ଏବଂ ଟ୍ରାଫିକ ତଥା ଜନସାଧାରଣଙ୍କ ପଥରେ ବାଧା ଦେବା ପାଇଁ ଆଇପିସିର ଧାରା ୧୪୭,୧୪୮, ୧୪୯, ୧୫୧, ୧୫୨, ୧୮୬, ୧୮୭, ୧୮୮, ୩୩୦, ୩୩୨ , ୩୫୩, ୫୦୪, ୫୦୬, ୧୨୦ବି  ଅଧୀନରେ ମାମଲା ରୁଜୁ ହୋଇଛି।

ଖାନସାରଙ୍କ ସାରଙ୍କ ବିରୁଧରେ ମାମଲା ରୁଜୁପରେ ଅନେକ ଛାତ୍ରଛାତ୍ରୀମାନେ ଖାନ ସାରଙ୍କୁ ସପୋର୍ଟ କରୁଥିବାର ଦେଖିବାକୁ ମିଳିଛି। ସେମାନେ ତାଙ୍କ ସହ ଅଛନ୍ତି ବୋଲି ଟ୍ବିଟରେ ଲେଖିଛନ୍ତି। ବର୍ତ୍ତମାନ ସମୟରେ ଟ୍ବିଟରେ ଖାନସାର ଟ୍ରେଣ୍ଡ କରୁଥିବାର ଦେଖିବାକୁ ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର