ଆମେରିକା ସହ ଭାରତର ସମ୍ପର୍କ ଆହୁରି ମଜଭୁତ୍ ହେବ-ରାଜନାଥ ସିଂହ

The Sakala Picture
Published On

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୋଏଡ ଅଷ୍ଟିନଙ୍କ ମଧ୍ୟରେ ଶନିବାର ଦ୍ୱିପାକ୍ଷିକ ରଣନୀତିକ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ବିକାଶ ଓ ଆତଙ୍କବାଦ ସମସ୍ୟା ଉପରେ ଆଲୋଚନା ହୋଇଛି । ତ୍ରିରାଷ୍ଟ୍ରୀୟ ଗସ୍ତରେ ଥିବା ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଶେଷ ଦେଶ ଭାବେ ଭାରତରେ ପହଞ୍ଚିଛନ୍ତି । ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଗସ୍ତ ବାଇଡେନ୍ ପ୍ରଶାସନ ସହ ସହଯୋଗୀ ଦେଶର ସମ୍ପର୍କକୁ ପ୍ରଭାବିତ […]

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୋଏଡ ଅଷ୍ଟିନଙ୍କ ମଧ୍ୟରେ ଶନିବାର ଦ୍ୱିପାକ୍ଷିକ ରଣନୀତିକ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ବିକାଶ ଓ ଆତଙ୍କବାଦ ସମସ୍ୟା ଉପରେ ଆଲୋଚନା ହୋଇଛି । ତ୍ରିରାଷ୍ଟ୍ରୀୟ ଗସ୍ତରେ ଥିବା ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଶେଷ ଦେଶ ଭାବେ ଭାରତରେ ପହଞ୍ଚିଛନ୍ତି । ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଗସ୍ତ ବାଇଡେନ୍ ପ୍ରଶାସନ ସହ ସହଯୋଗୀ ଦେଶର ସମ୍ପର୍କକୁ ପ୍ରଭାବିତ କରିବ । ଭାରତ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ଅନେକ ବୁଝାମଣା ସ୍ୱାକ୍ଷର ହୋଇଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ମିଳିତ ପ୍ରେସମିଟରେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲିୟୋଡ ଅଷ୍ଟିନ୍ କହିଛନ୍ତି ଯେ, ରାଜନାଥଙ୍କ ସହ ଚର୍ଚ୍ଚା ସାର୍ଥକ ହୋଇଛି । ରାଜନାଥ ସିଂହ କହିଛନ୍ତି ଏଫଡିଆଇର ଲାଭ ସହ ୨ଦେଶର ସେନା ମଧ୍ୟରେ ସହଭାଗିତା, ସୂଚନା ବିନିମୟ, ଯୁଦ୍ଧ ସହଯୋଗ ସହ ଅନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଛି । ବାଇଡେନ୍ ଆମେରିକା ରାଷ୍ଟ୍ରପତି ହେବା ପରେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଏହା ପ୍ରଥମ ଭାରତ ଗସ୍ତ ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ଏକବିଂଶ ଶତାବ୍ଦୀରେ ଆମେରିକା ସହ ଭାରତର ସମ୍ପର୍କ ଆହୁରି ମଜଭୁତ୍ ହେବ ଲାଗି ଆଶା କରୁଛୁ ବୋଲି ରାଜନାଥ କହିଛନ୍ତି । ରକ୍ଷା କ୍ଷେତ୍ରରେ ଉଦାର ଏଫଡିଆଇର ଲାଭ ଉଠାଇବାକୁ ରାଜନାଥ ଆମେରିକାକୁ ଆମନ୍ତ୍ରଣ କରିଛନ୍ତି । ଭାରତୀୟ ସେନା ଓ ଆମେରିକାର ହିନ୍ଦ-ପ୍ରଶାନ୍ତ କମାଣ୍ଡର, ମଧ୍ୟ କମାଣ୍ଡର ଓ ଆଫ୍ରିକା କମାଣ୍ଡରଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ଦିଗରେ ସହମତି ହୋଇଛି ।

ଆହୁରି ପଢ଼ନ୍ତୁ: ବିହାର ସୁପୌଲରେ ତୁମୁଳକାଣ୍ଡ: ପ୍ରେମିକକୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ, ଗାଡ଼ି ଭଙ୍ଗାରୁଜା

ସୂଚନା ଅନୁଯାୟୀ, ଆଜି ସକାଳେ ଅଷ୍ଟିନଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ତାପରେ ସେ ଭାରତର ଯୁଦ୍ଧ ସ୍ମାରକୀ ଯାଇ ସହିତ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ । ଏହା ପରେ ସେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଆଲୋଚନା କରିଥିଲେ ।

20 Mar 2021 By The Sakala

ଆମେରିକା ସହ ଭାରତର ସମ୍ପର୍କ ଆହୁରି ମଜଭୁତ୍ ହେବ-ରାଜନାଥ ସିଂହ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୋଏଡ ଅଷ୍ଟିନଙ୍କ ମଧ୍ୟରେ ଶନିବାର ଦ୍ୱିପାକ୍ଷିକ ରଣନୀତିକ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ବିକାଶ ଓ ଆତଙ୍କବାଦ ସମସ୍ୟା ଉପରେ ଆଲୋଚନା ହୋଇଛି । ତ୍ରିରାଷ୍ଟ୍ରୀୟ ଗସ୍ତରେ ଥିବା ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଶେଷ ଦେଶ ଭାବେ ଭାରତରେ ପହଞ୍ଚିଛନ୍ତି । ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଗସ୍ତ ବାଇଡେନ୍ ପ୍ରଶାସନ ସହ ସହଯୋଗୀ ଦେଶର ସମ୍ପର୍କକୁ ପ୍ରଭାବିତ କରିବ । ଭାରତ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ଅନେକ ବୁଝାମଣା ସ୍ୱାକ୍ଷର ହୋଇଛି ।

ମିଳିତ ପ୍ରେସମିଟରେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲିୟୋଡ ଅଷ୍ଟିନ୍ କହିଛନ୍ତି ଯେ, ରାଜନାଥଙ୍କ ସହ ଚର୍ଚ୍ଚା ସାର୍ଥକ ହୋଇଛି । ରାଜନାଥ ସିଂହ କହିଛନ୍ତି ଏଫଡିଆଇର ଲାଭ ସହ ୨ଦେଶର ସେନା ମଧ୍ୟରେ ସହଭାଗିତା, ସୂଚନା ବିନିମୟ, ଯୁଦ୍ଧ ସହଯୋଗ ସହ ଅନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଛି । ବାଇଡେନ୍ ଆମେରିକା ରାଷ୍ଟ୍ରପତି ହେବା ପରେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଏହା ପ୍ରଥମ ଭାରତ ଗସ୍ତ ।

ଏକବିଂଶ ଶତାବ୍ଦୀରେ ଆମେରିକା ସହ ଭାରତର ସମ୍ପର୍କ ଆହୁରି ମଜଭୁତ୍ ହେବ ଲାଗି ଆଶା କରୁଛୁ ବୋଲି ରାଜନାଥ କହିଛନ୍ତି । ରକ୍ଷା କ୍ଷେତ୍ରରେ ଉଦାର ଏଫଡିଆଇର ଲାଭ ଉଠାଇବାକୁ ରାଜନାଥ ଆମେରିକାକୁ ଆମନ୍ତ୍ରଣ କରିଛନ୍ତି । ଭାରତୀୟ ସେନା ଓ ଆମେରିକାର ହିନ୍ଦ-ପ୍ରଶାନ୍ତ କମାଣ୍ଡର, ମଧ୍ୟ କମାଣ୍ଡର ଓ ଆଫ୍ରିକା କମାଣ୍ଡରଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ଦିଗରେ ସହମତି ହୋଇଛି ।

ସୂଚନା ଅନୁଯାୟୀ, ଆଜି ସକାଳେ ଅଷ୍ଟିନଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ତାପରେ ସେ ଭାରତର ଯୁଦ୍ଧ ସ୍ମାରକୀ ଯାଇ ସହିତ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ । ଏହା ପରେ ସେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଆଲୋଚନା କରିଥିଲେ ।

https://www.thesakala.in/national-international/indias-relationship-with-the-united-states-will-be-stronger/article-853
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର