ଦତ୍ତାତ୍ରେୟ ହୋସବାଲେ ହେଲେ ଆରଏସଏସର ସାଧାରଣ ସମ୍ପାଦକ

The Sakala Picture
Published On

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ବଡ଼ ଧରିଣର ପରିବର୍ତ୍ତନ ହୋଇଛି । ୧୨ ବର୍ଷ ହେଲା ଆରଏସଏସର ସରକାର୍ଯ୍ଯବାହକ (ସାଧାରଣ ସମ୍ପାଦକ) ଭୈୟାଜୀ ଯୋଶୀଙ୍କ ସ୍ଥାନରେ ଦତ୍ତାତ୍ରେୟ ହୋସବାଲେଙ୍କୁ ନିଯୁକ୍ତି ମିଳିଛି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ)ର ଅଖିଳ ଭାରତୀୟ ପ୍ରତିନିଧି ସଭା ବୈଠକରେ ଦତ୍ତାତ୍ରେୟଙ୍କୁ ନୂଆ ସରକାର୍ଯ୍ଯବାହକ ଭାବେ ମନୋନୀତ କରାଯାଇଛି । ସଂଘ ଇତିହାସରେ ଆଜି ଯାଏ କେବେ ଭୋଟିଂ ହୋଇନାହିଁ । ପ୍ରତ୍ୟେକ ଥର ସରକାର୍ଯ୍ଯବାହକ ନିର୍ବାଚନ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ହୋଇଛି […]

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ବଡ଼ ଧରିଣର ପରିବର୍ତ୍ତନ ହୋଇଛି । ୧୨ ବର୍ଷ ହେଲା ଆରଏସଏସର ସରକାର୍ଯ୍ଯବାହକ (ସାଧାରଣ ସମ୍ପାଦକ) ଭୈୟାଜୀ ଯୋଶୀଙ୍କ ସ୍ଥାନରେ ଦତ୍ତାତ୍ରେୟ ହୋସବାଲେଙ୍କୁ ନିଯୁକ୍ତି ମିଳିଛି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ)ର ଅଖିଳ ଭାରତୀୟ ପ୍ରତିନିଧି ସଭା ବୈଠକରେ ଦତ୍ତାତ୍ରେୟଙ୍କୁ ନୂଆ ସରକାର୍ଯ୍ଯବାହକ ଭାବେ ମନୋନୀତ କରାଯାଇଛି ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ସଂଘ ଇତିହାସରେ ଆଜି ଯାଏ କେବେ ଭୋଟିଂ ହୋଇନାହିଁ । ପ୍ରତ୍ୟେକ ଥର ସରକାର୍ଯ୍ଯବାହକ ନିର୍ବାଚନ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ହୋଇଛି । ଏଥର ବି ସେମିତି ହୋଇଛି । ଓଁ ଉଚ୍ଚାରଣ ସହିତ ଦତ୍ତାତ୍ରେୟ ହୋସବାଲେଙ୍କ ନାମ ଉପରେ ଅଖିଳ ଭାରତୀୟ ପ୍ରତିନିଧି ସଭା ମୋହର ମାରିଛି ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

କର୍ଣ୍ଣାଟକର ସିମୋଗା ନିବାସୀ ଦତ୍ତାତ୍ରେୟ ହୋସବାଲେ । ସେ ୧୯୭୩ରେ ଆରଏସ୍ଏସ୍ ସମ୍ପର୍କରେ ଆସିଥିଲେ । ବେଙ୍ଗଳୁରୁ ବିଶ୍ୱବିଦ୍ୟାଳୟରେ ଦତ୍ତାତ୍ରେୟ ଇଂରାଜୀରେ ସ୍ନାତକୋତ୍ତର ହାସଲ କରିଛନ୍ତି । ଏହା ଛଡ଼ା ସେ ଏବିଭିପି କର୍ଣ୍ଣାଟକ ରାଜ୍ୟରେ ସଂଗଠନ ମନ୍ତ୍ରୀ ଥିଲେ । ଏହାପରେ ସେ ଏବିଭିପିର ରାଷ୍ଟ୍ରୀୟ ମନ୍ତ୍ରୀ ଏବଂ ସହ ସଂଗଠନ ମନ୍ତ୍ରୀ ଥିଲେ । ପ୍ରାୟ ୨ ଦଶନ୍ଧି ଧରି ଏବିଭିପି ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ରହିବା ପରେ ୨୦୦୨-୦୩ରେ ସଂଘର ଅଖିଳ ଭାରତୀୟ ସହ ବୌଦ୍ଧିକ ପ୍ରମୁଖ ଭାବେ ନିଯୁକ୍ତ ହୋଇଥିଲେ । ୨୦୦୯ରୁ ସହ ସରକାର୍ୟ୍ୟବାହକ ଥିଲେ ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର