ବିଶେଷଜ୍ଞଙ୍କ ଚେତାବନୀ: ପୃଥିବୀକୁ ଧକ୍କାଦେବ ଋଷର ଗୁଇନ୍ଦା ଉପଗ୍ରହ !

The Sakala Picture
Published On

ମସ୍କୋ: ଆସନ୍ତା କିଛି ସପ୍ତାହ ମଧ୍ୟରେ ଋଷର ଏକ ସାମରିକ ଗୁଇନ୍ଦା ଉପଗ୍ରହ ପୃଥିବୀ ସହ ଧକ୍କା ହୋଇପାରେ। କିଛି ଦିନ ତଳେ ଏହି ଉପଗ୍ରହର ସଫଳ ଉତ୍‌କ୍ଷେପଣ ହୋଇଛି ବୋଲି ମସ୍କୋ ପକ୍ଷରୁ କୁହାଯାଇଥିଲା। ତେବେ ବିଶେଷଜ୍ଞମାନେ ଏହାକୁ ନେଇ ଚେତାବନୀ ଦେଇଛନ୍ତି। ଏହି ଉପଗ୍ରହ ଖରାପ ହୋଇଯାଇଥିବା ସେମାନେ ଦାବି କରିଛନ୍ତି। ଋଷ ସୋମବାର ନୂତନ ପିଢ଼ିର ରକେଟ ଅଙ୍ଗାରା ଏ-୫ରୁ ଏହି ଗୁଇନ୍ଦା ଉପଗ୍ରହକୁ ମହାକାଶକୁ ଛାଡ଼ିଥିଲା। ଏହି ସାମିରକ ଉପଗ୍ରହର ଓଜନ […]

ମସ୍କୋ: ଆସନ୍ତା କିଛି ସପ୍ତାହ ମଧ୍ୟରେ ଋଷର ଏକ ସାମରିକ ଗୁଇନ୍ଦା ଉପଗ୍ରହ ପୃଥିବୀ ସହ ଧକ୍କା ହୋଇପାରେ। କିଛି ଦିନ ତଳେ ଏହି ଉପଗ୍ରହର ସଫଳ ଉତ୍‌କ୍ଷେପଣ ହୋଇଛି ବୋଲି ମସ୍କୋ ପକ୍ଷରୁ କୁହାଯାଇଥିଲା। ତେବେ ବିଶେଷଜ୍ଞମାନେ ଏହାକୁ ନେଇ ଚେତାବନୀ ଦେଇଛନ୍ତି। ଏହି ଉପଗ୍ରହ ଖରାପ ହୋଇଯାଇଥିବା ସେମାନେ ଦାବି କରିଛନ୍ତି। ଋଷ ସୋମବାର ନୂତନ ପିଢ଼ିର ରକେଟ ଅଙ୍ଗାରା ଏ-୫ରୁ ଏହି ଗୁଇନ୍ଦା ଉପଗ୍ରହକୁ ମହାକାଶକୁ ଛାଡ଼ିଥିଲା। ଏହି ସାମିରକ ଉପଗ୍ରହର ଓଜନ ପ୍ରାୟ ୨୦ ଟନ୍‌ ହେବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ସ୍ବାଧୀନ ବିଶେଷଜ୍ଞଙ୍କ ଅନୁଯାୟୀ ଋଷ ଗୁଇନ୍ଦା ଉପଗ୍ରହ ଏବଂ ଏହାର ବୁଷ୍ଟର ରକେଟ ଆଗାମୀ କିଛି ସପ୍ତାହ ମଧ୍ୟରେ ପୃଥିବୀ ସହ ଧକ୍କା ହୋଇପାରେ। ଅଙ୍ଗାରା ଏ-୫ ରକେଟ ଗୁଇନ୍ଦା ଉପଗ୍ରହ, ଅସ୍ତ୍ରଶସ୍ତ୍ର ଏବଂ ନାଭିଗେସନ ପାଇଁ ଜରୁରୀ ଉପଗ୍ରହକୁ ମହାକାଶକୁ ପଠାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ଏହା ସାହାଯ୍ୟରେ ଚନ୍ଦ୍ର ମିଶନ କରିବାକୁ ଋଷ ଲକ୍ଷ୍ୟ ରଖିଛି। ଗୁଇନ୍ଦା ଉପଗ୍ରହର ଲଞ୍ଚ ପରେ ରକେଟର ଉପରେ ଲାଗିଥିବା ବୁଷ୍ଟର ପେରେସେଇ ଉଡାଣ ସମୟରେ କାମ କରିନଥିଲା। ଏଥିଯୋଗୁଁ ଉପଗ୍ରହ ନିଜ କକ୍ଷରେ ପହଞ୍ଚି ପାରିନଥିଲା। ଏହାର କିଛି ଦିନ ପରେ ପୃଥିବୀ ସହ ମାଡ଼ ହୋଇପାରେ। ଅନ୍ୟପକ୍ଷରେ ଋଷ ସେନାପକ୍ଷରୁ ଏ ନେଇ କୌଣସି ମନ୍ତବ୍ୟ ଦିଆଯାଇନାହିଁ।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର