ବିଶେଷଜ୍ଞଙ୍କ ଚେତାବନୀ: ପୃଥିବୀକୁ ଧକ୍କାଦେବ ଋଷର ଗୁଇନ୍ଦା ଉପଗ୍ରହ !

The Sakala Picture
Published On

ମସ୍କୋ: ଆସନ୍ତା କିଛି ସପ୍ତାହ ମଧ୍ୟରେ ଋଷର ଏକ ସାମରିକ ଗୁଇନ୍ଦା ଉପଗ୍ରହ ପୃଥିବୀ ସହ ଧକ୍କା ହୋଇପାରେ। କିଛି ଦିନ ତଳେ ଏହି ଉପଗ୍ରହର ସଫଳ ଉତ୍‌କ୍ଷେପଣ ହୋଇଛି ବୋଲି ମସ୍କୋ ପକ୍ଷରୁ କୁହାଯାଇଥିଲା। ତେବେ ବିଶେଷଜ୍ଞମାନେ ଏହାକୁ ନେଇ ଚେତାବନୀ ଦେଇଛନ୍ତି। ଏହି ଉପଗ୍ରହ ଖରାପ ହୋଇଯାଇଥିବା ସେମାନେ ଦାବି କରିଛନ୍ତି। ଋଷ ସୋମବାର ନୂତନ ପିଢ଼ିର ରକେଟ ଅଙ୍ଗାରା ଏ-୫ରୁ ଏହି ଗୁଇନ୍ଦା ଉପଗ୍ରହକୁ ମହାକାଶକୁ ଛାଡ଼ିଥିଲା। ଏହି ସାମିରକ ଉପଗ୍ରହର ଓଜନ […]

ମସ୍କୋ: ଆସନ୍ତା କିଛି ସପ୍ତାହ ମଧ୍ୟରେ ଋଷର ଏକ ସାମରିକ ଗୁଇନ୍ଦା ଉପଗ୍ରହ ପୃଥିବୀ ସହ ଧକ୍କା ହୋଇପାରେ। କିଛି ଦିନ ତଳେ ଏହି ଉପଗ୍ରହର ସଫଳ ଉତ୍‌କ୍ଷେପଣ ହୋଇଛି ବୋଲି ମସ୍କୋ ପକ୍ଷରୁ କୁହାଯାଇଥିଲା। ତେବେ ବିଶେଷଜ୍ଞମାନେ ଏହାକୁ ନେଇ ଚେତାବନୀ ଦେଇଛନ୍ତି। ଏହି ଉପଗ୍ରହ ଖରାପ ହୋଇଯାଇଥିବା ସେମାନେ ଦାବି କରିଛନ୍ତି। ଋଷ ସୋମବାର ନୂତନ ପିଢ଼ିର ରକେଟ ଅଙ୍ଗାରା ଏ-୫ରୁ ଏହି ଗୁଇନ୍ଦା ଉପଗ୍ରହକୁ ମହାକାଶକୁ ଛାଡ଼ିଥିଲା। ଏହି ସାମିରକ ଉପଗ୍ରହର ଓଜନ ପ୍ରାୟ ୨୦ ଟନ୍‌ ହେବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା: ଆମେରିକାର ଅତ୍ୟାଧୁନିକ ଏମକ୍ୟୁ-୯ ରିପର୍ ଡ୍ରୋନ୍‌କୁ ଖସାଇଲା ଇରାନ

ସ୍ବାଧୀନ ବିଶେଷଜ୍ଞଙ୍କ ଅନୁଯାୟୀ ଋଷ ଗୁଇନ୍ଦା ଉପଗ୍ରହ ଏବଂ ଏହାର ବୁଷ୍ଟର ରକେଟ ଆଗାମୀ କିଛି ସପ୍ତାହ ମଧ୍ୟରେ ପୃଥିବୀ ସହ ଧକ୍କା ହୋଇପାରେ। ଅଙ୍ଗାରା ଏ-୫ ରକେଟ ଗୁଇନ୍ଦା ଉପଗ୍ରହ, ଅସ୍ତ୍ରଶସ୍ତ୍ର ଏବଂ ନାଭିଗେସନ ପାଇଁ ଜରୁରୀ ଉପଗ୍ରହକୁ ମହାକାଶକୁ ପଠାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଆହୁରି ପଢ଼ନ୍ତୁ: ଫ୍ରାନ୍ସରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ଚିହ୍ନଟ ହେଲା ଶାମୋଣ୍ଡା ଭାଇରସ୍, ସଂକ୍ରମିତଙ୍କ ମୃତ୍ୟୁ

ଏହା ସାହାଯ୍ୟରେ ଚନ୍ଦ୍ର ମିଶନ କରିବାକୁ ଋଷ ଲକ୍ଷ୍ୟ ରଖିଛି। ଗୁଇନ୍ଦା ଉପଗ୍ରହର ଲଞ୍ଚ ପରେ ରକେଟର ଉପରେ ଲାଗିଥିବା ବୁଷ୍ଟର ପେରେସେଇ ଉଡାଣ ସମୟରେ କାମ କରିନଥିଲା। ଏଥିଯୋଗୁଁ ଉପଗ୍ରହ ନିଜ କକ୍ଷରେ ପହଞ୍ଚି ପାରିନଥିଲା। ଏହାର କିଛି ଦିନ ପରେ ପୃଥିବୀ ସହ ମାଡ଼ ହୋଇପାରେ। ଅନ୍ୟପକ୍ଷରେ ଋଷ ସେନାପକ୍ଷରୁ ଏ ନେଇ କୌଣସି ମନ୍ତବ୍ୟ ଦିଆଯାଇନାହିଁ।

ଆହୁରି ପଢ଼ନ୍ତୁ: ଆମେରିକାରେ ଭାରତୀୟ ବଂଶୋଦ୍ଭବ ଲ୍ୟାବ୍ ମାଲିକଙ୍କ ବିରୋଧରେ ୬୬ ନିୟୁତ ଡଲାରର କୋଭିଡ୍ ଟେଷ୍ଟ୍ ଜାଲିଆତି ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର