ରାଜଧାନୀରେ ଲାଗୁ ହେଲା ୟେଲୋ ଆଲର୍ଟ: ସିନେମା ହଲ୍ ଓ ଶିକ୍ଷାନୁଷ୍ଠାନ ବନ୍ଦ, ୫୦ ପ୍ରତିଶତ କ୍ଷମତା ସହ ଚାଲିବ ଅଫିସ

The Sakala Picture
Published On

ନୂଆଦିଲ୍ଲୀ : ସାରା ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗୁଛି । ଭାରତର ୨୧ଟି ରାଜ୍ୟରେ ଓମିକ୍ରନ ମାମଲା ଦେଖିବାକୁ ମିଳିଛି । ବର୍ତ୍ତମାନ ଭାରତରେ ୨୧ଟି ରାଜ୍ୟରୁ ମୋଟ ୬୫୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ଏହି ମାମଲା ମଧ୍ୟରୁ କେବଳ ରାଜଧାନୀ ଦିଲ୍ଲୀରେ ୧୬୫ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ଦିଲ୍ଲୀରେ ଓମିକ୍ରନ ସଂକ୍ରମଣ ବଢ଼ୁଥିବାରୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ୟେଲୋ ୱାର୍ଣ୍ଣିଂ […]

ନୂଆଦିଲ୍ଲୀ : ସାରା ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗୁଛି । ଭାରତର ୨୧ଟି ରାଜ୍ୟରେ ଓମିକ୍ରନ ମାମଲା ଦେଖିବାକୁ ମିଳିଛି । ବର୍ତ୍ତମାନ ଭାରତରେ ୨୧ଟି ରାଜ୍ୟରୁ ମୋଟ ୬୫୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ଏହି ମାମଲା ମଧ୍ୟରୁ କେବଳ ରାଜଧାନୀ ଦିଲ୍ଲୀରେ ୧୬୫ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ଦିଲ୍ଲୀରେ ଓମିକ୍ରନ ସଂକ୍ରମଣ ବଢ଼ୁଥିବାରୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି।

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓମିକ୍ରନ୍‌ ମୁକାବିଲା ପାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ଏହି ବୈଠକରେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଗ୍ରେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍ ଅନ୍ତର୍ଗତ ଦିଲ୍ଲୀରେ ଲେଭଲ୍ -୧ ଆଲର୍ଟ ତଥା ୟେଲୋ ଆଲର୍ଟ ଜାରି କରାଯାଇଛି | ଖୁବ୍ ଶୀଘ୍ର ଏ ବାବଦରେ ଏକ ବିସ୍ତୃତ ଗାଇଡ ଲାଇନ୍ ଜାରି କରାଯିବ ବୋଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ଦିଲ୍ଲୀରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସ୍ଥିର ହୋଇଥିବା ନିୟମ ଅନୁଯାୟୀ ୟେଲୋ, ଆମ୍ବର, ଅରେଞ୍ଜ ଏବଂ ରେଡ୍ ଆଲର୍ଟର ବ୍ୟବସ୍ଥା ଅଛି |

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇସାରିଛି। ରାତି ୧୦ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ଏହି ନାଇଟ୍ କର୍ଫୁ ଲାଗୁ କରାଯାଇଛି | ଏହା ବ୍ୟତୀତ ବିଦ୍ୟାଳୟ, କଲେଜ, କୋଚିଂ ପ୍ରତିଷ୍ଠାନ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ୟେଲୋ ଆଲର୍ଟ ଅଧୀନରେ ବନ୍ଦ ରହିବ | ଏହାଛଡ଼ା ଦୋକାନ ଏବଂ ମଲ୍ ସକାଳ ୧୦ ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କେବଳ ଏତିକି ନୁହେଁ, ଘରୋଇ କାର୍ଯ୍ୟାଳୟର ସମୟ ମଧ୍ୟ ୯ ରୁ ୫ ଟା ପର୍ଯ୍ୟନ୍ତ କରାଯିବା ସହ ୫୦ ପ୍ରତିଶତ କ୍ଷମତା ସହ ଚାଲିବ । ୟେଲୋ ଆଲର୍ଟ ଅଧୀନରେ, ମୋଟ କ୍ଷମତାର ମାତ୍ର ୫୦ ପ୍ରତିଶତ ରେଷ୍ଟୁରାଣ୍ଟରେ ବସିବାକୁ ଅନୁମତି ଦିଆଯିବ | ତେବେ ସିନେମା ହଲ୍ ଓ ମଲ୍ଟିପ୍ଲେକ୍ସ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ସେହିପରି ହୋଟେଲ ଖୋଲା ରହିବ, କିନ୍ତୁ ହୋଟେଲ ଭିତରେ ଥିବା ବେଙ୍କକ୍ୱେଟ୍‌ ଏବଂ କନ୍‌ଫ୍ରେନ୍ସ ହଲ୍‌ ବନ୍ଦ ରହିବ। ସେଲୁନ, ବ୍ୟୁଟିପାଲର୍ଟର ଖୋଲା ରହିବ। ଜିମ୍‌, ଯୋଗା ସେଣ୍ଟର, ଏଣ୍ଟରଟେନ୍‌ମେଣ୍ଟ ପାର୍କ ବନ୍ଦ ରହିବ। ବସଥଗୁଡିକରେ ଛିଡା ହୋଇ ଯାତ୍ରା କରିବାକୁ ଅନୁମତି ମିଳିବ ନାହିଁ। ୫୦% କ୍ଷମତାରେ ବସ୍‌ ଚାଲିବ। ସ୍ପୋର୍ଟସ୍‌ କମ୍ଲେକ୍ସ, ଷ୍ଟାଡିଅମ୍‌ ଏବଂ ସୁଇମିଂ ପୁଲ ଆଦି ବନ୍ଦ ରହିବ। ବିବାହ ଏବଂ ଅନ୍ତିମ ସଂସ୍କାରରେ କେବଳ ୨୦ ଲୋକ ସାମିଲ ହେବା ପାଇଁ ଅନୁମତି ରହିବ।

ତେବେ ଦିନରେ ଲୋକେ ଭିଡ ଜମାଇବା ସହ ମାସ୍କ ବ୍ୟବହାର କରୁନଥିବା ଦେଖିବାକୁ ମିଳୁଛି । ଏଭଳି ହେଲେ ସରକାର କଡା କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ବର୍ତ୍ତମାନ ଦିଲ୍ଲୀରେ ପଜିଟିଭିଟି ରେଟ୍ ୦.୫ ପ୍ରତିଶତ ରହିଛି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଡରିବାର କୌଣସି କାରଣ ନାହିଁ । ଦିଲ୍ଲୀ ସରକାର କରୋନର ନୂଆ ଭାରିଆଣ୍ଟ ଓମିକ୍ରନ ମୁକାବିଲା ପାଇଁ ପୂରା ପ୍ରସ୍ତୁତ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର