କରୋନା ପ୍ରଭାବିତ ଅର୍ଥନୀତିକୁ ମିଳିବ ରାହା; ଗରିବ ରାଷ୍ଟ୍ରଙ୍କୁ ବିଶ୍ବବ୍ୟାଙ୍କର ୭ ଲକ୍ଷ କୋଟିର ସହାୟତା

The Sakala Picture
Published On

ନୂଆଦିଲ୍ଲୀ: ପ୍ରାୟ ଦୁଇବର୍ଷ ଧରି କରୋନା ମହାମାରୀ ପ୍ରଭାବରେ ବିଶ୍ବ ଅର୍ଥନୀତି ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ଉତ୍ପାଦନ କ୍ଷେତ୍ର ଠାରୁ ଆରମ୍ଭ କରି ନିଯୁକ୍ତି ଏବଂ ଆମଦାନୀ-ରପ୍ତାନି କ୍ଷେତ୍ର ସର୍ବାଧିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏଭଳି ସ୍ଥିତିରେ ବିଶ୍ବର ବହୁ ଗରିବ ଏବଂ ବିକାଶନ୍ମୋଖୀ ରାଷ୍ଟ୍ରମାନଙ୍କ ଆର୍ଥିକ ସ୍ଥିତି ତଳକୁ ହୋଇଛି। କରୋନା ପରବର୍ତ୍ତୀ ଅର୍ଥନୀତି ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ବିଶ୍ବ ବ୍ୟାଙ୍କ ପକ୍ଷରୁ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଶେଷକରି ଗରିବ ରାଷ୍ଟ୍ରମାନଙ୍କ […]

ନୂଆଦିଲ୍ଲୀ: ପ୍ରାୟ ଦୁଇବର୍ଷ ଧରି କରୋନା ମହାମାରୀ ପ୍ରଭାବରେ ବିଶ୍ବ ଅର୍ଥନୀତି ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ଉତ୍ପାଦନ କ୍ଷେତ୍ର ଠାରୁ ଆରମ୍ଭ କରି ନିଯୁକ୍ତି ଏବଂ ଆମଦାନୀ-ରପ୍ତାନି କ୍ଷେତ୍ର ସର୍ବାଧିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏଭଳି ସ୍ଥିତିରେ ବିଶ୍ବର ବହୁ ଗରିବ ଏବଂ ବିକାଶନ୍ମୋଖୀ ରାଷ୍ଟ୍ରମାନଙ୍କ ଆର୍ଥିକ ସ୍ଥିତି ତଳକୁ ହୋଇଛି। କରୋନା ପରବର୍ତ୍ତୀ ଅର୍ଥନୀତି ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ବିଶ୍ବ ବ୍ୟାଙ୍କ ପକ୍ଷରୁ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଶେଷକରି ଗରିବ ରାଷ୍ଟ୍ରମାନଙ୍କ ଅର୍ଥନୀତିରେ ପରିବର୍ତ୍ତନ ଆଣିବାକୁ ବିଶ୍ବ ବ୍ୟାଙ୍କ ୯୩ ବିଲିୟନ ଡଲାର (ପ୍ରାୟ ୭ ଲକ୍ଷ କୋଟି ଟଙ୍କା)ର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ପ୍ରତିଷ୍ଠାତା ଲଳିତ ମୋଦୀଙ୍କ ୮ଟି ବଡ଼ ଖୁଲାସା: ଦାଉଦ ଇବ୍ରାହିମ, ପିଏମ ମୋଦୀ ଏବଂ ପୁଅର ଅପହରଣକୁ ନେଇ କହିଲେ ବଡ଼ କଥା

ଆନ୍ତର୍ଜାତିକ ଉନ୍ନୟନ ସଂଘ(ଆଇଡିଏ) ଦ୍ବାରା ବିଭିନ୍ନ ଗରିବ ରାଷ୍ଟ୍ରଙ୍କ ସ୍ଥିତି ଅନୁଧ୍ୟାନ କରାଯାଇ ୭୪ଟି ରାଷ୍ଟ୍ରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯିବା ପରେ ବିଶ୍ବ ବ୍ୟାଙ୍କ ଏହି ପରିମାଣର ଅର୍ଥ ସହାୟତା ଦେବାକୁ ଅନୁମୋଦନ ଦେଇଛି। ଏଥିପାଇଁ ବିଶ୍ବର ସର୍ବାଧିକ ଆୟକାରୀ ରାଷ୍ଟ୍ର ଏବଂ ମଧ୍ୟମ ଆୟକାରୀ ପ୍ରାୟ ୪୮ ରାଷ୍ଟ୍ର ୨୩.୫ ବିଲିୟନ ଡଲାରର ସହାୟତା ଯୋଗାଇ ଦେଇଥିବା ବେଳେ କିଛି ରାଶି ପୁଞ୍ଜି ବଜାର ଏବଂ ବାକି ଅର୍ଥ ବିଶ୍ବ ବ୍ୟାଙ୍କ ଯୋଗାଇ ଦେଇଛି। ବିଶ୍ବ ସମୁଦାୟକୁ କୌଣସି ଆନ୍ତର୍ଜାତିକ ସଂସ୍ଥା ପକ୍ଷରୁ ଦିଆଯାଇଥିବା ସହାୟତା ମଧ୍ୟରେ ଏହା ସର୍ବାଧିକ ରହିଥିବା ବେଳେ ସାଂପ୍ରତିକ ସ୍ଥିତିରେ ଗରିବ ରାଷ୍ଟ୍ରମାନଙ୍କୁ ସହାୟତା ଯୋଗାଇ ଦେବା ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି ବିଶ୍ବ ବ୍ୟାଙ୍କ ଅଧ୍ୟକ୍ଷ ଡେଭିଡ ମାଲପାସ କହିଛନ୍ତି। ସେ କହିଛନ୍ତି ଯେ ଏବେ ମଧ୍ୟ ସାରା ବିଶ୍ବରେ କରୋନା ପ୍ରଭାବ ଶେଷ ହୋଇ ନାହିଁ । କିନ୍ତୁ ବିଗତ ଦୁଇବର୍ଷ ମଧ୍ୟରେ ଅଧିକାଂଶ ଗରିବ ରାଷ୍ଟ୍ରଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ସାଂପ୍ରତିକ ସ୍ଥିତିର ମୁକାବିଲା କରିବା ଏବଂ ଆଗାମୀ ଦିନ ପାଇଁ ପ୍ରସ୍ତୁତ ହେବା ଲକ୍ଷ୍ୟରେ ଏହି ପରିମାଣର ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଇରାନ ବିରୋଧରେ ଯୁଦ୍ଧ ମଇଦାନକୁ ଓହ୍ଲାଇଲା ଇସ୍ରାଏଲର ନୌସେନା, ଭୂମଧ୍ୟସାଗରରୁ ମାଡ଼ ହେଉଛି ମିସାଇଲ

17 Dec 2021 By The Sakala

କରୋନା ପ୍ରଭାବିତ ଅର୍ଥନୀତିକୁ ମିଳିବ ରାହା; ଗରିବ ରାଷ୍ଟ୍ରଙ୍କୁ ବିଶ୍ବବ୍ୟାଙ୍କର ୭ ଲକ୍ଷ କୋଟିର ସହାୟତା

ନୂଆଦିଲ୍ଲୀ: ପ୍ରାୟ ଦୁଇବର୍ଷ ଧରି କରୋନା ମହାମାରୀ ପ୍ରଭାବରେ ବିଶ୍ବ ଅର୍ଥନୀତି ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ଉତ୍ପାଦନ କ୍ଷେତ୍ର ଠାରୁ ଆରମ୍ଭ କରି ନିଯୁକ୍ତି ଏବଂ ଆମଦାନୀ-ରପ୍ତାନି କ୍ଷେତ୍ର ସର୍ବାଧିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏଭଳି ସ୍ଥିତିରେ ବିଶ୍ବର ବହୁ ଗରିବ ଏବଂ ବିକାଶନ୍ମୋଖୀ ରାଷ୍ଟ୍ରମାନଙ୍କ ଆର୍ଥିକ ସ୍ଥିତି ତଳକୁ ହୋଇଛି। କରୋନା ପରବର୍ତ୍ତୀ ଅର୍ଥନୀତି ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ବିଶ୍ବ ବ୍ୟାଙ୍କ ପକ୍ଷରୁ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଶେଷକରି ଗରିବ ରାଷ୍ଟ୍ରମାନଙ୍କ ଅର୍ଥନୀତିରେ ପରିବର୍ତ୍ତନ ଆଣିବାକୁ ବିଶ୍ବ ବ୍ୟାଙ୍କ ୯୩ ବିଲିୟନ ଡଲାର (ପ୍ରାୟ ୭ ଲକ୍ଷ କୋଟି ଟଙ୍କା)ର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛି।

ଆନ୍ତର୍ଜାତିକ ଉନ୍ନୟନ ସଂଘ(ଆଇଡିଏ) ଦ୍ବାରା ବିଭିନ୍ନ ଗରିବ ରାଷ୍ଟ୍ରଙ୍କ ସ୍ଥିତି ଅନୁଧ୍ୟାନ କରାଯାଇ ୭୪ଟି ରାଷ୍ଟ୍ରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯିବା ପରେ ବିଶ୍ବ ବ୍ୟାଙ୍କ ଏହି ପରିମାଣର ଅର୍ଥ ସହାୟତା ଦେବାକୁ ଅନୁମୋଦନ ଦେଇଛି। ଏଥିପାଇଁ ବିଶ୍ବର ସର୍ବାଧିକ ଆୟକାରୀ ରାଷ୍ଟ୍ର ଏବଂ ମଧ୍ୟମ ଆୟକାରୀ ପ୍ରାୟ ୪୮ ରାଷ୍ଟ୍ର ୨୩.୫ ବିଲିୟନ ଡଲାରର ସହାୟତା ଯୋଗାଇ ଦେଇଥିବା ବେଳେ କିଛି ରାଶି ପୁଞ୍ଜି ବଜାର ଏବଂ ବାକି ଅର୍ଥ ବିଶ୍ବ ବ୍ୟାଙ୍କ ଯୋଗାଇ ଦେଇଛି। ବିଶ୍ବ ସମୁଦାୟକୁ କୌଣସି ଆନ୍ତର୍ଜାତିକ ସଂସ୍ଥା ପକ୍ଷରୁ ଦିଆଯାଇଥିବା ସହାୟତା ମଧ୍ୟରେ ଏହା ସର୍ବାଧିକ ରହିଥିବା ବେଳେ ସାଂପ୍ରତିକ ସ୍ଥିତିରେ ଗରିବ ରାଷ୍ଟ୍ରମାନଙ୍କୁ ସହାୟତା ଯୋଗାଇ ଦେବା ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି ବିଶ୍ବ ବ୍ୟାଙ୍କ ଅଧ୍ୟକ୍ଷ ଡେଭିଡ ମାଲପାସ କହିଛନ୍ତି। ସେ କହିଛନ୍ତି ଯେ ଏବେ ମଧ୍ୟ ସାରା ବିଶ୍ବରେ କରୋନା ପ୍ରଭାବ ଶେଷ ହୋଇ ନାହିଁ । କିନ୍ତୁ ବିଗତ ଦୁଇବର୍ଷ ମଧ୍ୟରେ ଅଧିକାଂଶ ଗରିବ ରାଷ୍ଟ୍ରଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ସାଂପ୍ରତିକ ସ୍ଥିତିର ମୁକାବିଲା କରିବା ଏବଂ ଆଗାମୀ ଦିନ ପାଇଁ ପ୍ରସ୍ତୁତ ହେବା ଲକ୍ଷ୍ୟରେ ଏହି ପରିମାଣର ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର