ଅନୁସନ୍ଧାନମୂଳକ ସାମ୍ବାଦିକତା ଉଭାନ ହୋଇଯାଇଛି- ସିଜେଆଇ

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟ ଗଣମାଧ୍ୟମରେ ଏବେ ଅନୁସନ୍ଧାନମୂଳକ ସାମ୍ବାଦିକତା ଏକପ୍ରକାର ଉଭାନ ହୋଇଯାଇଛି ବୋଲି ପ୍ରଧାନବିଚାରପତି ଜଷ୍ଟିସ ଏନ ଭି ରମଣା କହିଛନ୍ତି। ପୂର୍ବରୁ ସମାଜରେ ଘଟୁଥିବା ବିଭିନ୍ନ କେଳେଙ୍କାରୀ କିମ୍ବା ଘୋଟାଲାକୁ ନେଇ ଆଶ୍ଚର୍ଯ୍ୟ କରିବା ଭଳି ବହୁ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇ ଆସୁଥିଲେ ହେଁ ଏବେ ସେଭଳି ରିପୋର୍ଟ ପ୍ରକାଶ ପାଇବା ବନ୍ଦ ହୋଇଯାଇଛି ବୋଲି ଜଷ୍ଟିସ ରମଣା କହିଛନ୍ତି । ଭର୍ଚୁଆଲ ମାଧ୍ୟମରେ ଏକ ପୁସ୍ତକର ଉନ୍ମୋଚନ କରିବା ଅବସରରେ ସେ କହିଛନ୍ତି […]

ନୂଆଦିଲ୍ଲୀ: ଭାରତୀୟ ଗଣମାଧ୍ୟମରେ ଏବେ ଅନୁସନ୍ଧାନମୂଳକ ସାମ୍ବାଦିକତା ଏକପ୍ରକାର ଉଭାନ ହୋଇଯାଇଛି ବୋଲି ପ୍ରଧାନବିଚାରପତି ଜଷ୍ଟିସ ଏନ ଭି ରମଣା କହିଛନ୍ତି। ପୂର୍ବରୁ ସମାଜରେ ଘଟୁଥିବା ବିଭିନ୍ନ କେଳେଙ୍କାରୀ କିମ୍ବା ଘୋଟାଲାକୁ ନେଇ ଆଶ୍ଚର୍ଯ୍ୟ କରିବା ଭଳି ବହୁ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇ ଆସୁଥିଲେ ହେଁ ଏବେ ସେଭଳି ରିପୋର୍ଟ ପ୍ରକାଶ ପାଇବା ବନ୍ଦ ହୋଇଯାଇଛି ବୋଲି ଜଷ୍ଟିସ ରମଣା କହିଛନ୍ତି ।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ବିମାନ ଦୁର୍ଘଟଣା: ପାହାଡ଼ ସହ ପିଟିହେଲା ଘରୋଇ ବିମାନ, ପାଇଲଟ୍ ଓ କୋ-ପାଇଲଟଙ୍କ ମୃତ୍ୟୁ ଆଶଙ୍କା

ଭର୍ଚୁଆଲ ମାଧ୍ୟମରେ ଏକ ପୁସ୍ତକର ଉନ୍ମୋଚନ କରିବା ଅବସରରେ ସେ କହିଛନ୍ତି ଯେ, ଆମର ବୟସ ବଢିଚାଲି ଥିବା ବେଳେ କୌଣସି ଦୁର୍ନୀତି କିମ୍ବା ଘୋଟାଲା ସମ୍ପର୍କରେ ଜାଣିବାର ସୂହା ମଧ୍ୟ ବଢିଥାଏ। କିନ୍ତୁ ଆଜିକାଲି ଏଭଳି ଖବର ପ୍ରକାଶ ପାଇବା ଆଦୌ ଦେଖାଯାଉ ନାହିଁ । ଏମିତି କାଁଭାଁ କିଛି ସମ୍ବାଦପତ୍ରକୁ ଛାଡି ଦେଲେ ଅନ୍ୟ କୌଣସିଥରେ ଏ ସମ୍ପର୍କରେ ଖବର ପ୍ରକାଶ ପାଉନାହିଁ ବୋଲି ଜଷ୍ଟିସ ରମଣା କହିଛନ୍ତି। ସେହିପରି ନ୍ୟାୟପାଳିକା ବ୍ୟବସ୍ଥାରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ବିଚାରପତି ପଦବୀ ରହିବା ସପକ୍ଷରେ ମଧ୍ୟ ସେ ନିଜର ମତ ଦୋହରାଇଛନ୍ତି। ସାମ୍ବିଧାନିକ କୋର୍ଟଗୁଡ଼ିକରେ ମହିଳାମାନଙ୍କ ଲାଗି ୫୦ ପ୍ରତିଶତ ବିଚାରପତି ପଦ ସଂରକ୍ଷଣ ରଖାଯିବା ପ୍ରସଙ୍ଗରେ ସେ କଲେଜିୟମ ସଦସ୍ୟଙ୍କ ସହ କଥା ହେବେ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଚାଞ୍ଚଲ୍ୟ: ଆଇଆରଏସ ଅଧିକାରୀଙ୍କ ଝିଅକୁ ଦୁଷ୍କର୍ମ ପରେ ମୋବାଇଲ୍ ଚାର୍ଜିଂ କେବୁଲରେ ତଣ୍ଟି ଚିପି ହତ୍ୟା

16 Dec 2021 By The Sakala

ଅନୁସନ୍ଧାନମୂଳକ ସାମ୍ବାଦିକତା ଉଭାନ ହୋଇଯାଇଛି- ସିଜେଆଇ

ନୂଆଦିଲ୍ଲୀ: ଭାରତୀୟ ଗଣମାଧ୍ୟମରେ ଏବେ ଅନୁସନ୍ଧାନମୂଳକ ସାମ୍ବାଦିକତା ଏକପ୍ରକାର ଉଭାନ ହୋଇଯାଇଛି ବୋଲି ପ୍ରଧାନବିଚାରପତି ଜଷ୍ଟିସ ଏନ ଭି ରମଣା କହିଛନ୍ତି। ପୂର୍ବରୁ ସମାଜରେ ଘଟୁଥିବା ବିଭିନ୍ନ କେଳେଙ୍କାରୀ କିମ୍ବା ଘୋଟାଲାକୁ ନେଇ ଆଶ୍ଚର୍ଯ୍ୟ କରିବା ଭଳି ବହୁ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇ ଆସୁଥିଲେ ହେଁ ଏବେ ସେଭଳି ରିପୋର୍ଟ ପ୍ରକାଶ ପାଇବା ବନ୍ଦ ହୋଇଯାଇଛି ବୋଲି ଜଷ୍ଟିସ ରମଣା କହିଛନ୍ତି ।

ଭର୍ଚୁଆଲ ମାଧ୍ୟମରେ ଏକ ପୁସ୍ତକର ଉନ୍ମୋଚନ କରିବା ଅବସରରେ ସେ କହିଛନ୍ତି ଯେ, ଆମର ବୟସ ବଢିଚାଲି ଥିବା ବେଳେ କୌଣସି ଦୁର୍ନୀତି କିମ୍ବା ଘୋଟାଲା ସମ୍ପର୍କରେ ଜାଣିବାର ସୂହା ମଧ୍ୟ ବଢିଥାଏ। କିନ୍ତୁ ଆଜିକାଲି ଏଭଳି ଖବର ପ୍ରକାଶ ପାଇବା ଆଦୌ ଦେଖାଯାଉ ନାହିଁ । ଏମିତି କାଁଭାଁ କିଛି ସମ୍ବାଦପତ୍ରକୁ ଛାଡି ଦେଲେ ଅନ୍ୟ କୌଣସିଥରେ ଏ ସମ୍ପର୍କରେ ଖବର ପ୍ରକାଶ ପାଉନାହିଁ ବୋଲି ଜଷ୍ଟିସ ରମଣା କହିଛନ୍ତି। ସେହିପରି ନ୍ୟାୟପାଳିକା ବ୍ୟବସ୍ଥାରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ବିଚାରପତି ପଦବୀ ରହିବା ସପକ୍ଷରେ ମଧ୍ୟ ସେ ନିଜର ମତ ଦୋହରାଇଛନ୍ତି। ସାମ୍ବିଧାନିକ କୋର୍ଟଗୁଡ଼ିକରେ ମହିଳାମାନଙ୍କ ଲାଗି ୫୦ ପ୍ରତିଶତ ବିଚାରପତି ପଦ ସଂରକ୍ଷଣ ରଖାଯିବା ପ୍ରସଙ୍ଗରେ ସେ କଲେଜିୟମ ସଦସ୍ୟଙ୍କ ସହ କଥା ହେବେ ବୋଲି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର