ପୁଅ ବିଷୟରେ ପଚାରିବାରୁ ସାମ୍ବାଦିକଙ୍କ ଉପରେ ଭଡକିଗଲେ କେନ୍ଦ୍ରମନ୍ତ୍ରୀ, କହିଲେ ମୋ ପୁଅକୁ ତମେ ଫସାଇ ଦେଇଛ

The Sakala Picture
Published On

ଲକ୍ଷ୍ନୌ: ସବୁ ସୀମା ଟପିଗଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର । ଲଖିମପୁର ଖେରୀରେ ଚାଷୀଙ୍କ ଉପରେ ଗାଡି ଚଢାଇ ହତ୍ୟା କରିବା ଏବଂ ହିସାଂ କାଣ୍ଡ ମାମଲାରେ ଜେଲରେ ଥିବା ତାଙ୍କ ପୁଅ ବିଷୟରେ ପ୍ରଶ୍ନ କରିବାକୁ ସାମ୍ବାଦିକଙ୍କୁ ଦୁର୍ବ୍ୟବ୍ୟବହାର କରିବା ସହ ମନଇଚ୍ଛା ଗାଳି କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଲଖିମପୁର ଖେରୀ ହିଂସା ମାମଲାରେ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଓ ଅସ୍ତ୍ରଶସ୍ତ୍ର ରଖିଥିବା […]

ଲକ୍ଷ୍ନୌ: ସବୁ ସୀମା ଟପିଗଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର । ଲଖିମପୁର ଖେରୀରେ ଚାଷୀଙ୍କ ଉପରେ ଗାଡି ଚଢାଇ ହତ୍ୟା କରିବା ଏବଂ ହିସାଂ କାଣ୍ଡ ମାମଲାରେ ଜେଲରେ ଥିବା ତାଙ୍କ ପୁଅ ବିଷୟରେ ପ୍ରଶ୍ନ କରିବାକୁ ସାମ୍ବାଦିକଙ୍କୁ ଦୁର୍ବ୍ୟବ୍ୟବହାର କରିବା ସହ ମନଇଚ୍ଛା ଗାଳି କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: କାନାଡାରେ ପଞ୍ଜାବୀ ମୂଳର ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନାନ୍ସି ଗ୍ରେୱାଲଙ୍କ ହତ୍ୟା, ଘରେ ପଶି ଛୁରୀ ଭୁସିଲା ଦୁର୍ବୃତ୍ତ

ଲଖିମପୁର ଖେରୀ ହିଂସା ମାମଲାରେ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଓ ଅସ୍ତ୍ରଶସ୍ତ୍ର ରଖିଥିବା ଧାରା ଲାଗିବା ପରେ ଶାଳୀନତା ଭୁଲି ଯାଇଛନ୍ତି ଅଜୟ ମିଶ୍ର । ଲଖିମପୁର ହିଂସା ମାମଲାରେ ଅଜୟ ମିଶ୍ରଙ୍କୁ ପ୍ରଶ୍ନ ପଚାରିବାରୁ ସାମ୍ବାଦିକଙ୍କୁ ଗାଳି କରିଥିଲେ ଅଜୟ ।ଲଖିମପୁରରେ ମଦର ଚାଇଲ୍ଡ କେୟାରର ଅକ୍ସିଜେନ ପ୍ଲାଣ୍ଟ ଉଦଘାଟନ କରିବା ସମୟରେ ଗଣମାଧ୍ୟମ ପ୍ରତିନିଧି ଯେତେବେଳେ ତାଙ୍କୁ ଏସଆଇଟି ରିପୋର୍ଟ ବିଷୟରେ ପ୍ରଶ୍ନ ପଚାରିଥିଲେ ସେ ସମୟରେ ରାଗି ଯାଇଥିଲେ ଅଜୟ । ସେ କହିଥିଲେ କି, ଏହି ପ୍ରସଙ୍ଗରେ ଏସିଆଇଟିକୁ ପ୍ରଶ୍ନ କର । ସେ ଆହୁରି କହିଥିଲେ କି ‘ ତୁମେ ଶ୰୰ ସାମ୍ବାଦିକ ଜଣେ ନିର୍ଦ୍ଦୋଷ ଲୋକଙ୍କୁ ଫସାଇ ଦେଇଛ, ଏପରି କରିବାକୁ ଲାଜ ଲାଗୁନି’ ବୋଲି ସାମ୍ବାଦିକଙ୍କୁ ଗାଳି କରିଥିଲେ ଅଜୟ ମିଶ୍ର ।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ପଞ୍ଚାୟତର ତୋଗଲକି ଫରମାନ: ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ୧୨ ବର୍ଷ ପାଇଁ ଏକଘରକିଆ ନିର୍ଦ୍ଦେଶ

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ ଯେତେବେଳେ ଅଜୟଙ୍କୁ ଲକ୍ଷ୍ମୀପୁର ଘଟଣାରେ ତାଙ୍କ ପୁଅ ଆଶିଷ ମିଶ୍ରଙ୍କ ବାବଦରେ ଏକ ପ୍ରଶ୍ନ ପଚରାଗଲା, ସେତେବେଳେ ସେ ସାମ୍ବାଦିକମାନଙ୍କ ଉପରେ ରାଗିଯାଇ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ସେ ପ୍ରଶ୍ନ ପଚାରିଥିବା ଟିଭି ସାମ୍ବାଦିକଙ୍କ ହାତରୁ ବୁମ ଛଡାଇ ଫୋନ୍ ବନ୍ଦ କରିବାକୁ କହିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଏହି ମାମଲାରେ ଜଣେ ନିରୀହ ବ୍ୟକ୍ତିକୁ ଫସାଇଦିଆଯାଇଛି ।ଏମିତିକି ସେ ସାମ୍ବାଦିକଙ୍କୁ ‘ଚୋର’ କହିଥିବା ଭିଡିଓ ରେକଡ଼ିଂ ହୋଇଛି।

ସୂଚନାଯୋଗ୍ୟ ଲଖିମପୁର ଖେରୀ ମାମଲାରେ ମଙ୍ଗଳବାର ଏସଆଇଟି ତଦନ୍ତ ରିପୋର୍ଟ ଆସିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପାଇଁ ଅଡୁଆ ବଢ଼ିଯାଇଛି । ଯୋଜନାବଦ୍ଧ ଭାବରେ ଆଶିଷ ମିଶ୍ର ଏପରି କରିଛନ୍ତି ବୋଲି ଏସଆଇଟି ତଦନ୍ତ ରିପୋର୍ଟରେ ଦର୍ଶାଇଛି । ଏସଆଇଟି ରିପୋର୍ଟରେ କୁହାଯାଇଛି ଯେ, ଲଖିମପୁର ଖେରୀ ଗତ ଅକ୍ଟୋବର ୩ ତାରିଖରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ଯେଉଁଭଳି ଗାଡ଼ି ମଡ଼ାଯାଇଥିଲା ତାହା କୌଣସି ଦୁର୍ଘଟଣା ନଥିଲା। ଚାଷୀମାନଙ୍କୁ ହତ୍ୟା କରିବା ଲାଗି ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିଲା। ହତ୍ୟା ଉଦ୍ଦେଶ୍ୟରେ ଏହି ଷଡ଼୍‌ଯନ୍ତ୍ର କରାଯାଇଥିଲା। ଦୁର୍ଘଟଣା କିମ୍ବା ଅବହେଳା ଯୋଗୁଁ ଏହି ମୃତ୍ୟୁ ହୋଇନାହିଁ। ଘଟଣାର ତଦନ୍ତ କରୁଥିବା ଏସ୍ଆଇଟି ଏହି ରିପୋର୍ଟ ଦେଇଛି। ତେଣୁ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ସହିତ ହତ୍ୟା ଷଡ଼ଯନ୍ତ୍ର ଦଫା ଯୋଡ଼ିବ‌ା ଲାଗି ଟିମ୍ ଅନୁରୋଧ କରିଛି। ଏସଆଇଟିର ଯାଞ୍ଚ ରିପୋର୍ଟ ଆସିବା ପରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ଦିଲ୍ଲୀ ଡକାଇଛନ୍ତି ହାଇକମାଣ୍ଡ । ଲଖିମପୁର ଖେରୀ ଘଟଣାରେ ଆଜି ଅଜୟ ମିଶ୍ର ଇସ୍ତଫା ଦେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

15 Dec 2021 By The Sakala

ପୁଅ ବିଷୟରେ ପଚାରିବାରୁ ସାମ୍ବାଦିକଙ୍କ ଉପରେ ଭଡକିଗଲେ କେନ୍ଦ୍ରମନ୍ତ୍ରୀ, କହିଲେ ମୋ ପୁଅକୁ ତମେ ଫସାଇ ଦେଇଛ

ଲକ୍ଷ୍ନୌ: ସବୁ ସୀମା ଟପିଗଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର । ଲଖିମପୁର ଖେରୀରେ ଚାଷୀଙ୍କ ଉପରେ ଗାଡି ଚଢାଇ ହତ୍ୟା କରିବା ଏବଂ ହିସାଂ କାଣ୍ଡ ମାମଲାରେ ଜେଲରେ ଥିବା ତାଙ୍କ ପୁଅ ବିଷୟରେ ପ୍ରଶ୍ନ କରିବାକୁ ସାମ୍ବାଦିକଙ୍କୁ ଦୁର୍ବ୍ୟବ୍ୟବହାର କରିବା ସହ ମନଇଚ୍ଛା ଗାଳି କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ଲଖିମପୁର ଖେରୀ ହିଂସା ମାମଲାରେ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଓ ଅସ୍ତ୍ରଶସ୍ତ୍ର ରଖିଥିବା ଧାରା ଲାଗିବା ପରେ ଶାଳୀନତା ଭୁଲି ଯାଇଛନ୍ତି ଅଜୟ ମିଶ୍ର । ଲଖିମପୁର ହିଂସା ମାମଲାରେ ଅଜୟ ମିଶ୍ରଙ୍କୁ ପ୍ରଶ୍ନ ପଚାରିବାରୁ ସାମ୍ବାଦିକଙ୍କୁ ଗାଳି କରିଥିଲେ ଅଜୟ ।ଲଖିମପୁରରେ ମଦର ଚାଇଲ୍ଡ କେୟାରର ଅକ୍ସିଜେନ ପ୍ଲାଣ୍ଟ ଉଦଘାଟନ କରିବା ସମୟରେ ଗଣମାଧ୍ୟମ ପ୍ରତିନିଧି ଯେତେବେଳେ ତାଙ୍କୁ ଏସଆଇଟି ରିପୋର୍ଟ ବିଷୟରେ ପ୍ରଶ୍ନ ପଚାରିଥିଲେ ସେ ସମୟରେ ରାଗି ଯାଇଥିଲେ ଅଜୟ । ସେ କହିଥିଲେ କି, ଏହି ପ୍ରସଙ୍ଗରେ ଏସିଆଇଟିକୁ ପ୍ରଶ୍ନ କର । ସେ ଆହୁରି କହିଥିଲେ କି ‘ ତୁମେ ଶ୰୰ ସାମ୍ବାଦିକ ଜଣେ ନିର୍ଦ୍ଦୋଷ ଲୋକଙ୍କୁ ଫସାଇ ଦେଇଛ, ଏପରି କରିବାକୁ ଲାଜ ଲାଗୁନି’ ବୋଲି ସାମ୍ବାଦିକଙ୍କୁ ଗାଳି କରିଥିଲେ ଅଜୟ ମିଶ୍ର ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ ଯେତେବେଳେ ଅଜୟଙ୍କୁ ଲକ୍ଷ୍ମୀପୁର ଘଟଣାରେ ତାଙ୍କ ପୁଅ ଆଶିଷ ମିଶ୍ରଙ୍କ ବାବଦରେ ଏକ ପ୍ରଶ୍ନ ପଚରାଗଲା, ସେତେବେଳେ ସେ ସାମ୍ବାଦିକମାନଙ୍କ ଉପରେ ରାଗିଯାଇ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ସେ ପ୍ରଶ୍ନ ପଚାରିଥିବା ଟିଭି ସାମ୍ବାଦିକଙ୍କ ହାତରୁ ବୁମ ଛଡାଇ ଫୋନ୍ ବନ୍ଦ କରିବାକୁ କହିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଏହି ମାମଲାରେ ଜଣେ ନିରୀହ ବ୍ୟକ୍ତିକୁ ଫସାଇଦିଆଯାଇଛି ।ଏମିତିକି ସେ ସାମ୍ବାଦିକଙ୍କୁ ‘ଚୋର’ କହିଥିବା ଭିଡିଓ ରେକଡ଼ିଂ ହୋଇଛି।

ସୂଚନାଯୋଗ୍ୟ ଲଖିମପୁର ଖେରୀ ମାମଲାରେ ମଙ୍ଗଳବାର ଏସଆଇଟି ତଦନ୍ତ ରିପୋର୍ଟ ଆସିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପାଇଁ ଅଡୁଆ ବଢ଼ିଯାଇଛି । ଯୋଜନାବଦ୍ଧ ଭାବରେ ଆଶିଷ ମିଶ୍ର ଏପରି କରିଛନ୍ତି ବୋଲି ଏସଆଇଟି ତଦନ୍ତ ରିପୋର୍ଟରେ ଦର୍ଶାଇଛି । ଏସଆଇଟି ରିପୋର୍ଟରେ କୁହାଯାଇଛି ଯେ, ଲଖିମପୁର ଖେରୀ ଗତ ଅକ୍ଟୋବର ୩ ତାରିଖରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ଯେଉଁଭଳି ଗାଡ଼ି ମଡ଼ାଯାଇଥିଲା ତାହା କୌଣସି ଦୁର୍ଘଟଣା ନଥିଲା। ଚାଷୀମାନଙ୍କୁ ହତ୍ୟା କରିବା ଲାଗି ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିଲା। ହତ୍ୟା ଉଦ୍ଦେଶ୍ୟରେ ଏହି ଷଡ଼୍‌ଯନ୍ତ୍ର କରାଯାଇଥିଲା। ଦୁର୍ଘଟଣା କିମ୍ବା ଅବହେଳା ଯୋଗୁଁ ଏହି ମୃତ୍ୟୁ ହୋଇନାହିଁ। ଘଟଣାର ତଦନ୍ତ କରୁଥିବା ଏସ୍ଆଇଟି ଏହି ରିପୋର୍ଟ ଦେଇଛି। ତେଣୁ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ସହିତ ହତ୍ୟା ଷଡ଼ଯନ୍ତ୍ର ଦଫା ଯୋଡ଼ିବ‌ା ଲାଗି ଟିମ୍ ଅନୁରୋଧ କରିଛି। ଏସଆଇଟିର ଯାଞ୍ଚ ରିପୋର୍ଟ ଆସିବା ପରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ଦିଲ୍ଲୀ ଡକାଇଛନ୍ତି ହାଇକମାଣ୍ଡ । ଲଖିମପୁର ଖେରୀ ଘଟଣାରେ ଆଜି ଅଜୟ ମିଶ୍ର ଇସ୍ତଫା ଦେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

https://www.thesakala.in/national-international/union-minister-ajay-mishra-abuses-journalist-over-question-about-jailed-son/article-7617
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର