ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଆମେରିକାର ସହାୟତା ନେଲା ସିବିଆଇ

The Sakala Picture
Published On

ନୂଆଦିଲ୍ଲୀ : ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ବର୍ଷେ ପୁରିସାରିଥିବା ସତ୍ତ୍ୱେ ଏହାର ସିବିଆଇ ଯାଞ୍ଚ ଜାରି ରହିଛି । ସୁଶାନ୍ତଙ୍କ ମୃତ୍ୟୁ ପଛର କଣ କାରଣ, କିଭଳି ହେଲା ତାଙ୍କ ମୃତ୍ୟୁ, ଏହା ହତ୍ୟା ନା ଆତ୍ମହତ୍ୟା ସେହି ରହସ୍ୟ ଉପରୁ ଉଠି ପାରୁନି ପରଦା। ତେବେ ଏହାରି ମଧ୍ୟରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଆନୁଷ୍ଠାନିକ ଭାବେ ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଇମେଲ ଏବଂ ସୋସିଆଲ ମିଡିଆ […]

ନୂଆଦିଲ୍ଲୀ : ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ବର୍ଷେ ପୁରିସାରିଥିବା ସତ୍ତ୍ୱେ ଏହାର ସିବିଆଇ ଯାଞ୍ଚ ଜାରି ରହିଛି । ସୁଶାନ୍ତଙ୍କ ମୃତ୍ୟୁ ପଛର କଣ କାରଣ, କିଭଳି ହେଲା ତାଙ୍କ ମୃତ୍ୟୁ, ଏହା ହତ୍ୟା ନା ଆତ୍ମହତ୍ୟା ସେହି ରହସ୍ୟ ଉପରୁ ଉଠି ପାରୁନି ପରଦା। ତେବେ ଏହାରି ମଧ୍ୟରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଆନୁଷ୍ଠାନିକ ଭାବେ ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଇମେଲ ଏବଂ ସୋସିଆଲ ମିଡିଆ ଆକାଉଣ୍ଟରୁ ଡିଲିଟ ହୋଇଥିବା ତଥ୍ୟ ରିକଭରୀ ବା ପୁନରୁଦ୍ଧାର ପାଇଁ ଆମେରିକାର ସହାୟତା ଲୋଡିଛି। ସିବିଆଇ ଜାଣିବାକୁ ଚାଁହୁଛି ଯେ ଏହିପରି ଘଟଣା କେବେ ଘଟିଛି କି ଯାହା ସୁଶାନ୍ତଙ୍କ ମୃତ୍ୟୁ ସହ ସମ୍ପର୍କ ରଖିଛି ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ଭାରତ ଏବଂ ଆମେରିକାର ମଧ୍ୟରେ ଏକ ପାରସ୍ପରିକ ଆଇନଗତ ସହାୟତା ଚୁକ୍ତି ଯଥା MLAT  ରହିଛି । (MLAT) ମ୍ୟୁଚୁଆଲ୍ ଲିଗାଲ୍ ଆସିଷ୍ଟାଣ୍ଟ ଟ୍ରିଟି ଅନୁଯାୟୀ କାଲିଫର୍ଣ୍ଣିଆରେ ଥିବା ଗୁଗୁଲ୍ ଏବଂ ଫେସବୁକ୍ ମୁଖ୍ୟାଳୟରୁ ସିବିଆଇ  ସୁଶାନ୍ତ ସିଂ ରାଜପୁତଙ୍କ ଇମେଲ ଏବଂ ସୋସିଆଲ ମିଡିଆ ଆକାଉଣ୍ଟରୁ ଡିଲିଟ ହୋଇଥିବା ତଥ୍ୟ ସୂଚନା ମାଗିଛି। ଡିଲିଟ୍ ହୋଇଥିବା ମେଲ୍ ଏବଂ ଚାଟ୍ ର ସମସ୍ତ ସୂଚନା ଉଭୟ କମ୍ପାନୀରୁ ଖୋଜାଯାଇଛି । ଭାରତ ଏବଂ ଆମେରିକା ମଧ୍ୟରେ ମ୍ୟୁଚୁଆଲ୍ ଲିଗାଲ୍ ଆସିଷ୍ଟାଣ୍ଟ ଟ୍ରିଟି ରହିଛି, ଯାହା ଅଧୀନରେ ଉଭୟ ଦେଶ ଘରୋଇ ମାମଲାର ଅନୁସନ୍ଧାନରେ ସୂଚନା ମାଗିପାରିବେ ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ ପ୍ରଥମେ ମୁମ୍ବାଇ ପୁଲିସ ଆରମ୍ଭ କରିଥିଲା ଯାହାକି ବର୍ତ୍ତମାନ ସିବିଆଇ ହାତରେ ଅଛି । ତେବେ ସୁଶାନ୍ତ ସିଂଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ। ଅନ୍ୟପକ୍ଷରେ ଆଜି ଯାଏଁ ମଧ୍ୟ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ପ୍ରଶଂସକମାନେ ତାଙ୍କ ମୃତ୍ୟୁ ପାଇଁ ନ୍ୟାୟ ନିବେଦନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଶଂସକମାନେ ତାଙ୍କୁ ଅନେକ ଥର ହତ୍ୟା ଷଡଯନ୍ତ୍ରରେ ସନ୍ଦେହ ପ୍ରକଟ କରିଛନ୍ତି । ଏମିତିକି ଦିଶା ସାଲିଆନଙ୍କ ଆତ୍ମହତ୍ୟା ମଧ୍ୟ ସୁଶାନ୍ତ ମାମଲା ସହ ଜଡିତ ଥିବା ପ୍ରଶଂସକ କହିଛନ୍ତି । ମୁମ୍ବାଇ ପୁଲିସ ଏହାର ତଦନ୍ତରେ କହିଛି ଯେ ସୁଶାନ୍ତ ସିଂ ରାଜପୁତ ଡିପ୍ରେସନରେ ପୀଡିତ ଥିଲେ । ସୁଶାନ୍ତଙ୍କ ଘରୁ ଡିପ୍ରେସନର ଔଷଧ ମଧ୍ୟ ମିଳିଥିଲା, ଯାହା ଆଧାରରେ ମୁମ୍ବାଇ ପୁଲିସ ସୁଶାନ୍ତଙ୍କ ଆତ୍ମହତ୍ୟା ହେବାର କାରଣ ବୋଲି କହିଥିଲା। ପୁଅର ମୃତ୍ୟୁ ପରେ ତାଙ୍କ ପିତା ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ଦାୟର କରିଥିଲେ ଏବଂ ମୃତ୍ୟୁ ପାଇଁ ତାଙ୍କୁ ଦାୟୀ କରିଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଅନ୍ୟପଟେ  ସିବିଆଇର ଏହି ଉଦ୍ୟମକୁ ସୁଶାନ୍ତ ସିଂଙ୍କ ଓକିଲ ବିକାଶ ସିଂ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଏହି ଘଟଣାର କୌଣସି ସାକ୍ଷୀ ନ ଥିବାରୁ ସୁଶାନ୍ତଙ୍କ ମାମଲାରେ ଅନେକ ରହସ୍ୟ ରହିଛି। ଗତ ବର୍ଷ ଜୁନ୍ ୧୪ରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ତାଙ୍କ ଘରୁ ମିଳିଥିଲା । ସୁଶାନ୍ତଙ୍କ ପିତା କେ.କେ ସିଂ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଏବଂ ପିତାମାତାଙ୍କ ବିରୋଧରେ ପାଟନା ପୁଲିସ ନିକଟରେ ଅଭିଯୋଗ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଅଗଷ୍ଟ ୨୦୨୦ ରେ ଏହି ମାମଲାର ତଦନ୍ତ ଦାୟିତ୍ୱ ଗ୍ରହଣ କରିଥିଲା। ଏହି ମାମଲାର ଅନୁସନ୍ଧାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ଏନସିବି ମଧ୍ୟ ଜଡିତ ଅଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର