କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର

The Sakala Picture
Published On

ଲକ୍ଷ୍ନୗେ: କ୍ରାଇମବ୍ରାଞ୍ଚ ନିକଟରେ ଶନିବାର ଦିନ ହାଜର ହୋଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର। ନିର୍ଦ୍ଧାରିତ ସମୟର ୧୫ ମିନଟ ପୂର୍ବରୁ ହାଜର ହୋଇଛନ୍ତି ଆଶିଷ । ଉତ୍ତରପ୍ରଦେଶର ଲଖିମପୁର-ଖେରି ଚାଷୀ ମୃତ୍ୟୁ ମାମଲାରେ ତାଙ୍କୁ ସମନ କରିଥିଲା ପୋଲିସ। ଜେରା ସମୟରେ ଡିଜିପି ଓ ଡିଏସପି ମଧ୍ୟ ଉପସ୍ଥିତ ଅଛନ୍ତି । ସମ୍ଭାବ୍ୟ ଉତ୍ତେଜନା ଆଶଙ୍କାରେ ଲଖିମପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଗତକାଲି ତାଙ୍କୁ ସମନ […]

ଲକ୍ଷ୍ନୗେ: କ୍ରାଇମବ୍ରାଞ୍ଚ ନିକଟରେ ଶନିବାର ଦିନ ହାଜର ହୋଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର। ନିର୍ଦ୍ଧାରିତ ସମୟର ୧୫ ମିନଟ ପୂର୍ବରୁ ହାଜର ହୋଇଛନ୍ତି ଆଶିଷ । ଉତ୍ତରପ୍ରଦେଶର ଲଖିମପୁର-ଖେରି ଚାଷୀ ମୃତ୍ୟୁ ମାମଲାରେ ତାଙ୍କୁ ସମନ କରିଥିଲା ପୋଲିସ। ଜେରା ସମୟରେ ଡିଜିପି ଓ ଡିଏସପି ମଧ୍ୟ ଉପସ୍ଥିତ ଅଛନ୍ତି । ସମ୍ଭାବ୍ୟ ଉତ୍ତେଜନା ଆଶଙ୍କାରେ ଲଖିମପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଗତକାଲି ତାଙ୍କୁ ସମନ କରାଯାଇଥିଲେ ମଧ୍ୟ ସେ ହାଜର ହୋଇନଥିଲେ । ଯାହା ପରେ ତାଙ୍କୁ ଆଉ ଥରେ ସମନ କରାଯାଇଥିଲା । ଗତକାଲି ସୁପ୍ରିମକୋର୍ଟରେ ୟୁପି ସରକାର ମାମଲାର ଷ୍ଟାଟସ ରିପୋର୍ଟ ରଖିଥିବା ବେଳେ ତଦନ୍ତରେ ଅବହେଳା ନେଇ ପ୍ରବଳ ବର୍ଷିଥିଲେ କୋର୍ଟ । ମାମଲାରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଆଦୌ ସନ୍ତୋଷଜନକ ନୁହେଁ । ହତ୍ୟା ଅଭିଯୁକ୍ତଙ୍କୁ ଧରିବା ପାଇଁ ଏମିତି ସମନ କରାଯାଏ କି ବୋଲି ପ୍ରଶ୍ନ ପଚାରିଥିଲେ ସର୍ବୋଚ୍ଚ ଅଦାଲତ ।

ଆହୁରି ପଢ଼ନ୍ତୁ: ୬ ବର୍ଷ ପରେ ଆକାଶ ଛୁଇଁଲା ଏୟାର ଇଣ୍ଡିଆର ‘ବୋଇିଂ ୭୭୭’, ନାଗପୁରରୁ ଉଡି ଅହମ୍ମଦାବାଦରେ କଲା ଲ୍ୟାଣ୍ଡିଂ

09 Oct 2021 By The Sakala

କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର

ଲକ୍ଷ୍ନୗେ: କ୍ରାଇମବ୍ରାଞ୍ଚ ନିକଟରେ ଶନିବାର ଦିନ ହାଜର ହୋଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର। ନିର୍ଦ୍ଧାରିତ ସମୟର ୧୫ ମିନଟ ପୂର୍ବରୁ ହାଜର ହୋଇଛନ୍ତି ଆଶିଷ । ଉତ୍ତରପ୍ରଦେଶର ଲଖିମପୁର-ଖେରି ଚାଷୀ ମୃତ୍ୟୁ ମାମଲାରେ ତାଙ୍କୁ ସମନ କରିଥିଲା ପୋଲିସ। ଜେରା ସମୟରେ ଡିଜିପି ଓ ଡିଏସପି ମଧ୍ୟ ଉପସ୍ଥିତ ଅଛନ୍ତି । ସମ୍ଭାବ୍ୟ ଉତ୍ତେଜନା ଆଶଙ୍କାରେ ଲଖିମପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଗତକାଲି ତାଙ୍କୁ ସମନ କରାଯାଇଥିଲେ ମଧ୍ୟ ସେ ହାଜର ହୋଇନଥିଲେ । ଯାହା ପରେ ତାଙ୍କୁ ଆଉ ଥରେ ସମନ କରାଯାଇଥିଲା । ଗତକାଲି ସୁପ୍ରିମକୋର୍ଟରେ ୟୁପି ସରକାର ମାମଲାର ଷ୍ଟାଟସ ରିପୋର୍ଟ ରଖିଥିବା ବେଳେ ତଦନ୍ତରେ ଅବହେଳା ନେଇ ପ୍ରବଳ ବର୍ଷିଥିଲେ କୋର୍ଟ । ମାମଲାରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଆଦୌ ସନ୍ତୋଷଜନକ ନୁହେଁ । ହତ୍ୟା ଅଭିଯୁକ୍ତଙ୍କୁ ଧରିବା ପାଇଁ ଏମିତି ସମନ କରାଯାଏ କି ବୋଲି ପ୍ରଶ୍ନ ପଚାରିଥିଲେ ସର୍ବୋଚ୍ଚ ଅଦାଲତ ।

https://www.thesakala.in/national-international/ajay-mishra-tenis-son-ashish-arrives-at-crime-branch-office/article-5976
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର