ବିଶ୍ବର ଚତୁର୍ଥ ସର୍ବବୃହତ୍ ବାୟୁଶକ୍ତି ଭାରତୀୟ ବାୟୁସେନାର ଆଜି ୮୯ତମ ପ୍ରତିଷ୍ଠା ଦିବସ

The Sakala Picture
Published On

ନୂଆଦିଲ୍ଲୀ : ଆଜି ଭାରତୀୟ ବାୟୁସେନାର ୮୯ ତମ ପ୍ରତିଷ୍ଠା ଦିବସ ।୮ ଅକ୍ଟେବାର ୧୯୩୨ରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥିଲା । ସେବେଠାରୁ ପ୍ରତିବର୍ଷ ଅକ୍ଟୋବର ୮ ତାରିଖକୁ ବାୟୁସେନା ଦିବସ ଭାବେ ପାଳନ କରାଯାଉଛି । ଚଳିତ ବର୍ଷ ଭାରତ-ପାକିସ୍ତାନ ଯୁଦ୍ଧକୁ ୫୦ ବର୍ଷ ପୂରଣ ହେଉଥିବାରୁ ଭାରତୀୟ ବାୟୁସେନା ତାର ପ୍ରତିଷ୍ଠା ଦିବସକୁ ବିଜୟ ବର୍ଷ ଭାବେ ପାଳନ କରୁଛି । ଏହି ଅବସରରେ ଗାଜିଆବାଦର ହିଣ୍ଡନ ଏୟାରବେସରେ ୧୯୭୧ ଯୁଦ୍ଧରେ ହୋଇଥିବା […]

ନୂଆଦିଲ୍ଲୀ : ଆଜି ଭାରତୀୟ ବାୟୁସେନାର ୮୯ ତମ ପ୍ରତିଷ୍ଠା ଦିବସ ।୮ ଅକ୍ଟେବାର ୧୯୩୨ରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥିଲା । ସେବେଠାରୁ ପ୍ରତିବର୍ଷ ଅକ୍ଟୋବର ୮ ତାରିଖକୁ ବାୟୁସେନା ଦିବସ ଭାବେ ପାଳନ କରାଯାଉଛି । ଚଳିତ ବର୍ଷ ଭାରତ-ପାକିସ୍ତାନ ଯୁଦ୍ଧକୁ ୫୦ ବର୍ଷ ପୂରଣ ହେଉଥିବାରୁ ଭାରତୀୟ ବାୟୁସେନା ତାର ପ୍ରତିଷ୍ଠା ଦିବସକୁ ବିଜୟ ବର୍ଷ ଭାବେ ପାଳନ କରୁଛି । ଏହି ଅବସରରେ ଗାଜିଆବାଦର ହିଣ୍ଡନ ଏୟାରବେସରେ ୧୯୭୧ ଯୁଦ୍ଧରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧର ବିଜୟ ଗାଥା ପ୍ରଦର୍ଶିତ ହେଉଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ବାୟୁସେନାର ଏହି ଉତ୍ସବରେ ଫାଈଇଟର୍ ଜେଟ୍ ରାଫେଲ୍ ପ୍ରମୁଖ ଆକର୍ଷଣ ସାଜିଛି। ଆଜି ସାରା ବିଶ୍ୱ ଆକାଶରେ ଭାରତୀୟ ସେନାର ବଳ ଦେଖୁଛି। ପରେଡଗ୍ରାଉଣ୍ଡରେ ରାଫେଲ ସମେତ ସୁଖୋଇ, ମିରାଜ୍ , ତେଜସ ଭଳି ଅତ୍ୟାଧୁନିକ  ଫାଈଟର ଜେଟ୍‌ ଆକାଶମାର୍ଗରେ ଯୁଦ୍ଧର ଋଣକୌଶଳ ପଦର୍ଶନ କରୁଛନ୍ତି।  ଆକାଶମାର୍ଗରେ ବାୟୁସେନା କର୍ମଚାରୀ ମଧ୍ୟ ନିଜର କଳାକୌଶଳ ପ୍ରଦର୍ଶନ କରୁଛନ୍ତି।

୧୯୩୨ ମସିହା ଅକ୍ଟୋବର ୮ ତାରିଖରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ବାୟୁସେନା । ୟୁକେର ରୟାଲ ଏୟାର ଫୋର୍ସକୁ ସହାୟତା ଯୋଗାଇବା ପାଇଁ ତତ୍କାଳୀନ ପରାଧୀନ ଭାରତରେ ବାୟୁସେନାର ଗଠନ ହୋଇଥିଲା । ହେଲେ ଦ୍ବିତୀୟ ବିଶ୍ବଯୁଦ୍ଧରେ ଏହାର ଗୁରୁତ୍ବପୂର୍ଣ୍ଣ ଭୂମିକା ରୟାଲ ଇଣ୍ଡିଆନ ଏୟାର ଫୋର୍ସ ଭାବେ ବିଶ୍ବ ଦରବାରରେ ପରିଚିତ କରାଇଥିଲା । ୧୯୫୦ ମସିହାରେ ଯେତେବେଳେ ଦେଶ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେଲା, ସେହି ସମୟରେ ଏହା ଭାରତୀୟ ବାୟୁସେନା ନାମରେ ନାମିତ ହୋଇଥିଲା ।ପ୍ରଥମେ ଦିଲ୍ଲୀର ପାଲାମ ବିମାନବନ୍ଦରରେ ଦିବସ ପାଳନର ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ମାତ୍ର ୨୦୦୬ ପରଠାରୁ ଉତ୍ତରପ୍ରଦେଶ ଗାଜିଆବାଦସ୍ଥିତ ହିନ୍ଦନ ବିମାନଘାଟିରେ ତାହା ପାଳିତ ହେଉଛି ।

ଆମେରିକା, ଚୀନ ଓ ଋଷିଆ ପରେ ବିଶ୍ବର ଚତୁର୍ଥ ସର୍ବବୃହତ୍ ବାୟୁଶକ୍ତି ହେଉଛି ଭାରତୀୟ ବାୟୁସେନା ।ଭାରତୀୟ ବାୟୁସେନାରେ ସି-୧୭ ଗ୍ଲୋବେମାଷ୍ଟର ପରି ବୃହତ୍ କାର୍ଗୋ ବିମାନ ରହିଛି । ଯାହା ଭାରି ଟ୍ୟାଙ୍କ ବହନ କରିବାକୁ ସକ୍ଷମ ।ଆମ ଭାରତୀୟ ବାୟୁସେନାର ମୋଟ ‘ନଭମ ସ୍ପର୍ଶମ ଦୀପ୍ତମ’ ଅଟେ । ଯାହାର ଅର୍ଥ ଗୌରବର ସହ ଆକାଶକୁ ସ୍ପର୍ଶ କରିବା । ଭଗବତ ଗୀତାର ୧୧ତମ ଅଧ୍ୟାୟରୁ ଏହା ନିଆଯାଇଛି ।ଆମ ବାୟୁସେନାରେ ପ୍ରାୟ ୧୪୦୦୦ ଏୟାରକ୍ରାଫ୍ଟ ଏବଂ ୧, ୭୦,୦୦୦ରୁ ଅଧିକ ସୈନିକ ରହିଛନ୍ତି । ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ହିନ୍ଦନ ଏୟାରଫୋର୍ସ ଷ୍ଟେସନ ଏସିଆର ସର୍ବବୃହତ ଏବଂ ବିଶ୍ବର ଅଷ୍ଟମ ବୃହତ ବିମାନ ଘାଟି ଅଟେ ।

08 Oct 2021 By The Sakala

https://www.thesakala.in/national-international/89th-founding-day-of-the-indian-air-force/article-5947
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର