ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ଡ: ଘଟଣାସ୍ଥଳକୁ ଯାଉଥିବା ବେଳେ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଧ ରାସ୍ତାରେ ଅଟକାଇଲେ ୟୁପି ପୁଲିସ

The Sakala Picture
Published On

ଲକ୍ଷ୍ନୌ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ଅଟକ ରଖିଛି ଉତ୍ତରପ୍ରଦେଶ ପୁଲିସ। ଲକ୍ଷ୍ନୀପୁର ଖେରୀ ହିଂସାକାଣ୍ଡ ପରେ ମୃତକଙ୍କ ପରିବାରକୁ ଭେଟିବା ପାଇଁ ଯିବା ବେଳେ ତାଙ୍କୁ ବାଟରେ ଅଟକାଇଛି ପୁଲିସ। ସକାଳ ସମୟରେ ସୀତାପୁର ନିକଟରେ ପ୍ରିୟଙ୍କାଙ୍କୁ ହେପାଜତକୁ ନେଇଛି ଉତ୍ତରପ୍ରଦେଶ ପୁଲିସ। ଗତକାଲି ରାତି ୧୨ଟାରୁ ସକାଳ ସାଢ଼େ ୫ଟା ଯାଏ ଉତ୍ତରପ୍ରଦେଶ ପୁଲିସ ଓ ପ୍ରିୟଙ୍କା ଗାନ୍ଧିଙ୍କ ଭିତରେ ଛକାପଞ୍ଝା ଚାଲିଥିଲା। ବିନା ଓ୍ୱାରେଣ୍ଟରେ ଗିରଫ କରିବା ଅଭିଯୋଗରେ ପୁଲିସ ସହ ପ୍ରିୟଙ୍କା […]

ଲକ୍ଷ୍ନୌ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ଅଟକ ରଖିଛି ଉତ୍ତରପ୍ରଦେଶ ପୁଲିସ। ଲକ୍ଷ୍ନୀପୁର ଖେରୀ ହିଂସାକାଣ୍ଡ ପରେ ମୃତକଙ୍କ ପରିବାରକୁ ଭେଟିବା ପାଇଁ ଯିବା ବେଳେ ତାଙ୍କୁ ବାଟରେ ଅଟକାଇଛି ପୁଲିସ। ସକାଳ ସମୟରେ ସୀତାପୁର ନିକଟରେ ପ୍ରିୟଙ୍କାଙ୍କୁ ହେପାଜତକୁ ନେଇଛି ଉତ୍ତରପ୍ରଦେଶ ପୁଲିସ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଗତକାଲି ରାତି ୧୨ଟାରୁ ସକାଳ ସାଢ଼େ ୫ଟା ଯାଏ ଉତ୍ତରପ୍ରଦେଶ ପୁଲିସ ଓ ପ୍ରିୟଙ୍କା ଗାନ୍ଧିଙ୍କ ଭିତରେ ଛକାପଞ୍ଝା ଚାଲିଥିଲା। ବିନା ଓ୍ୱାରେଣ୍ଟରେ ଗିରଫ କରିବା ଅଭିଯୋଗରେ ପୁଲିସ ସହ ପ୍ରିୟଙ୍କା ଗାନ୍ଧିଙ୍କ କଥା କଟାକଟି ହୋଇଥିବା ସୂଚନା ମିଳିଛି। ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡରେ ୪ ଜଣ କୃଷକଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ: ମିରଟ ହତ୍ୟାକାଣ୍ଡର ବଡ଼ ଖୁଲାସା: ଅର୍ଚିତା ନୁହେଁ, ମୃତ ମହିଳା ହେଲେ ତୁର୍କମେନିସ୍ତାନର 'ମହବତ'

ଲକ୍ଷ୍ମୀପୁର ଖେରିର ତିକୁନିଆ ଅଞ୍ଚଳରେ ଗତକାଲି ହିଂସାକାଣ୍ଡ ହୋଇଥିଲା। ଚାରି ଜଣ ଚାଷୀଙ୍କର ଜୀବନ ଯାଇଥିଲା । ଅଭିଯୋଗ ହୋଇଛି, କେନ୍ଦ୍ରମନ୍ତ୍ରୀ ଅଜ ମିଶ୍ରାଙ୍କ ପୁଅ ମୃତ ଚାଷୀଙ୍କ ଉପରେ କାର୍ ଚଢ଼ାଇ ଦେଇଥିଲେ। ଏହାପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣା ପରେ ମୃତକଙ୍କ ପରିବାରକୁ ଭେଟିବା ପାଇଁ ଗତକାରି ରାତିରେ ବାହାରିଥିଲେ ପ୍ରିୟଙ୍କା ଗାନ୍ଧି। ବାଟରେ ତାଙ୍କୁ ଅଟକାଇଥିଲା ଉତ୍ତରପ୍ରଦେଶ ପୁଲିସ ।

04 Oct 2021 By The Sakala

ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ଡ: ଘଟଣାସ୍ଥଳକୁ ଯାଉଥିବା ବେଳେ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଧ ରାସ୍ତାରେ ଅଟକାଇଲେ ୟୁପି ପୁଲିସ

ଲକ୍ଷ୍ନୌ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ଅଟକ ରଖିଛି ଉତ୍ତରପ୍ରଦେଶ ପୁଲିସ। ଲକ୍ଷ୍ନୀପୁର ଖେରୀ ହିଂସାକାଣ୍ଡ ପରେ ମୃତକଙ୍କ ପରିବାରକୁ ଭେଟିବା ପାଇଁ ଯିବା ବେଳେ ତାଙ୍କୁ ବାଟରେ ଅଟକାଇଛି ପୁଲିସ। ସକାଳ ସମୟରେ ସୀତାପୁର ନିକଟରେ ପ୍ରିୟଙ୍କାଙ୍କୁ ହେପାଜତକୁ ନେଇଛି ଉତ୍ତରପ୍ରଦେଶ ପୁଲିସ।

ଗତକାଲି ରାତି ୧୨ଟାରୁ ସକାଳ ସାଢ଼େ ୫ଟା ଯାଏ ଉତ୍ତରପ୍ରଦେଶ ପୁଲିସ ଓ ପ୍ରିୟଙ୍କା ଗାନ୍ଧିଙ୍କ ଭିତରେ ଛକାପଞ୍ଝା ଚାଲିଥିଲା। ବିନା ଓ୍ୱାରେଣ୍ଟରେ ଗିରଫ କରିବା ଅଭିଯୋଗରେ ପୁଲିସ ସହ ପ୍ରିୟଙ୍କା ଗାନ୍ଧିଙ୍କ କଥା କଟାକଟି ହୋଇଥିବା ସୂଚନା ମିଳିଛି। ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡରେ ୪ ଜଣ କୃଷକଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଛି।

ଲକ୍ଷ୍ମୀପୁର ଖେରିର ତିକୁନିଆ ଅଞ୍ଚଳରେ ଗତକାଲି ହିଂସାକାଣ୍ଡ ହୋଇଥିଲା। ଚାରି ଜଣ ଚାଷୀଙ୍କର ଜୀବନ ଯାଇଥିଲା । ଅଭିଯୋଗ ହୋଇଛି, କେନ୍ଦ୍ରମନ୍ତ୍ରୀ ଅଜ ମିଶ୍ରାଙ୍କ ପୁଅ ମୃତ ଚାଷୀଙ୍କ ଉପରେ କାର୍ ଚଢ଼ାଇ ଦେଇଥିଲେ। ଏହାପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣା ପରେ ମୃତକଙ୍କ ପରିବାରକୁ ଭେଟିବା ପାଇଁ ଗତକାରି ରାତିରେ ବାହାରିଥିଲେ ପ୍ରିୟଙ୍କା ଗାନ୍ଧି। ବାଟରେ ତାଙ୍କୁ ଅଟକାଇଥିଲା ଉତ୍ତରପ୍ରଦେଶ ପୁଲିସ ।

https://www.thesakala.in/national-international/lakhimpur-kheri-violence-priyanka-gandhi-vadra-stopped-leaving-lakhimpur-under-house-arrest/article-5857
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର