ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ନବଜୋତ ସିଂହ ସିଦ୍ଧୁ

The Sakala Picture
Published On

ଚଣ୍ଡିଗଡ : ପଞ୍ଜାମ ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ବିଗତ କିଛି ଦିନ ଧରି ଜାତୀୟ ଗଣାମଧ୍ୟରେ ପଞ୍ଜାବର ରାଜନୈତିକ ଘଟଣା ଚର୍ଚ୍ଚିତ ଖବର ରହିଆସିଛି। ଏହାରି ମଧ୍ୟରେ ପୁଣିଥରେ ଆଉ ଏକ ଟ୍ବିଷ୍ଟ ଦେଖିବାକୁ ମିଳିଛି। ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଥିବା ନବଜୋତ ସିଂହ ସିଦ୍ଧୁ ମାତ୍ର ୭୨ ଦିନରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି। pic.twitter.com/L5wdRql5t3 — Navjot Singh Sidhu […]

ଚଣ୍ଡିଗଡ : ପଞ୍ଜାମ ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ବିଗତ କିଛି ଦିନ ଧରି ଜାତୀୟ ଗଣାମଧ୍ୟରେ ପଞ୍ଜାବର ରାଜନୈତିକ ଘଟଣା ଚର୍ଚ୍ଚିତ ଖବର ରହିଆସିଛି। ଏହାରି ମଧ୍ୟରେ ପୁଣିଥରେ ଆଉ ଏକ ଟ୍ବିଷ୍ଟ ଦେଖିବାକୁ ମିଳିଛି। ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଥିବା ନବଜୋତ ସିଂହ ସିଦ୍ଧୁ ମାତ୍ର ୭୨ ଦିନରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା


ନବଜୋତ ସିଂହ ସିଦ୍ଧୁ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ପଞ୍ଜାବର ଭବିଷ୍ୟତ ପାଇଁ ସେ କୌଣସି ପ୍ରକାରର ସାଲିସ କରିବାକୁ ଚାହୁଁ ନାହାନ୍ତି। ଏହାସହିତ ସେ କଂଗ୍ରେସରେ ରହିବେ ବୋଲି ଲେଖିଛନ୍ତି। କୌଣସି ପୂର୍ବାଭାସ ନଥାଇ ସେ ହଠାତ୍‌ ଇସ୍ତଫା ଦେବା ସମସ୍ତଙ୍କୁ ଚକିତ କରିଛି। କିନ୍ତୁ କୁହାଯାଉଛି ଏହା ମଧ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସହିତ ତାଙ୍କର ମତଭେଦ ହୋଇସାରିଛି। ରାଣା ଗୁରଜିତ ସିଂହଙ୍କୁ ମନ୍ତ୍ରୀ କରିବା ନେଇ ଏକ ଗୋଷ୍ଠୀ ନାପସନ୍ଦ କରିଥିଲେ। ସେମାନେ ଏହାକୁ ବିରୋଧ କରିଥିବା ବେଳେ ସିଦ୍ଧୁ ମଧ୍ୟ ସେମାନଙ୍କ ସପକ୍ଷରେ ଯାଇ ରାଣା ଗୁରଜିତଙ୍କୁ ମନ୍ତ୍ରୀ ନକରିବାକୁ ଚନ୍ନିଙ୍କୁ କହିଥିଲେ। ତେବେ ଚନ୍ନିଙ୍କ ତାଙ୍କ କଥା ମାନି ନଥିଲେ ବୋଲି କୁହାଯାଉଛି। ତେବେ ପ୍ରକୃତ କାରଣ କ’ଣ ଏଯାଏଁ ଜଣାପଡିନାହିଁ।

ସୂଚନାଯୋଗ୍ୟ  ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବେ ସିଦ୍ଧୁଙ୍କୁ ଚୟନ କରିଥିଲେ ଦଳର ହାଇକମାଣ୍ଡ । ଏହାପରେ ସିଦ୍ଧୁଙ୍କ ସହ ବିବାଦ କାରଣରୁ ସେତେବେଳେ ମୁଖ୍ୟମନ୍ତ୍ରୀ ଥିବା କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା  ଦେଇଥିଲେ। ଏହାପରେ କଂଗ୍ରେସ ଚରଣଜିତ ସିଂହ ଚନ୍ନିଙ୍କୁ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର