ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଗୁଜୁରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟ ରୂପାଣୀ

The Sakala Picture
Published On

ଅହମ୍ମଦାବାଦ: ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଶନିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଖବର ମୁତାବିକ , ରୁପାଣୀ ଦ୍ୱିପ୍ରହର ପାଖାପାଖି ୩ଟାରେ ରାଜ୍ୟପାଳକୁ ଭେଟିବାକୁ ରାଜଭବନକୁ ଯାଇଥିଲେ ଏବଂ ଏହାପରେ ତାଙ୍କର ଇସ୍ତଫା ଦେଇଥିବା କଥା ଜଣା ପଡ଼ିଥିଲା । ସେ କହିଛନ୍ତି ଯେ ଦଳର ଦାୟିତ୍ବ ସମୟ ସହିତ ବଦଳୁଛି। ପାର୍ଟିରେ ଏହା ଏକ ପ୍ରାକୃତିକ ପ୍ରକ୍ରିୟା | ମୁଁ ୫ […]

ଅହମ୍ମଦାବାଦ: ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଶନିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଖବର ମୁତାବିକ , ରୁପାଣୀ ଦ୍ୱିପ୍ରହର ପାଖାପାଖି ୩ଟାରେ ରାଜ୍ୟପାଳକୁ ଭେଟିବାକୁ ରାଜଭବନକୁ ଯାଇଥିଲେ ଏବଂ ଏହାପରେ ତାଙ୍କର ଇସ୍ତଫା ଦେଇଥିବା କଥା ଜଣା ପଡ଼ିଥିଲା ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ସରକାରଙ୍କ ବଡ଼ ନିଷ୍ପତ୍ତି: ସିବିଆଇ ତଦନ୍ତ ପାଇଁ ମିଳିଲା ସମ୍ପୂର୍ଣ୍ଣ ଅନୁମତି

ସେ କହିଛନ୍ତି ଯେ ଦଳର ଦାୟିତ୍ବ ସମୟ ସହିତ ବଦଳୁଛି। ପାର୍ଟିରେ ଏହା ଏକ ପ୍ରାକୃତିକ ପ୍ରକ୍ରିୟା | ମୁଁ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ ତୁଲାଇଲି । ଏହା ଏକ ବଡ କଥା | ବର୍ତ୍ତମାନ ମୋତେ ଯେକୌଣସି ଦାୟିତ୍ବ ଦିଆଯିବ, ମୁଁ ଏହାକୁ ଗ୍ରହଣ କରିବି ବୋଲି ରୂପାନି‌ କହିଛନ୍ତି।

ଆହୁରି ପଢ଼ନ୍ତୁ: ଭାରତ ସହ ସୀମା ବିବାଦରେ ତୃତୀୟ ପକ୍ଷର ହସ୍ତକ୍ଷେପକୁ ପ୍ରତ୍ୟାଖ୍ୟାନ କଲା ନେପାଳ: ଦ୍ୱିପାକ୍ଷିକ ଆଲୋଚନା ଉପରେ ଗୁରୁତ୍ୱ

ଉଲ୍ଲେଖଯୋଗ୍ୟ ଯେ ରୂପାନି ୨୬ ଡିସେମ୍ବର ୨୦୧୭ରେ ଦ୍ୱିତୀୟ ଥର ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଗୁଜୁରାଟରେ ବିଜେପି ୧୮୨ଟି ଆସନ ମଧ୍ୟରୁ ୯୯ଟି ଜିତି ବହୁମତ ହାସଲ କରିଥିଲା। ଦଳୀୟ ବିଧାୟକ ବୈଠକରେ ରୁପାନି ନେତା ତଥା ନିତିନ ପଟେଲ ଉପନେତା ଭାବରେ ନିର୍ବାଚିତ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଆସିବ ନାହିଁ ବାର୍ଦ୍ଧକ୍ୟ, ସକ୍ରିୟ ହେବ ଦୁର୍ବଳ ଓ ମୃତ ଜୀବକୋଷ; ଔଷଧର ପ୍ରଥମ ମାନବ ପରୀକ୍ଷଣ ଆରମ୍ଭ

ଗତ କିଛି ଦିନ ହେବ ଗୁଜୁରାଟ ସରକାରରେ ନେତୃତ୍ୱ ପରିବର୍ତ୍ତନକୁ ନେଇ କଳ୍ପନାଜଳ୍ପନା ଚାଲିଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ରାତି ପ୍ରାୟ ୮ଟା ସମୟରେ ହଠାତ୍ ଅହମ୍ମଦାବାଦରେ ପହଞ୍ଚିଥିଲେ। ଗୁଜୁରାଟ ଗସ୍ତ ପାଇଁ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ନଥିଲା। ବିମାନବନ୍ଦରରେ ଅମିତ ଶାହାଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ଗୃହମନ୍ତ୍ରୀ ପ୍ରଦୀପ ସିଂ ଜାଡେଜା, ମେୟର କିରୀଟ ପରମାର ଏବଂ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ହିତେଶ ବାରୋଟ୍ ପହଞ୍ଚିଥିଲେ।

11 Sep 2021 By The Sakala

ଗୁଜୁରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟ ରୂପାଣୀ

ଅହମ୍ମଦାବାଦ: ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଶନିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଖବର ମୁତାବିକ , ରୁପାଣୀ ଦ୍ୱିପ୍ରହର ପାଖାପାଖି ୩ଟାରେ ରାଜ୍ୟପାଳକୁ ଭେଟିବାକୁ ରାଜଭବନକୁ ଯାଇଥିଲେ ଏବଂ ଏହାପରେ ତାଙ୍କର ଇସ୍ତଫା ଦେଇଥିବା କଥା ଜଣା ପଡ଼ିଥିଲା ।

ସେ କହିଛନ୍ତି ଯେ ଦଳର ଦାୟିତ୍ବ ସମୟ ସହିତ ବଦଳୁଛି। ପାର୍ଟିରେ ଏହା ଏକ ପ୍ରାକୃତିକ ପ୍ରକ୍ରିୟା | ମୁଁ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ ତୁଲାଇଲି । ଏହା ଏକ ବଡ କଥା | ବର୍ତ୍ତମାନ ମୋତେ ଯେକୌଣସି ଦାୟିତ୍ବ ଦିଆଯିବ, ମୁଁ ଏହାକୁ ଗ୍ରହଣ କରିବି ବୋଲି ରୂପାନି‌ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ରୂପାନି ୨୬ ଡିସେମ୍ବର ୨୦୧୭ରେ ଦ୍ୱିତୀୟ ଥର ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଗୁଜୁରାଟରେ ବିଜେପି ୧୮୨ଟି ଆସନ ମଧ୍ୟରୁ ୯୯ଟି ଜିତି ବହୁମତ ହାସଲ କରିଥିଲା। ଦଳୀୟ ବିଧାୟକ ବୈଠକରେ ରୁପାନି ନେତା ତଥା ନିତିନ ପଟେଲ ଉପନେତା ଭାବରେ ନିର୍ବାଚିତ ହୋଇଥିଲେ।

ଗତ କିଛି ଦିନ ହେବ ଗୁଜୁରାଟ ସରକାରରେ ନେତୃତ୍ୱ ପରିବର୍ତ୍ତନକୁ ନେଇ କଳ୍ପନାଜଳ୍ପନା ଚାଲିଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ରାତି ପ୍ରାୟ ୮ଟା ସମୟରେ ହଠାତ୍ ଅହମ୍ମଦାବାଦରେ ପହଞ୍ଚିଥିଲେ। ଗୁଜୁରାଟ ଗସ୍ତ ପାଇଁ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ନଥିଲା। ବିମାନବନ୍ଦରରେ ଅମିତ ଶାହାଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ଗୃହମନ୍ତ୍ରୀ ପ୍ରଦୀପ ସିଂ ଜାଡେଜା, ମେୟର କିରୀଟ ପରମାର ଏବଂ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ହିତେଶ ବାରୋଟ୍ ପହଞ୍ଚିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର