ଗୁଜୁରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟ ରୂପାଣୀ

The Sakala Picture
Published On

ଅହମ୍ମଦାବାଦ: ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଶନିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଖବର ମୁତାବିକ , ରୁପାଣୀ ଦ୍ୱିପ୍ରହର ପାଖାପାଖି ୩ଟାରେ ରାଜ୍ୟପାଳକୁ ଭେଟିବାକୁ ରାଜଭବନକୁ ଯାଇଥିଲେ ଏବଂ ଏହାପରେ ତାଙ୍କର ଇସ୍ତଫା ଦେଇଥିବା କଥା ଜଣା ପଡ଼ିଥିଲା । ସେ କହିଛନ୍ତି ଯେ ଦଳର ଦାୟିତ୍ବ ସମୟ ସହିତ ବଦଳୁଛି। ପାର୍ଟିରେ ଏହା ଏକ ପ୍ରାକୃତିକ ପ୍ରକ୍ରିୟା | ମୁଁ ୫ […]

ଅହମ୍ମଦାବାଦ: ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଶନିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଖବର ମୁତାବିକ , ରୁପାଣୀ ଦ୍ୱିପ୍ରହର ପାଖାପାଖି ୩ଟାରେ ରାଜ୍ୟପାଳକୁ ଭେଟିବାକୁ ରାଜଭବନକୁ ଯାଇଥିଲେ ଏବଂ ଏହାପରେ ତାଙ୍କର ଇସ୍ତଫା ଦେଇଥିବା କଥା ଜଣା ପଡ଼ିଥିଲା ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ: ଟିଭି ବିତର୍କରେ ଅଶାଳୀନ ମନ୍ତବ୍ୟ ଦେଲେ ତୁରନ୍ତ କାଟନ୍ତୁ ଲାଇଭ୍ ଫିଡ୍

ସେ କହିଛନ୍ତି ଯେ ଦଳର ଦାୟିତ୍ବ ସମୟ ସହିତ ବଦଳୁଛି। ପାର୍ଟିରେ ଏହା ଏକ ପ୍ରାକୃତିକ ପ୍ରକ୍ରିୟା | ମୁଁ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ ତୁଲାଇଲି । ଏହା ଏକ ବଡ କଥା | ବର୍ତ୍ତମାନ ମୋତେ ଯେକୌଣସି ଦାୟିତ୍ବ ଦିଆଯିବ, ମୁଁ ଏହାକୁ ଗ୍ରହଣ କରିବି ବୋଲି ରୂପାନି‌ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ: ଇରାନ ବିରୋଧରେ ପୁଣି ହୋଇପାରେ ସାମରିକ କାର୍ଯ୍ୟାନୁଷ୍ଠାନ

ଉଲ୍ଲେଖଯୋଗ୍ୟ ଯେ ରୂପାନି ୨୬ ଡିସେମ୍ବର ୨୦୧୭ରେ ଦ୍ୱିତୀୟ ଥର ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଗୁଜୁରାଟରେ ବିଜେପି ୧୮୨ଟି ଆସନ ମଧ୍ୟରୁ ୯୯ଟି ଜିତି ବହୁମତ ହାସଲ କରିଥିଲା। ଦଳୀୟ ବିଧାୟକ ବୈଠକରେ ରୁପାନି ନେତା ତଥା ନିତିନ ପଟେଲ ଉପନେତା ଭାବରେ ନିର୍ବାଚିତ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଭାରତର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମେରିକାରେ ଗିରଫ, ରହିଛି ଅନେକ ହତ୍ୟା ଏବଂ ଅପରାଧ ମାମଲା

ଗତ କିଛି ଦିନ ହେବ ଗୁଜୁରାଟ ସରକାରରେ ନେତୃତ୍ୱ ପରିବର୍ତ୍ତନକୁ ନେଇ କଳ୍ପନାଜଳ୍ପନା ଚାଲିଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ରାତି ପ୍ରାୟ ୮ଟା ସମୟରେ ହଠାତ୍ ଅହମ୍ମଦାବାଦରେ ପହଞ୍ଚିଥିଲେ। ଗୁଜୁରାଟ ଗସ୍ତ ପାଇଁ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ନଥିଲା। ବିମାନବନ୍ଦରରେ ଅମିତ ଶାହାଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ଗୃହମନ୍ତ୍ରୀ ପ୍ରଦୀପ ସିଂ ଜାଡେଜା, ମେୟର କିରୀଟ ପରମାର ଏବଂ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ହିତେଶ ବାରୋଟ୍ ପହଞ୍ଚିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର