ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ପାଇଁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ବାପା ଗିରଫ
ରାୟପୁର: ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ବାପା ନନ୍ଦ କୁମାର ବାଘେଲଙ୍କୁ ଗିରଫ କରିଛି ପୁଲିସ । ବ୍ରାହ୍ମଣ ସମାଜ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ରାୟପୁର ଡିଡି ନଗର ପୋଲିସ ଥାନାରେ ବାଘେଲଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଗିରଫ ପରେ ତାଙ୍କୁ ରାୟପୁର କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । Chhattisgarh […]
ରାୟପୁର: ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ବାପା ନନ୍ଦ କୁମାର ବାଘେଲଙ୍କୁ ଗିରଫ କରିଛି ପୁଲିସ । ବ୍ରାହ୍ମଣ ସମାଜ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ରାୟପୁର ଡିଡି ନଗର ପୋଲିସ ଥାନାରେ ବାଘେଲଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଗିରଫ ପରେ ତାଙ୍କୁ ରାୟପୁର କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ।
Chhattisgarh CM Bhupesh Baghel’s father Nand Kumar Baghel who has been arrested over his alleged derogatory remarks against Brahmins is being produced before a court in Raipur. pic.twitter.com/i2GAJaF066
ଆହୁରି ପଢ଼ନ୍ତୁ: ପାଟନାରେ ଲଜ୍ଜା: ମାନେରରେ ଟ୍ୟୁସନ ଶିକ୍ଷକଙ୍କ ଦୁଷ୍କର୍ମ ଶିକାର ହେଲେ ନାବାଳିକା ଛାତ୍ରୀ, ଅଭିଯୁକ୍ତ ଫେରାର— ANI (@ANI) September 7, 2021
‘ସର୍ବ ବ୍ରାହ୍ମଣ ସମାଜ’ ନାମକ ଏକ ସଂଗଠନର ଅଭିଯୋଗ ପରେ ରାୟପୁରର ଡିଡି ନଗର ପୋଲିସ ଶନିବାର ବିଳମ୍ବିତ ରାତିରେ ୭୫ ବର୍ଷୀୟ ନନ୍ଦ କୁମାର ବାଘେଲଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା। ଜଣେ ପୋଲିସ ଅଧିକାରୀଙ୍କ କହିବାନୁସାରେ, ସଂଗଠନ ଅଭିଯୋଗ କରିଛି ଯେ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ବାପା ସେମାନଙ୍କୁ ବିଦେଶୀ ବୋଲି କହି ବ୍ରାହ୍ମଣମାନଙ୍କୁ ବାସନ୍ଦ କରିବାକୁ ଲୋକଙ୍କୁ କହିଥିଲେ। ଏହାଛଡ଼ା ବ୍ରାହ୍ମଣମାନଙ୍କୁ ଗାଁରେ ପ୍ରବେଶ ନ କରାଇବା ପାଇଁ ମଧ୍ୟ ଲୋକଙ୍କୁ ଆହ୍ବାନ କରିଥିଲେ।
ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ପାଇଁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ବାପା ଗିରଫ
ରାୟପୁର: ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ବାପା ନନ୍ଦ କୁମାର ବାଘେଲଙ୍କୁ ଗିରଫ କରିଛି ପୁଲିସ । ବ୍ରାହ୍ମଣ ସମାଜ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ରାୟପୁର ଡିଡି ନଗର ପୋଲିସ ଥାନାରେ ବାଘେଲଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଗିରଫ ପରେ ତାଙ୍କୁ ରାୟପୁର କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ।
Chhattisgarh CM Bhupesh Baghel’s father Nand Kumar Baghel who has been arrested over his alleged derogatory remarks against Brahmins is being produced before a court in Raipur. pic.twitter.com/i2GAJaF066
— ANI (@ANI) September 7, 2021