ତ୍ରିଶଙ୍କୁରେ ତାଲିବାନ: ବିଶ୍ବକୁ ବଢୁଛି ବିପଦ

The Sakala Picture
Published On

ନୂଆଦିଲ୍ଲୀ: ଆଫଗାନିସ୍ତାନର ସାଂପ୍ରତିକ ସ୍ଥିତିକୁ ନେଇ ଏବେ ସାରା ବିଶ୍ବସମୁଦାୟ ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲା ବେଳେ ଏଥିରୁ ତାଲିବାନ ଗୋଷ୍ଠୀ ମଧ୍ୟ ବାଦ୍‌ ପଡ଼ି ନାହିଁ। ନିଜ ସାମର୍ଥରେ ନିରଙ୍କୁଶ ଭାବେ ସରକାର ଗଠନ କରିବାକୁ କିଛି ଦିନ ତଳେ ଦମ୍ଭ ଦେଖାଯାଇଥିବା ଏହି ଗୋଷ୍ଠୀ ଏବେ ବିଭିନ୍ନ କାରଣକୁ ନେଇ ତ୍ରିଶଙ୍କୁ ଅବସ୍ଥାରେ ପଡ଼ିଛି। ବିଭିନ୍ନ ଗୋଷ୍ଠୀର ବିରୋଧକୁ ନେଇ ତାଲିବାନ ସରକାର ଗଠନ କରିପାରୁନଥିବା ବେଳେ ଆଇଏସ୍‌-କେ ଭଳି ବିରୋଧୀ ସଂଗଠନର କାର୍ଯ୍ୟକଳାପ ତାଲିବାନକୁ ବିଶ୍ବ […]

ନୂଆଦିଲ୍ଲୀ: ଆଫଗାନିସ୍ତାନର ସାଂପ୍ରତିକ ସ୍ଥିତିକୁ ନେଇ ଏବେ ସାରା ବିଶ୍ବସମୁଦାୟ ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲା ବେଳେ ଏଥିରୁ ତାଲିବାନ ଗୋଷ୍ଠୀ ମଧ୍ୟ ବାଦ୍‌ ପଡ଼ି ନାହିଁ। ନିଜ ସାମର୍ଥରେ ନିରଙ୍କୁଶ ଭାବେ ସରକାର ଗଠନ କରିବାକୁ କିଛି ଦିନ ତଳେ ଦମ୍ଭ ଦେଖାଯାଇଥିବା ଏହି ଗୋଷ୍ଠୀ ଏବେ ବିଭିନ୍ନ କାରଣକୁ ନେଇ ତ୍ରିଶଙ୍କୁ ଅବସ୍ଥାରେ ପଡ଼ିଛି। ବିଭିନ୍ନ ଗୋଷ୍ଠୀର ବିରୋଧକୁ ନେଇ ତାଲିବାନ ସରକାର ଗଠନ କରିପାରୁନଥିବା ବେଳେ ଆଇଏସ୍‌-କେ ଭଳି ବିରୋଧୀ ସଂଗଠନର କାର୍ଯ୍ୟକଳାପ ତାଲିବାନକୁ ବିଶ୍ବ ଦରବାରରେ ଆହୁରି ବିତର୍କିିତ ହୋଇପଡ଼ିଛି। ଗୋଟିଏ ପକ୍ଷରେ ସରକାର ଗଠନ ସହିତ ଆଫଗାନିସ୍ତାନରେ ସ୍ଥତି ସ୍ବଭାବିକ ହେଉନଥିବା ବେଳେ କାବୁଲ ବିସ୍ଫୋରଣ ଭଳି ଘଟଣା ସାରା ବିଶ୍ବ ପାଇଁ ଏବେ ବିପଦ ହୋଇଛି। ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର ପରେ ସେଠାରେ ଏକ ସମାବେଶୀ ସରକାର ପ୍ରତିଷ୍ଠାଲାଭ କରିବା ସହିତ ସ୍ବାଭାବିକ ସ୍ଥିତି ବଜାୟ ରହିବ ବୋଲି ଆଶା କରାଯାଇଥିଲା। ତତ୍‌କାଳୀନ ଆସରଫ୍‌ ଘନିଙ୍କ ସରକାର ବ୍ୟତୀତ ଆଫଗାନିସ୍ତାନରେ ସକ୍ରିୟ ରହିଥିବା ତାଲିବାନ ଗୋଷ୍ଠୀ ମିଳିତ ଭାବେ ସରକାର ଗଠନ କରି ସେଠାକାର ବିକାଶପଥକୁ ତ୍ବରାନ୍ବିତ କରିବେ ବୋଲି ଚୁକ୍ତି ହୋଇଥିଲା। ଏହି ଉଦ୍ଦେଶ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଲିବାନୀ ଗୋଷ୍ଠୀ ମଧ୍ୟରେ ୨୦୨୦ ଫେବୃଆରୀରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଏହାର ପ୍ରାୟ ୧୮ ମାସ ପରେ କ୍ବାତାରର ଦୋହା ଠାରେ ଅନୁଷ୍ଠିତ ବୈଠକରେ ଆମେରିକା ସେନାର ସମ୍ପୂର୍ଣ୍ଣ ପ୍ରତ୍ୟାହାର ନେଇ ଆମେରିକା ଚୁକ୍ତି କରିଥିଲା। ତେବେ ପରବର୍ତ୍ତୀ ସମୟରେ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ତାଲିବାନ ଦେଇଥିବା ପ୍ରତିଶ୍ରୁତି ପାଳନ କରି ନ ଥିବା ବେଳେ ଅରାଜକତା ଆରମ୍ଭ କରିଥିଲା। ବନ୍ଧୁକ ମୁନରେ ଗୋଟିଏ ପରେ ପରେ ଗୋଟିଏ ପ୍ରଦେଶ ଦଖଲ କରି ଶେଷରେ ଗତ ୧୫ ତାରିଖରେ କାବୁଲ ଦଖଲ କରିଥିଲା। ରାଷ୍ଟ୍ରପତି ଆସରଫ ଘନି ସରକାରର ପତନ ସତ୍ତ୍ବେ ତାଲିବାନ ନେତୃତ୍ବରେ ଆଫଗାନିସ୍ତାନରେ ଏକ ମିଳିତ ସରକାର ଗଠନ ହେବା ସହିତ ସ୍ଥିତି ସ୍ବାଭାବିକ ହେବ ବୋଲି ଆକଳନ କରାଯାଇଥିଲା। ହେଲେ ସରିୟତ୍‌ ନିୟମକୁ ନେଇ ତାଲିବାନ ଯେଭଳି ଉଗ୍ର ଆଚରଣ ଆରମ୍ଭ କରିଥିଲା ତାହା ଆନ୍ତର୍ଜାତିକ ସମୁଦାୟକୁ ଚିନ୍ତିତ କରିଥିଲା। ସାଧାରଣ ନାଗରିକଙ୍କ ଠାରୁ ଆରମ୍ଭ କରି ଶିଶୁ ଏବଂ ମହିଳାଙ୍କ ପ୍ରତି ରହିଥିବା ତାଲିବାନ ଗୋଷ୍ଠୀର କ୍ରୂରତା ଏବଂ ନିଷ୍ଠୁରତାର ଚିତ୍ର ସଚେତନ ମାନବ ସମାଜର ନିଦ ହଜାଇ ଦେଇଥିଲା। ଏହାପରେ ମଧ୍ୟ ଆନ୍ତର୍ଜାତିକ ସମୁଦାୟ ଅାଫଗାନ ପ୍ରସଙ୍ଗରେ ନୀରବତା ସାଜିଥିଲା। ଆଫଗାନିସ୍ତାନରୁ ଆମେରିକା ସେନାର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଏବଂ ସରକାର ଗଠନ ପରେ ହୁଏତ ସ୍ଥିତି ବଦଳିପାରେ ବୋଲି ଆଶା କରି ପ୍ରମୁଖ ରାଷ୍ଟ୍ର ଚୁପ୍‌ ରହିଥିଲେ। ହେଲେ ଗତ ଗୁରୁବାରର ଘଟଣା ଏଭଳି ସବୁ ଆକଳନକୁ ଭୁଲ ସାବ୍ୟସ୍ତ କରିଦେଇଥିଲା। କାବୁଲ ବିମାନ ବନ୍ଦର ବିସ୍ଫୋରଣରେ ଶହ ଶହ ଲୋକଙ୍କ ମୃତ୍ୟୁ ସହିତ ରକ୍ତ ନଦୀର ଲେଲିହାନ ରୂପକୁ ଦେଖି ସାରା ବିଶ୍ବ ସ୍ତବ୍ଧ ହୋଇଯାଇଥିଲା। ଏହି ଘଟଣାରୁ ହିଁ ଆଫଗାନିସ୍ତାନର ଭବିଷ୍ୟତକୁ ନେଇ ଆନ୍ତର୍ଜାତିକ ସମୁଦାୟ ସମ୍ମୁଖରେ ବଡ଼ ପ୍ରଶ୍ନ ଉଠିଥିଲା। ବାସ୍ତବରେ ଆଫଗାନିସ୍ତାନରେ ଏକ ସ୍ଥିର ସରକାର ପ୍ରତିଷ୍ଠା ସମ୍ଭବ ନୁହେଁ କି ସେଠାରେ ସ୍ବାଭାବିକ ସ୍ଥିତି ଫେରିବାର ସମ୍ଭାବନା ମଧ୍ୟ କ୍ଷୀଣ ବୋଲି ବହୁ ରାଷ୍ଟ୍ର ବିବେଚନା କରିଥିଲେ। ବରଂ ପୁଣିଥରେ ଆଫଗାନିସ୍ତାନ ଗୃହଯୁଦ୍ଧ ମୁହଁକୁ ଠେଲି ହୋଇଯିବ ବୋଲି ଆଶଙ୍କା ବଢିଥିଲା। ଯାହା ଏବେ ମଧ୍ୟ ଜାରି ରହିଛି। କେବଳ ଆଫଗାନିସ୍ତାନର ଭବିଷ୍ୟତ ନୁହେଁ, ଏଭଳି ସ୍ଥିତି ବିଶ୍ବ ସୁରକ୍ଷା ଦିଗରେ ମଧ୍ୟ ପ୍ରତିକୂଳ ସ୍ଥିତି ଉତ୍ପନ୍ନ କରିପାରେ ବୋଲି ଆମେରିକା ସମେତ ଏହାର ମିତ୍ର ରାଷ୍ଟ୍ର ଏବେ ଚିନ୍ତା କରିବା ଆରମ୍ଭ କରି ଦେଇଛନ୍ତି। ସ୍ଥିତି ଏଭଳି ସ୍ତରରେ ପହଞ୍ଚିଛି ଯେ, ରୁଷିଆ ଏବଂ ଚୀନ୍‌ ମଧ୍ୟ ସାଂପ୍ରତିକ ସ୍ଥିତିକୁ ନେଇ ଚୁପ୍‌ ହୋଇଯାଇଛନ୍ତି। ତାଲିବାନ ପ୍ରତିନିଧିଙ୍କ ସହ ବେଜିଂରେ ଆଲୋଚନା କରିବା ସହିତ ଆବଶ୍ୟକ ପଡ଼ିଲେ ଆର୍ଥିକ ସହାୟତା ଏବଂ ତାଲିବାନ ସରକାରକୁ ସ୍ବୀକୃତି ଦେବା ନେଇ ଇଙ୍ଗିତ କରିଥିବା ଚୀନ୍‌ ଏବେ ପାଟି ଖୋଲିବାକୁ ସାହାସ ଜୁଟାଇପାରୁ ନାହିଁ। କୌଣସି ମୁହୂର୍ତ୍ତରେ ଆଫଗାନିସ୍ତାନ ପ୍ରସଙ୍ଗରେ ଆନ୍ତର୍ଜାତିକ ସମୁଦାୟ ବଡ଼ ନିଷ୍ପତ୍ତି ଗ୍ରହଣ କରିବାର ଆଶଙ୍କାରେ ସମସ୍ତେ ମାପଚୁପ ଆରମ୍ଭ କରି ଦେଇଛନ୍ତି। ଯେଉଁ ପର୍ଯ୍ୟନ୍ତ ଆଫଗାନିସ୍ତାନରେ ସରକାର ଗଠନ ନ ହୋଇଛି ସେ ପର୍ଯ୍ୟନ୍ତ ଦେଶର ଆଭ୍ୟନ୍ତରୀଣ ସମସ୍ୟା ସହିତ ବିଶ୍ବ ସୁରକ୍ଷା ପାଇଁ ବାଟ ଖୋଲିବ ନାହିଁ ବୋଲି ବିବେଚନା କରାଯାଉଛି। ହେଲେ ଏଭଳି ସ୍ଥିତିକୁ ନେଇ ତ୍ରିଶଙ୍କୁ ସ୍ଥିତିରେ ପଡ଼ିଛି ତାଲିବାନ। ଆଫଗାନିସ୍ତାନ ଜନସଂଖ୍ୟାର ସର୍ବାଧÒକ ଅଂଶ ଭାବେ ପସ୍ତୁନ୍‌ ସଂପ୍ରଦାୟର ତାଲିବାନ ନିରଙ୍କୁଶ ଆଧÒପତ୍ୟ ଜାହିର କରିବ ବୋଲି ଚିନ୍ତା କରିଥÒଲେ ହେଁ ଏବେ ପ୍ରତିକୂଳ ସ୍ଥିତିର ସମ୍ମୁଖୀନ ହୋଇଛି। ତାଲିବାନ ବିରୋଧରେ ଏବେ ଇସଲାମିକ୍‌ ଷ୍ଟେଟ (ଆଇଏସ୍‌-କେ) ଏବଂ ଅଲ କାଏଦା ଭଳି ଆତଙ୍କୀ ସଂଗଠନ ଛିଡା ହୋଇଥିବା ବେଳେ ଉତ୍ତର ଆଫଗାନିସ୍ତାନରେ ଅହମ୍ମଦ ମାସୁଦ୍‌ ଗୋଷ୍ଠୀ ମଧ୍ୟ ଯୁଦ୍ଧ ଘୋଷଣା କରିଛି। ଏହାବ୍ୟତୀତ ଉଜବେକ୍‌, ତାଜିକ୍‌ ଏବଂ ହଜାରା ଭଳି ଅନ୍ୟ ବହୁ ଜନଜାତି ସଂପ୍ରଦାୟର ମୌଳବାଦୀ ସଂଗଠନ ମଧ୍ୟ ତାଲିବାନକୁ ଘେରିବାକୁ ଆରମ୍ଭ କରିଛନ୍ତି। ତାଲିବାନ ଗୋଷ୍ଠୀ ପୂର୍ବତନ ରାଷ୍ଟ୍ରପତି ହମିଦ୍‌ କାର୍ଜାଇ ଏବଂ ଜାତୀୟ ସମୀକରଣ ପରିଷଦ ମୁଖ୍ୟ ଅବଦୁଲ୍ଲା ଅବଦୁଲ୍ଲାଙ୍କ ଭଳି ବହୁ ନେତାଙ୍କ ସହ ଆଲୋଚନା କରି ସରକାର ଗଠନ କରିବାକୁ ଉଦ୍ୟମ କରିଥÒଲେ ହେଁ ଏହିସବୁ ଜନଜାତିର ପ୍ରତିନିଧିତ୍ବ ବିନା ସରକାର ଗଠନ କରିବା ସମ୍ଭବ ନୁହେଁ ବୋଲି ହୃଦୟଙ୍ଗମ କରିଛି। କିନ୍ତୁ କୌଣସି ଗୋଷ୍ଠୀ ସହିତ ଅନ୍ୟ ଗୋଷ୍ଠୀର ସମନ୍ବୟ ନ ଥିବାରୁ ସରକାର ଗଠନ ଅସମ୍ଭବ ହୋଇପଡ଼ିଛି। ଏଭଳି ସ୍ଥିତିରେ ଆଫଗାନିସ୍ତାନ ପୁଣିଥରେ ନବେ ଦଶକର ସ୍ଥିତି ଆଡକୁ ମୁହାଁଇବାର ସମ୍ଭାବନା ସୃଷ୍ଟି ହୋଇଥିବା ବେଳେ ଏହା ବିଶ୍ବ ସମାଜ ପାଇଁ ଚିନ୍ତାର କାରଣ ହେବ ବୋଲି ଆଶଙ୍କା ବଢିଛି।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

30 Aug 2021 By The Sakala

https://www.thesakala.in/national-international/the-threat-to-the-world-is-growing-for-the-taliban/article-5021
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର