କାବୁଲ୍ ବିମାନ ବନ୍ଦର ଆକ୍ରମଣକାରୀଙ୍କୁ ବାଇଡେନ୍‌ଙ୍କ ଚେତାବନୀ: ଆମେ କ୍ଷମା ଦେବୁନାହିଁ କି, ଭୁଲିଯିବୁ ନାହିଁ

The Sakala Picture
Published On

ୱାସିଂଟନ୍: କାବୁଲ ଆନ୍ତର୍ଜାତିକ ବିମାନ ବନ୍ଦର ନିକଟରେ ଗୁରୁବାର ସନ୍ଧ୍ୟାରେ ସିରିଜ୍‌ ବିସ୍ଫୋରଣ ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଆମେରିକୀୟ ସୈନ୍ୟ ଓ ସାଧାରଣ ଜନତାଙ୍କୁ ହତ୍ୟା କରିଥିବା ଆକ୍ରମଣକାରୀଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ଖୋଜି ଧରିବ ବୋଲି ଗୁରୁବାର ଦିନ କୋହଭରା କଣ୍ଠରେ ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରତିଜ୍ଞା କରି କହିଛନ୍ତି। ଏଥିସହ ଆକ୍ରମଣକାରୀଙ୍କ ବିପକ୍ଷରେ ପ୍ରତିଆକ୍ରମଣ କରିବା ଲାଗି ମଧ୍ୟ ସେ ‘ପେଣ୍ଟାଗନ୍‌’କୁ ନିର୍ଦେଶ ଦେଇଛନ୍ତି। Happening Now: President […]

ୱାସିଂଟନ୍: କାବୁଲ ଆନ୍ତର୍ଜାତିକ ବିମାନ ବନ୍ଦର ନିକଟରେ ଗୁରୁବାର ସନ୍ଧ୍ୟାରେ ସିରିଜ୍‌ ବିସ୍ଫୋରଣ ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଆମେରିକୀୟ ସୈନ୍ୟ ଓ ସାଧାରଣ ଜନତାଙ୍କୁ ହତ୍ୟା କରିଥିବା ଆକ୍ରମଣକାରୀଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ଖୋଜି ଧରିବ ବୋଲି ଗୁରୁବାର ଦିନ କୋହଭରା କଣ୍ଠରେ ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରତିଜ୍ଞା କରି କହିଛନ୍ତି। ଏଥିସହ ଆକ୍ରମଣକାରୀଙ୍କ ବିପକ୍ଷରେ ପ୍ରତିଆକ୍ରମଣ କରିବା ଲାଗି ମଧ୍ୟ ସେ ‘ପେଣ୍ଟାଗନ୍‌’କୁ ନିର୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ହ୍ୱାଇଟ ହାଉସରୁ ଏକ ସମ୍ବୋଧନରେ ଜୋ ବାଇଡେନ କହିଛନ୍ତି, ଆମେରିକା ଏହି ଘଟଣାକୁ କେବେ ଭୁଲିବ ନାହିଁ କି ସେମାନଙ୍କୁ କ୍ଷମା ଦେବନାହିଁ। ଆମେ ଆତଙ୍କବାଦୀଙ୍କୁ ଛାଡ଼ିବୁ ନାହିଁ । ସେମାନଙ୍କୁ ଖୋଜି ଖୋଜି ମାରିବୁ । କାବୁଲ ଆକ୍ରମଣକାରୀଙ୍କୁ ଚେତାବନୀ ଦେଇ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ, ଆମେ ଆତଙ୍କବାଦୀଙ୍କୁ ସହଜରେ ଛାଡ଼ିବୁ ନାହିଁ । ସେମାନେ କରିଥିବାର କାଣ୍ଡର ଉଚିତ ଜବାବ ଦେବୁ । ଏଥି ସହିତ ବାଇଡେନ୍‌ କହିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ସ୍ଥାନାନ୍ତରଣ ଅଭିଯାନ ଚାଲୁ ରହିବ। ଆମେ ଆଫଗାନିସ୍ତାନରୁ ଆମେରିକୀୟ ନାଗରିକଙ୍କୁ ଉଦ୍ଧାର କରିବୁ। ଆସନ୍ତା ମଙ୍ଗଳବାର ଦିନ ସ୍ଥାନାନ୍ତରଣ କାର୍ଯ୍ୟ ଶେଷ ହେବା ପ୍ରସଙ୍ଗରେ ସେ କୌଣସି ସୂଚନା ଦେଇନାହାନ୍ତି। କାବୁଲ୍ ପରିତ୍ୟାଗ କରିବା ଲାଗି ଅନ୍ୟୂନ ଆହୁରି ୧୦୦୦ଜଣ ଆମେରିକୀୟ ଏବଂ ତହୁଁ ଅଧିକ ଆଫଗାନ୍‌ବାସୀ ବ୍ୟତିବ୍ୟସ୍ତ ହେଉଛନ୍ତି।

ଅନ୍ୟପଟେ କାବୁଲ୍ ବିମାନ ବନ୍ଦର ବିସ୍ଫୋରଣରେ ସହିଦ ହୋଇଥିବା ୧୩ ଆମେରିକୀୟ ସୈନ୍ୟଙ୍କୁ  ସମ୍ମାନ ଜଣାଇ ଆମେରିକାର ଜାତୀୟ ପତାକା ଅର୍ଦ୍ଧନିମିତ ହୋଇ ରହବି । ହ୍ୱାଇଟ ହାଉସରୁ ମିଳିଥିବା ସୂଚନା ଅନୁଯାୟୀ, ଆମେରିକାର ଜାତୀୟ ପତାକା ଅଗଷ୍ଟ ୩୦ ସନ୍ଧ୍ୟା ପର୍ଯ୍ୟନ୍ତ ଅର୍ଦ୍ଧନିମିତ ରହିବ । ସୂଚନାଯୋଗ୍ୟ, କାବୁଲ ବିମାନବନ୍ଦରରେ ହୋଇଥିବା ବିସ୍ଫୋରଣରେ ୧୩ ଜଣ ଆମେରିକୀୟ ସୈନିକ ପ୍ରାଣ ହରାଇଥିବାବେଳେ ଏଥିରେ ୧୮ ରୁ ଅଧିକ ସୈନିକ ଆହତ ହୋଇଛନ୍ତି।

27 Aug 2021 By The Sakala

https://www.thesakala.in/national-international/we-will-hunt-you-down-and-make-you-pay-biden-to-kabul-airport-attackers/article-4938
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର