ବିହାର ଜାମୁଇ ଭାଇରାଲ ଭିଡିଓ ମାମଲା: ପୋଲିସ ଏନକାଉଣ୍ଟରରେ ମୁଖ୍ୟ ଅଭିଯୁକ୍ତ ଗିରଫ, ଭିଡିଓ ସେୟାର କରି ୩ ଧରାପଡିଲେ

Suryakanta Picture
Published On

ବିହାରର ଜାମୁଇ ଅଞ୍ଚଳରେ ଏକ ୧୬ ବର୍ଷୀୟା ନାବାଳିକାଙ୍କୁ ଦୁର୍ବ୍ୟବହାର କରିବା ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ମୁହଁ ବାନ୍ଧି ନାବାଳିକାଙ୍କୁ ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତ ନନ୍ଦନ ଯାଦବକୁ ପୋଲିସ ଏକ ଏନକାଉଣ୍ଟରରେ ଗିରଫ କରିଛି। ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଗୁଳିରେ ଅଭିଯୁକ୍ତର ଗୋଡ଼ରେ ଆଘାତ ଲାଗିଛି। ଏହି ମାମଲାରେ ଏପର୍ଯ୍ୟନ୍ତ ୬ ଜଣ ଗିରଫ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ୩ ଜଣ ନାବାଳକ ଥିବାବେଳେ ଅନ୍ୟ ୩ ଜଣଙ୍କ ବୟସ ୩୫ରୁ ୪୦ ବର୍ଷ ମଧ୍ୟରେ ରହିଛି ।

ଆହୁରି ପଢ଼ନ୍ତୁ: ଋଷ ତୈଳ ଆମଦାନୀ ଉପରେ ଆମେରିକାର କଟକଣା: କଡ଼ା ଜବାବ ଦେଲା ଭାରତ

ପୋଲିସର କାର୍ଯ୍ୟାନୁଷ୍ଠାନ ଓ ଗୁଳିବିନିମୟ

ମୁଙ୍ଗେର ରେଞ୍ଜ୍ ଡିଆଇଜି ରାକେଶ କୁମାରଙ୍କ ସୂଚନା ଅନୁଯାୟୀ, ଜାମୁଇ-ଲକ୍ଷ୍ମୀସରାଇ ରୋଡ୍ ସ୍ଥିତ କୁନ୍ଦନ ବ୍ରଜ ଅଞ୍ଚଳରେ ପୋଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ପ୍ରାୟ ୫ କିଲୋମିଟର ଦୂରରେ ଏହି ଅପରେସନ କରାଯାଇଥିଲା। ଏହି ସମୟରେ ଅଭିଯୁକ୍ତମାନେ ପୋଲିସ ଟିମ୍ ଉପରେ ଆକ୍ରମଣ କରି ଖସିଯିବାକୁ ଉଦ୍ୟମ କରିଥିଲେ। ଆତ୍ମରକ୍ଷା ପାଇଁ ପୋଲିସ ପକ୍ଷରୁ ଗୁଳିଚାଳନା କରାଯାଇଥିଲା, ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ ନନ୍ଦନ ଯାଦବର ଗୋଡ଼ରେ ଗୁଳି ବାଜିଥିଲା। ତାଙ୍କର ଅନ୍ୟ ଜଣେ ସହଯୋଗୀ ହରିରାମ ଯାଦବକୁ ମଧ୍ୟ ପୋଲିସ ଗିରଫ କରିବାରେ ସଫଳ ହୋଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଲଜ୍ଜ୍ୟା: ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା, କୁକୁର ଖାଉଥିବା ଗଳିତ ମୃତଦେହ ଉଦ୍ଧାର

ଭିଡିଓ ଭାଇରାଲ କରିଥିବା ୩ ଅଭିଯୁକ୍ତ ଗିରଫ

ଗତ ସେପ୍ଟେମ୍ବର ୧୯ ତାରିଖରେ ଏହି ଲଜ୍ଜାଜନକ ଘଟଣା ଘଟିଥିବା ବେଳେ, ସୋସିଆଲ ମିଡିଆରେ ଏହାର ଭିଡିଓ ଖୁବ୍ ଜୋରରେ ଭାଇରାଲ ହୋଇଥିଲା। ଗୋଟିଏ ଭିଡିଓରେ ଜଣେ ଗାମୁଛାରେ ମୁହଁ ବାନ୍ଧିଥିବା ଦୁର୍ବୃତ୍ତ ନାବାଳିକାଙ୍କୁ ଦୁର୍ବ୍ୟବହାର କରୁଥିବାର ଦେଖିବାକୁ ମିଳିଥିଲା। ପୋଲିସ ଏହି ଆପତ୍ତିଜନକ ଭିଡିଓକୁ ସୋସିଆଲ ମିଡିଆରେ ପ୍ରସାରଣ କରିବା ଅଭିଯୋଗରେ ଆଉ ୩ ଜଣଙ୍କୁ ଗିରଫ କରିଛି। ଏହି ମାମଲାରେ ପୋସ୍କୋ (POCSO) ଆକ୍ଟ ଅଧୀନରେ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି।

ଆହୁରି ପଢ଼ନ୍ତୁ: ଦୁଇ କୋରିଆ ସୀମାରେ ଭୟଙ୍କର ବିସ୍ଫୋରଣ: ୩ ସେନା ଅଧିକାରୀ ଗୁରୁତର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର