୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

Suryakanta Picture
Published On

ଏୟାର ଇଣ୍ଡିଆ (Air India) ର ଏକ ବିମାନ ଫୁକେଟରୁ ଦିଲ୍ଲୀ ଆସୁଥିବା ସମୟରେ ଆକାଶରେ ଏକ ବଡ଼ ଧରଣର ବିପଦର ସମ୍ମୁଖୀନ ହୋଇଥିଲା । ୩୬,୦୦୦ ଫୁଟ ଉଚ୍ଚରେ ଉଡାଣ ଭରୁଥିବା ବେଳେ ମାତ୍ର କିଛି ସେକେଣ୍ଡ ମଧ୍ୟରେ ବିମାନଟି ନିଜର ସମସ୍ତ ହାଇଡ୍ରୋଲିକ୍ସ (hydraulics) ହରାଇ ବସିଥିଲା, ଯାହା ଫଳରେ ବିମାନରେ ଥିବା ୨୪ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

୩୬,୦୦୦ ଫୁଟ ଉଚ୍ଚରେ ଯାନ୍ତ୍ରିକ ତ୍ରୁଟି

ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ପକ୍ଷରୁ ଜାରି କରାଯାଇଥିବା ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଗତ ଅଗଷ୍ଟ ୪ ତାରିଖରେ ଏହି ଘଟଣା ଘଟିଥିଲା । ଫୁକେଟରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆ ବିମାନ ଏଆଇ ୨୩୭୯, ଯାହାକି ଏକ ଏୟାରବସ୍ ଏ୩୨୦ନିଓ (Airbus A320neo) ଥିଲା, ସେଥିରେ ୧୩୭ ଜଣ ଯାତ୍ରୀ ଥିଲେ । ବିମାନଟି ୩୬,୦୦୦ ଫୁଟ ଉଚ୍ଚରେ ଉଡୁଥିବା ବେଳେ ହଠାତ୍ ଏହାର ତିନୋଟି ଯାକ ହାଇଡ୍ରୋଲିକ୍ ସିଷ୍ଟମ୍ ଫେଲ୍ ମାରିଥିଲା । ଏହାଦ୍ୱାରା ଏକ 'ଅଲ୍ଟିଚ୍ୟୁଡ୍ ଅପସେଟ୍' ସୃଷ୍ଟି ହୋଇଥିଲା ଏବଂ ବିମାନରେ ଥିବା ୨୪ ଜଣ ଲୋକ ଆହତ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ପାଇଲଟଙ୍କ ଡ୍ରଗ୍ ଟେଷ୍ଟକୁ ନେଇ ପ୍ରଶ୍ନ

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଉଡାଣ ସମୟରେ ପାଇଲଟ୍ ମନିଟରିଂ ଦାୟିତ୍ୱରେ ଥିବା ପାଇଲଟ୍-ଇନ୍-କମାଣ୍ଡଙ୍କର ଦିଲ୍ଲୀ ଅବତରଣ ପରେ ଏକ କନଫର୍ମେଟୋରୀ ଟେଷ୍ଟ କରାଯାଇଥିଲା । ଏହି ପରୀକ୍ଷାରେ ତାଙ୍କ ଶରୀରରେ ଏକ ସାଇକୋ-ଆକ୍ଟିଭ୍ ପଦାର୍ଥ ରହିଥିବା ନେଇ ସେ 'ନନ୍-ନେଗେଟିଭ୍' (non-negative) ଚିହ୍ନଟ ହୋଇଥିଲେ । ତେବେ ଠିକ୍ ସମୟରେ ବିମାନଟି ଦିଲ୍ଲୀରେ ସୁରକ୍ଷିତ ଭାବେ ଅବତରଣ କରିବାରେ ସକ୍ଷମ ହୋଇଥିବାରୁ ଏକ ବଡ଼ ବିପଦ ଟଳିଯାଇଥିଲା ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର