ସୁପ୍ରିମକୋର୍ଟରେ ଆବେଦନକାରୀଙ୍କ ତୁମୁଳକାଣ୍ଡ: ବିଚାରପତିଙ୍କୁ ଦୁର୍ବ୍ୟବହାର କଲେ, କାଗଜ ଫିଙ୍ଗିଲେ

Madhusudan Das Picture
Published On

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଶୁକ୍ରବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ମାମଲାର ଶୁଣାଣି ବେଳେ ଆବେଦନକାରୀ ଜଣକ ବିଚାରପତିଙ୍କ ଉପରକୁ ଦଲିଲ ଫିଙ୍ଗିବା ସହ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ଜଣାପଡ଼ିଛି। ଘଟଣା ଅନୁଯାୟୀ, ଜଷ୍ଟିସ କେ.ଭି. ବିଶ୍ୱନାଥନ୍‌‌ ଏବଂ ଜଷ୍ଟିସ ଆଲୋକ ଆରାଧେଙ୍କ ଖଣ୍ଡପୀଠରେ ଆଲାହାବାଦ ହାଇକୋର୍ଟଙ୍କ ଏକ ନିଷ୍ପତ୍ତି ବିରୋଧରେ ଦାୟର ହୋଇଥିବା ଆବେଦନର ଶୁଣାଣି ହେଉଥିଲା। ଏହି ସମୟରେ କୋର୍ଟରେ ଆବେଦନକାରୀ ଜଣକ ଅତ୍ୟନ୍ତ ଅସଭ୍ୟ ଭାବେ ନିଜର ପକ୍ଷ ରଖିଥିଲେ। ସେ ବିଚାରପତିଙ୍କୁ, ‘ହେ ନ୍ୟାୟିକ ସେବକ, ମୁଁ ତୁମକୁ ଆଦେଶ ଦେଉଛି ଯେ ଲକ୍ଷ୍ନୌର ଏସିପିଙ୍କ ବିରୋଧରେ ଏକ ଏଫ୍‌‌ଆଇଆର୍‌‌ ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦିଅ’ ବୋଲି କହିଥିଲେ। ଏଭଳି ଆଚରଣରେ ଆଶ୍ଚର୍ଯ୍ୟ ପ୍ରକଟ କରି ଜଷ୍ଟିସ ବିଶ୍ୱନାଥନ୍‌‌ ପ୍ରଶ୍ନ କରିଥିଲେ, ‘ଆପଣ କଣ ଆମକୁ ଆଦେଶ ଦେଉଛନ୍ତି’ । 

ଆହୁରି ପଢ଼ନ୍ତୁ: ହରିଦ୍ୱାରର ମନସା ଦେବୀ ମନ୍ଦିରରେ ନୂଆ ନିୟମ: ଦାନରେ ସ୍ୱଚ୍ଛତା ଆଣିବା ପାଇଁ ପକେଟ୍‌ବିହୀନ କୁର୍ତ୍ତା ପିନ୍ଧିବେ ପୂଜକ

ଏହାପରେ ପରିସ୍ଥିତି ଅଧିକ ଜଟିଳ ହୋଇଥିଲା। ଆବେଦନକାରୀ ଜଣକ ନିଜ ହାତରେ ଥିବା କେସ୍‌‌ ସମ୍ବନ୍ଧୀୟ କାଗଜପତ୍ରଗୁଡ଼ିକୁ ଶୂନ୍ୟରେ ଫିଙ୍ଗିବା ସହ ମୁଖ୍ୟ ବିଚାରପତିଙ୍କ ବିରୋଧରେ ଅତ୍ୟନ୍ତ ଅପଶବ୍ଦ ବ୍ୟବହାର କରିଥିଲେ। ଉଲ୍ଲେଖଯୋଗ୍ୟ, ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ସେହି ସମୟରେ ଖଣ୍ଡପୀଠରେ ଉପସ୍ଥିତ ନଥିଲେ। କିନ୍ତୁ ଏହି ହଟ୍ଟଗୋଳ ପରେ ସୁରକ୍ଷାକର୍ମୀମାନେ ତୁରନ୍ତ ଆବେଦନକାରୀଙ୍କୁ କୋର୍ଟରୁମରୁ ବାହାର କରିଦେଇଥିଲେ। ସମ୍ପୃକ୍ତ ଆବେଦନକାରୀଙ୍କ ପରିଚୟ ଏବଂ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। 

ଆହୁରି ପଢ଼ନ୍ତୁ: କେରଳର ୱାୟାନାଡରେ ବଡ଼ ଧରଣର ଭୂସ୍ଖଳନ: ଟନେଲ ପ୍ରକଳ୍ପ ନିକଟରେ ଅନେକ ଶ୍ରମିକ ଫସିଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି

ସୂଚନାଯୋଗ୍ୟ ଯେ, କୋର୍ଟ ରୁମ୍ ଭିତରେ ଆବେଦନକାରୀ ରାଗିଯିବାର ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଅକ୍ଟୋବର ୨୦୨୫ ରେ ମଧ୍ୟ ଜଣେ ଆଇନଜୀବୀ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ୍ ବି.ଆର୍. ଗଭାଇଙ୍କ ଖଣ୍ଡପୀଠ ଉପରକୁ ଜୋତା ଫିଙ୍ଗିବାକୁ ଉଦ୍ୟମ କରିଥିଲେ, ଯାହା ପରେ ବାର୍ କାଉନସିଲ୍ ଓ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ତାଙ୍କ ବିରୋଧରେ କଡ଼ା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ୧୪ କୋଟିର ସମ୍ପତ୍ତି, ସରକାରୀ ଚାକିରି ଓ ଦୁଇଟି ମୃତ୍ୟୁ... ମା'ଙ୍କୁ ହତ୍ୟା ପାଇଁ ସୁପାରି ଦେଇଥିବା ଆୟୁଷୀଙ୍କ କାହାଣୀରେ ନୂଆ ଟ୍ୱିଷ୍ଟ

11 Jul 2026 By Madhusudan Das

ସୁପ୍ରିମକୋର୍ଟରେ ଆବେଦନକାରୀଙ୍କ ତୁମୁଳକାଣ୍ଡ: ବିଚାରପତିଙ୍କୁ ଦୁର୍ବ୍ୟବହାର କଲେ, କାଗଜ ଫିଙ୍ଗିଲେ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଶୁକ୍ରବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ମାମଲାର ଶୁଣାଣି ବେଳେ ଆବେଦନକାରୀ ଜଣକ ବିଚାରପତିଙ୍କ ଉପରକୁ ଦଲିଲ ଫିଙ୍ଗିବା ସହ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ଜଣାପଡ଼ିଛି। ଘଟଣା ଅନୁଯାୟୀ, ଜଷ୍ଟିସ କେ.ଭି. ବିଶ୍ୱନାଥନ୍‌‌ ଏବଂ ଜଷ୍ଟିସ ଆଲୋକ ଆରାଧେଙ୍କ ଖଣ୍ଡପୀଠରେ ଆଲାହାବାଦ ହାଇକୋର୍ଟଙ୍କ ଏକ ନିଷ୍ପତ୍ତି ବିରୋଧରେ ଦାୟର ହୋଇଥିବା ଆବେଦନର ଶୁଣାଣି ହେଉଥିଲା। ଏହି ସମୟରେ କୋର୍ଟରେ ଆବେଦନକାରୀ ଜଣକ ଅତ୍ୟନ୍ତ ଅସଭ୍ୟ ଭାବେ ନିଜର ପକ୍ଷ ରଖିଥିଲେ। ସେ ବିଚାରପତିଙ୍କୁ, ‘ହେ ନ୍ୟାୟିକ ସେବକ, ମୁଁ ତୁମକୁ ଆଦେଶ ଦେଉଛି ଯେ ଲକ୍ଷ୍ନୌର ଏସିପିଙ୍କ ବିରୋଧରେ ଏକ ଏଫ୍‌‌ଆଇଆର୍‌‌ ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦିଅ’ ବୋଲି କହିଥିଲେ। ଏଭଳି ଆଚରଣରେ ଆଶ୍ଚର୍ଯ୍ୟ ପ୍ରକଟ କରି ଜଷ୍ଟିସ ବିଶ୍ୱନାଥନ୍‌‌ ପ୍ରଶ୍ନ କରିଥିଲେ, ‘ଆପଣ କଣ ଆମକୁ ଆଦେଶ ଦେଉଛନ୍ତି’ । 

ଏହାପରେ ପରିସ୍ଥିତି ଅଧିକ ଜଟିଳ ହୋଇଥିଲା। ଆବେଦନକାରୀ ଜଣକ ନିଜ ହାତରେ ଥିବା କେସ୍‌‌ ସମ୍ବନ୍ଧୀୟ କାଗଜପତ୍ରଗୁଡ଼ିକୁ ଶୂନ୍ୟରେ ଫିଙ୍ଗିବା ସହ ମୁଖ୍ୟ ବିଚାରପତିଙ୍କ ବିରୋଧରେ ଅତ୍ୟନ୍ତ ଅପଶବ୍ଦ ବ୍ୟବହାର କରିଥିଲେ। ଉଲ୍ଲେଖଯୋଗ୍ୟ, ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ସେହି ସମୟରେ ଖଣ୍ଡପୀଠରେ ଉପସ୍ଥିତ ନଥିଲେ। କିନ୍ତୁ ଏହି ହଟ୍ଟଗୋଳ ପରେ ସୁରକ୍ଷାକର୍ମୀମାନେ ତୁରନ୍ତ ଆବେଦନକାରୀଙ୍କୁ କୋର୍ଟରୁମରୁ ବାହାର କରିଦେଇଥିଲେ। ସମ୍ପୃକ୍ତ ଆବେଦନକାରୀଙ୍କ ପରିଚୟ ଏବଂ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। 

ସୂଚନାଯୋଗ୍ୟ ଯେ, କୋର୍ଟ ରୁମ୍ ଭିତରେ ଆବେଦନକାରୀ ରାଗିଯିବାର ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଅକ୍ଟୋବର ୨୦୨୫ ରେ ମଧ୍ୟ ଜଣେ ଆଇନଜୀବୀ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ୍ ବି.ଆର୍. ଗଭାଇଙ୍କ ଖଣ୍ଡପୀଠ ଉପରକୁ ଜୋତା ଫିଙ୍ଗିବାକୁ ଉଦ୍ୟମ କରିଥିଲେ, ଯାହା ପରେ ବାର୍ କାଉନସିଲ୍ ଓ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ତାଙ୍କ ବିରୋଧରେ କଡ଼ା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର