ଶାଶୁଙ୍କୁ ପ୍ରେମ କରିବସିଲେ ଜ୍ୱାଇଁ: ସବୁ ସମ୍ପର୍କ ଭୁଲି ଘରୁ ଫେରାର୍ ହୋଇଗଲେ, କଲେ କୋର୍ଟ ମ୍ୟାରେଜ

Madhusudan Das Picture
Published On

କାନପୁର: ପ୍ରେମ ଅନ୍ଧ ବୋଲି ସମସ୍ତେ କୁହନ୍ତି, କିନ୍ତୁ ଏହା ଯେ କୌଣସି ସୀମା ବା ସମ୍ପର୍କକୁ ମାନେ ନାହିଁ, ତାହା ପୁଣିଥରେ ପ୍ରମାଣିତ ହୋଇଛି। ଉତ୍ତରପ୍ରଦେଶର କାନପୁର ଦେହାତ ଅଞ୍ଚଳରେ ଏକ ଅଜବ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜର ସମ୍ପର୍କୀୟ ଶାଶୁଙ୍କ ସହ ପ୍ରେମରେ ପଡ଼ିବା ପରେ ତାଙ୍କୁ ବିବାହ କରିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ସୂଚନା ଅନୁଯାୟୀ, ଏହି ଘଟଣାଟି ଆକବରପୁର ଅଞ୍ଚଳର। ବିବାହ ପରେ ଜ୍ୱାଇଁ ନିଜ ଶାଶୁ ଘରକୁ ଯିବାଆସିବା କରୁଥିଲେ। ଏହି ସମୟରେ ସେ ନିଜ ଶାଶୁଙ୍କ ପ୍ରତି ଆକର୍ଷିତ ହୋଇଥିଲେ ଏବଂ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସେମାନଙ୍କ ମଧ୍ୟରେ ବୟସର ବ୍ୟବଧାନ ଥିଲେ ମଧ୍ୟ, ସେମାନେ ସମାଜର ନିନ୍ଦା ଅପବାଦକୁ ଖାତିର କରିନଥିଲେ। ସମ୍ପର୍କ ଏତେ ନିବିଡ଼ ହୋଇଗଲା ଯେ ସେମାନଙ୍କର ଏକ ସନ୍ତାନ ମଧ୍ୟ ଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ଶେଷରେ ଉଭୟେ ଘରୁ ଫେରାର ହୋଇଯାଇଥିଲେ ଏବଂ ଏକ କୋର୍ଟରେ ବିବାହ କରିଥିଲେ। ବିବାହ ପରେ ସେମାନେ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି। ଏହି ଭିଡିଓରେ ସେମାନେ ନିଜର ବିବାହ ପ୍ରମାଣପତ୍ର (କୋର୍ଟ ସାର୍ଟିଫିକେଟ୍) ଦେଖାଇବା ସହ ସ୍ୱେଚ୍ଛାକୃତ ଭାବେ ବିବାହ କରିଥିବା ଦର୍ଶାଇଛନ୍ତି। ବର୍ତ୍ତମାନ ଏହି ଭିଡିଓଟି ଭାଇରାଲ୍ ହେବାରେ ଲାଗିଛି। ସମାଜ ସେମାନଙ୍କର ଏହି ସମ୍ପର୍କକୁ ଗ୍ରହଣ କରିବା ସହ ଆଶୀର୍ବାଦ କରିବ ବୋଲି ନବଦମ୍ପତି ଆଶାବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର