ଗଛ ଉପରୁ ‘ଟଙ୍କା ବର୍ଷା’ କଲା ମାଙ୍କଡ଼, ନୋଟ୍‌ ଗୋଟାଇବାକୁ ଲୋକଙ୍କ ଭିଡ଼

Madhusudan Das Picture
Published On

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲା ଅଦାଲତ ପରିସର ନିକଟରେ ଏକ ଅଜବ ଓ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏକ ମାଙ୍କଡ଼ ଜଣେ ବ୍ୟକ୍ତିଙ୍କ ହାତରୁ ୨,୦୦,୦୦୦ ଟଙ୍କା ଥିବା ବ୍ୟାଗ୍‌‌ ଛଡ଼ାଇ ନେଇ ଗଛ ଉପରୁ ନୋଟ୍‌‌ ବର୍ଷା କରିଛି। ଏହି ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଟଙ୍କା ଗୋଟାଇବା ପାଇଁ ପ୍ରତିଯୋଗିତା ଓ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। 

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ସୂଚନା ଅନୁସାରେ, ଶନିବାର ଦିନ ଜଣେ ବ୍ୟକ୍ତି ଜମି କିଣାବିକା ସମ୍ପର୍କିତ କାଗଜପତ୍ର କାମ ପାଇଁ ଅଦାଲତ ପରିସରରେ ଥିବା ଜଣେ ଓକିଲଙ୍କ ପ୍ରକୋଷ୍ଠକୁ ଆସିଥିଲେ। ସେ ନିଜ ସାଙ୍ଗରେ ବ୍ୟାଗ୍‌‌ରେ ୨,୦୦,୦୦୦ ଟଙ୍କା ନେଇ ଆସିଥିବା ବେଳେ ହଠାତ୍‌‌ ଏକ ମାଙ୍କଡ଼ ତାଙ୍କ ହାତରୁ ବ୍ୟାଗ୍‌‌ଟିକୁ ଝାମ୍ପି ନେଇ ଦ୍ରୁତ ଗତିରେ ପାଖରେ ଥିବା ଏକ ଗଛ ଉପରକୁ ଚଢ଼ି ଯାଇଥିଲା। ଗଛ ଉପରେ ବସି ମାଙ୍କଡ଼ଟି ଖାଦ୍ୟ ସନ୍ଧାନରେ ବ୍ୟାଗ୍‌‌ଟିକୁ ଖୋଜାଖୋଜି କରିବା ଆରମ୍ଭ କରିଥିଲା। ହେଲେ ଖାଦ୍ୟ ବଦଳରେ ସେଥିରୁ ୫୦୦ ଟଙ୍କିଆ ନୋଟ୍‌‌ର ବିଡ଼ା ବାହାରିଥିଲା। ଏହାପରେ ମାଙ୍କଡ଼ଟି ନୋଟ୍‌‌ ବିଡ଼ାଗୁଡ଼ିକୁ ଚିରି ଆକାଶରୁ ବର୍ଷା ହେବା ଭଳି ତଳକୁ ଫିଙ୍ଗିବାକୁ ଲାଗିଲା। ମାତ୍ର କିଛି ମିନିଟ୍‌‌ ମଧ୍ୟରେ ଗଛ ତଳେ ଏବଂ ଆଖପାଖ ରାସ୍ତାରେ ନୋଟ୍‌‌ ଉଡୁଥିବାର ଦେଖି ପ୍ରବଳ ଭିଡ଼ ଜମିଯାଇଥିଲା। 

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ଏହି ସମଗ୍ର ଘଟଣାର ଏକ ୫୩ ସେକେଣ୍ଡର ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଖୁବ୍‌‌ ଭାଇରାଲ୍‌‌ ହେବାରେ ଲାଗିଛି। ବ୍ୟାଗ୍‌‌ର ମାଲିକ ଜଣକ ନିଜର ଟଙ୍କା ବଞ୍ଚାଇବା ପାଇଁ ଚିତ୍କାର କରିଥିବା ବେଳେ ସେଠାରେ ଥିବା ସ୍ଥାନୀୟ ଲୋକେ ଏବଂ ପ୍ରତ୍ୟକ୍ଷଦର୍ଶୀମାନେ ଟଙ୍କା ଗୋଟାଇବାରେ ଲାଗିପଡ଼ିଥିଲେ। ତେବେ ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକଙ୍କ ସହାୟତାରେ ବ୍ୟାଗ୍‌‌ ମାଲିକ ନିଜର ପ୍ରାୟ ୧,୯୮,୦୦୦ ଟଙ୍କା ଫେରସ୍ତ ପାଇବାରେ ସଫଳ ହୋଇଛନ୍ତି। ମାଙ୍କଡ଼ର ଏଭଳି କାଣ୍ଡ ପୁରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର