ସିବିଏସ୍ଇ ଓଏସଏମ୍ (OSM) ତ୍ରୁଟି ପାଇଁ ନିଜକୁ ଦାୟୀ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ସୁଧାର ପାଇଁ ଆରମ୍ଭ ହେଲା ପଦକ୍ଷେପ

Suryakanta Picture
Published On

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦ୍ୱାରା ନିକଟରେ ଆରମ୍ଭ କରାଯାଇଥିବା ଅନ୍-ସ୍କ୍ରିନ୍ ମାର୍କିଂ (OSM) ବ୍ୟବସ୍ଥାରେ ଦେଖାଦେଇଥିବା ତ୍ରୁଟି ଏବଂ ଅନିୟମିତତା ପାଇଁ କେନ୍ଦ୍ର ସରକାର ଉତ୍ତର ଦାୟିତ୍ୱ ନିଜ ମୁଣ୍ଡକୁ ନେଇଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ତ୍ରୁଟି ସ୍ୱୀକାର କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ କୌଣସି ବି ଛାତ୍ରଛାତ୍ରୀଙ୍କ ସମସ୍ୟା ଅସମାହିତ ରହିବ ନାହିଁ। ଏଥିସହ ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉଥିବା ସେ ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଗୋଗୀ ଗ୍ୟାଙ୍ଗ୍, 'ବାଲିଆନ୍' ଗୋତ୍ର ଓ 'କୋର୍ଟ ମେ ମର୍ଡର' ଗୀତ: ଅଙ୍କିତ ବାଲିଆନ୍ ହତ୍ୟାକାଣ୍ଡର ଖୁଲାସା କଲା ପୋଲିସ

ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା

ଦ୍ୱାଦଶ ଶ୍ରେଣୀର ପୁନଃ ମୂଲ୍ୟାୟନ ପ୍ରକ୍ରିୟା ପୂର୍ବରୁ ଆୟୋଜିତ ଏକ ବୈଠକରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏଥର ପ୍ରଥମ ଥର ପାଇଁ ବୋର୍ଡ ପକ୍ଷରୁ ଓଏସଏମ୍ (OSM) ବ୍ୟବସ୍ଥା ଆପଣାଯାଇଥିଲା। ଏହି ନୂତନ ପ୍ରକ୍ରିୟାରେ ପ୍ରାୟ ୧୭ ଲକ୍ଷ ଛାତ୍ରଛାତ୍ରୀଙ୍କର ୯୮ ଲକ୍ଷ ଉତ୍ତରଖାତା ଏବଂ ୪୦ କୋଟି ପୃଷ୍ଠା ସ୍କାନ କରାଯାଇ ମୂଲ୍ୟାୟନ କରାଯାଇଥିଲା। ଏହି ବ୍ୟବସ୍ଥା ଛାତ୍ରକୈନ୍ଦ୍ରିକ ଏବଂ ପାରଦର୍ଶିତା ଆଣିବା ଉଦ୍ଦେଶ୍ୟରେ ଲାଗୁ କରାଯାଇଥିଲେ ହେଁ, ଏଥିରେ କିଛି ବୈଷୟିକ ତ୍ରୁଟି ପରିଲକ୍ଷିତ ହୋଇଛି, ଯାହାର ସମ୍ପୂର୍ଣ୍ଣ ଦାୟିତ୍ୱ ସେ ନିଜେ ନେଉଛନ୍ତି ବୋଲି ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆଇଆଇଟି ବିଶେଷଜ୍ଞଙ୍କ ସହାୟତା

ପୋର୍ଟାଲରେ ଦେଖାଦେଇଥିବା ବୈଷୟିକ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଆଇଆଇଟି ମାଡ୍ରାସ (IIT Madras) ଏବଂ ଆଇଆଇଟି କାନପୁର (IIT Kanpur)ର ବିଶେଷଜ୍ଞ ଟିମ୍‌କୁ ନିୟୋଜିତ କରାଯାଇଛି। ସେମାନେ ସିବିଏସ୍ଇ ୱେବସାଇଟ୍ ଏବଂ ସଫ୍ଟୱେୟାରର ସମ୍ପୂର୍ଣ୍ଣ ଯାଞ୍ଚ କରିବା ସହ ତ୍ରୁଟି ସୁଧାରିବା ଦିଗରେ କାର୍ଯ୍ୟ କରୁଛନ୍ତି। ଶିକ୍ଷାମନ୍ତ୍ରୀ ଚେତାବନୀ ଦେଇଛନ୍ତି ଯେ, ଯଦି କୌଣସି ଅଧିକାରୀ ବା ବ୍ୟକ୍ତି ଜାଣିଶୁଣି ଏହି ଅନିୟମିତତା ପାଇଁ ଦାୟୀ ଥିବା ପ୍ରମାଣିତ ହୁଏ, ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ପେମେଣ୍ଟ ଗେଟୱେ ସମସ୍ୟାର ସମାଧାନ

ରି-ଇଭାଲୁଏସନ ଆବେଦନ ସମୟରେ ଛାତ୍ରଛାତ୍ରୀମାନେ ସମ୍ମୁଖୀନ ହେଉଥିବା ଦେୟ ପ୍ରଦାନ ବା ପେମେଣ୍ଟ ଗେଟୱେ ସମସ୍ୟାର ସମାଧାନ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି। ଏଥିପାଇଁ ୪ଟି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ - ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), ଇଣ୍ଡିଆନ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ଏବଂ କାନାରା ବ୍ୟାଙ୍କକୁ ସିବିଏସ୍ଇ ପୋର୍ଟାଲ ସହ ସଂଯୁକ୍ତ କରାଯାଇଛି। ଶେଷରେ ରାଜନୈତିକ ଦଳଗୁଡ଼ିକୁ ଏହି ପ୍ରସଙ୍ଗରେ ରାଜନୀତି ନ କରିବାକୁ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଅଯଥା ଚାପ ନ ପକାଇବାକୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର