ତାଲିବାନ୍‌ କିଏ ? କ’ଣ ରହିଛି ତାଲିବାନ୍‌ ଗୋଷ୍ଠୀର ପୃଷ୍ଠଭୂମି ? ଆସନ୍ତୁ ଜାଣିବା…

The Sakala Picture
Published On

ତାଲିବାନ ଶଦ୍ଦ ଆରବୀୟ ଶଦ୍ଦ ‘ତାଲିବ’ରୁ ଆସିଛି। ଯାହାର ଅର୍ଥ ହେଉଛି ବିଦ୍ୟାର୍ଥୀ। କିନ୍ତୁ ସମୟାନୁକ୍ରମେ ତାଲିବାନ ଏକ କଠୋର, ଚରମପନ୍ଥୀ ଇସ୍‌ଲାମିକ୍‌ ମେସଳବାଦୀ ସଂଗଠନ ଭାବେ ପ୍ରତିଷ୍ଠାଲାଭ କରିଥିଲା। ଯାହାର ପୃଷ୍ଠଭୂମି ଆରମ୍ଭ ହୋଇଥିଲା ଆଫ୍‌ଗାନ ଶାସକ ଜାହିର ଶାହାଙ୍କ ଗାଦିଚ୍ୟୁତ ପରେ। ୧୯୭୩ ମସିହାରେ ଏଠାକାର ଶାସକ ଜାହିର ଶାହା ଗାଦିଚ୍ୟୁତ ହେବା ପରେ ଆଫଗାନିସ୍ତାନରେ ଆଭ୍ୟନ୍ତରୀଣ କନ୍ଦଳ, ଗୃହଯୁଦ୍ଧ ଏବଂ ରାଜନୀତିକ ଅସ୍ଥିରତା ଲାଗି ରହିଥିଲା। ଏହାପରେ ୧୯୭୯ମସିହାରେ ତତ୍‌କାଳୀନ ସୋଭିଏତ୍‌ ୟୁନିଅନ୍‌ […]

ତାଲିବାନ ଶଦ୍ଦ ଆରବୀୟ ଶଦ୍ଦ ‘ତାଲିବ’ରୁ ଆସିଛି। ଯାହାର ଅର୍ଥ ହେଉଛି ବିଦ୍ୟାର୍ଥୀ। କିନ୍ତୁ ସମୟାନୁକ୍ରମେ ତାଲିବାନ ଏକ କଠୋର, ଚରମପନ୍ଥୀ ଇସ୍‌ଲାମିକ୍‌ ମେସଳବାଦୀ ସଂଗଠନ ଭାବେ ପ୍ରତିଷ୍ଠାଲାଭ କରିଥିଲା। ଯାହାର ପୃଷ୍ଠଭୂମି ଆରମ୍ଭ ହୋଇଥିଲା ଆଫ୍‌ଗାନ ଶାସକ ଜାହିର ଶାହାଙ୍କ ଗାଦିଚ୍ୟୁତ ପରେ। ୧୯୭୩ ମସିହାରେ ଏଠାକାର ଶାସକ ଜାହିର ଶାହା ଗାଦିଚ୍ୟୁତ ହେବା ପରେ ଆଫଗାନିସ୍ତାନରେ ଆଭ୍ୟନ୍ତରୀଣ କନ୍ଦଳ, ଗୃହଯୁଦ୍ଧ ଏବଂ ରାଜନୀତିକ ଅସ୍ଥିରତା ଲାଗି ରହିଥିଲା। ଏହାପରେ ୧୯୭୯ମସିହାରେ ତତ୍‌କାଳୀନ ସୋଭିଏତ୍‌ ୟୁନିଅନ୍‌ ସରକାର ଆଫଗାନିସ୍ତାନ ଉପରେ ଆକ୍ରମଣ କରି ଅଧିକାର କରିଥିଲେ। ଆଫଗାନିସ୍ତାନରେ କମ୍ୟୁନିଷ୍ଟ ଆନ୍ଦୋଳନକୁ ସୁଦୃଢ଼ କରିବା ପାଇଁ ସୋଭିଏତ୍‌ ସରକାର ସେଠାରେ ବାବରାକ କର୍‌ମାଲଙ୍କୁ ରାଷ୍ଟ୍ରପତି କରାଇଥିଲା। କିନ୍ତୁ କର୍‌ମାଲ୍‌ଙ୍କୁ ମୌଳବାଦୀ ଗୋଷ୍ଠୀ ସମର୍ଥନ କରୁନଥିଲେ। ସେମାନେ ସରକାରଙ୍କ ବିରୋଧରେ ଗରିଲା ଯୁଦ୍ଧ ଚଳାଇବାରୁ ସୋଭିଏତ୍‌ ସେନା ସେମାନଙ୍କୁ ନିପାତ କରିବା ଆରମ୍ଭ କରିଥିଲା।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ଓ ତାମିଲନାଡୁରେ ମତଦାନ ଜାରି, ହିଂସା ଓ ଇଭିଏମ୍ ତ୍ରୁଟି ଯୋଗୁଁ କିଛି ସ୍ଥାନରେ ଭୋଟିଂ ବାଧାପ୍ରାପ୍ତ

ଅପରପକ୍ଷରେ ସାଉଦି ଆରବ, ଇରାନ୍‌ ଓ ପାକିସ୍ତାନ ସରକାର ଏହି ମୌଳବାଦୀମାନଙ୍କୁ ସଂଗଠିତ ଓ ସଶକ୍ତ ହେବାରେ ସହାୟତା କଲେ। ଆମେରିକା ମଧ୍ୟ ପାକିସ୍ତାନ ଜରିଆରେ ଏହି ଗୋଷ୍ଠୀକୁ ସବୁ ପ୍ରକାର ସହାୟତା ଯୋଗାଇଦେଲା। ଫଳରେ ଆଫଗାନିସ୍ତାନରେ ଗୃହଯୁଦ୍ଧ ଲାଗି ରହିଲା ଏବଂ ୧୯୮୯ ବେଳକୁ ସୋଭିଏତ୍‌ ସେନା ଆଫଗାନିସ୍ତାନ ଛାଡ଼ିଥିଲା। ୧୯୯୬ ମସିହାରେ ପାକିସ୍ତାନ ଓ ସାଉଦି ଆରବ ସହାୟତାରେ ଆମେରିକା ବଳିଷ୍ଠ ମୁଜାହିଦ୍ଦିନ ଗୋଷ୍ଠୀ ନଜୀବୁଲ୍ଲାଙ୍କ ଆଫଗାନ୍‌ ସେନାକୁ ପରାସ୍ତ କରିଥିଲେ। ସେମାନେ ରାଷ୍ଟ୍ରପତି ନଜୀବୁଲ୍ଲାଙ୍କୁ ହତ୍ୟା କରି ଶାସନ କ୍ଷମତା ଅକ୍ତିଆର କରିଥିଲେ। ଏହି ଗୋଷ୍ଠୀର ନେତା ଥିଲେ ବୁର୍‌ହାନୁଦ୍ଦିନ ରବାନୀ ଓ ଗୁଲ୍‌ବୁଦ୍ଦିନ୍‌ ହିକ୍‌ମତ୍ୟାର। ସେମାନେ ହିଁ ତାଲିବାନ ଆନ୍ଦୋଳନର କର୍ଣ୍ଣଧାର ଥିଲେ। ୧୯୯୬ ମସିହାରେ ସେମାନେ ଆଫଗାନିସ୍ତାନକୁ ଇସ୍‌ଲାମିକ ଏମିରାତ୍‌ ଭାବେ ଘୋଷଣା କରିଥିଲେ। ପରେ ପରେ ଆଫଗାନିସ୍ତାନ ଏବଂ ପାକିସ୍ତାନରେ ତାଲିବାନ ଗୋଷ୍ଠୀ ଅଧିକ ସଶକ୍ତ ହୋଇଥିଲା।

ଆହୁରି ପଢ଼ନ୍ତୁ: ମୋତିହାରୀରେ ହାଇ ଭୋଲଟେଜ୍ ଡ୍ରାମା: ଦେଢଶୁରଙ୍କୁ ଜେଲରୁ ବଞ୍ଚାଇବା ପାଇଁ ଟାୱାର ଉପରେ ଚଢ଼ିଗଲେ ମହିଳା, ଦେଲେ ଆତ୍ମହତ୍ୟା ଧମକ

17 Aug 2021 By The Sakala

ତାଲିବାନ୍‌ କିଏ ? କ’ଣ ରହିଛି ତାଲିବାନ୍‌ ଗୋଷ୍ଠୀର ପୃଷ୍ଠଭୂମି ? ଆସନ୍ତୁ ଜାଣିବା…

ତାଲିବାନ ଶଦ୍ଦ ଆରବୀୟ ଶଦ୍ଦ ‘ତାଲିବ’ରୁ ଆସିଛି। ଯାହାର ଅର୍ଥ ହେଉଛି ବିଦ୍ୟାର୍ଥୀ। କିନ୍ତୁ ସମୟାନୁକ୍ରମେ ତାଲିବାନ ଏକ କଠୋର, ଚରମପନ୍ଥୀ ଇସ୍‌ଲାମିକ୍‌ ମେସଳବାଦୀ ସଂଗଠନ ଭାବେ ପ୍ରତିଷ୍ଠାଲାଭ କରିଥିଲା। ଯାହାର ପୃଷ୍ଠଭୂମି ଆରମ୍ଭ ହୋଇଥିଲା ଆଫ୍‌ଗାନ ଶାସକ ଜାହିର ଶାହାଙ୍କ ଗାଦିଚ୍ୟୁତ ପରେ। ୧୯୭୩ ମସିହାରେ ଏଠାକାର ଶାସକ ଜାହିର ଶାହା ଗାଦିଚ୍ୟୁତ ହେବା ପରେ ଆଫଗାନିସ୍ତାନରେ ଆଭ୍ୟନ୍ତରୀଣ କନ୍ଦଳ, ଗୃହଯୁଦ୍ଧ ଏବଂ ରାଜନୀତିକ ଅସ୍ଥିରତା ଲାଗି ରହିଥିଲା। ଏହାପରେ ୧୯୭୯ମସିହାରେ ତତ୍‌କାଳୀନ ସୋଭିଏତ୍‌ ୟୁନିଅନ୍‌ ସରକାର ଆଫଗାନିସ୍ତାନ ଉପରେ ଆକ୍ରମଣ କରି ଅଧିକାର କରିଥିଲେ। ଆଫଗାନିସ୍ତାନରେ କମ୍ୟୁନିଷ୍ଟ ଆନ୍ଦୋଳନକୁ ସୁଦୃଢ଼ କରିବା ପାଇଁ ସୋଭିଏତ୍‌ ସରକାର ସେଠାରେ ବାବରାକ କର୍‌ମାଲଙ୍କୁ ରାଷ୍ଟ୍ରପତି କରାଇଥିଲା। କିନ୍ତୁ କର୍‌ମାଲ୍‌ଙ୍କୁ ମୌଳବାଦୀ ଗୋଷ୍ଠୀ ସମର୍ଥନ କରୁନଥିଲେ। ସେମାନେ ସରକାରଙ୍କ ବିରୋଧରେ ଗରିଲା ଯୁଦ୍ଧ ଚଳାଇବାରୁ ସୋଭିଏତ୍‌ ସେନା ସେମାନଙ୍କୁ ନିପାତ କରିବା ଆରମ୍ଭ କରିଥିଲା।

ଅପରପକ୍ଷରେ ସାଉଦି ଆରବ, ଇରାନ୍‌ ଓ ପାକିସ୍ତାନ ସରକାର ଏହି ମୌଳବାଦୀମାନଙ୍କୁ ସଂଗଠିତ ଓ ସଶକ୍ତ ହେବାରେ ସହାୟତା କଲେ। ଆମେରିକା ମଧ୍ୟ ପାକିସ୍ତାନ ଜରିଆରେ ଏହି ଗୋଷ୍ଠୀକୁ ସବୁ ପ୍ରକାର ସହାୟତା ଯୋଗାଇଦେଲା। ଫଳରେ ଆଫଗାନିସ୍ତାନରେ ଗୃହଯୁଦ୍ଧ ଲାଗି ରହିଲା ଏବଂ ୧୯୮୯ ବେଳକୁ ସୋଭିଏତ୍‌ ସେନା ଆଫଗାନିସ୍ତାନ ଛାଡ଼ିଥିଲା। ୧୯୯୬ ମସିହାରେ ପାକିସ୍ତାନ ଓ ସାଉଦି ଆରବ ସହାୟତାରେ ଆମେରିକା ବଳିଷ୍ଠ ମୁଜାହିଦ୍ଦିନ ଗୋଷ୍ଠୀ ନଜୀବୁଲ୍ଲାଙ୍କ ଆଫଗାନ୍‌ ସେନାକୁ ପରାସ୍ତ କରିଥିଲେ। ସେମାନେ ରାଷ୍ଟ୍ରପତି ନଜୀବୁଲ୍ଲାଙ୍କୁ ହତ୍ୟା କରି ଶାସନ କ୍ଷମତା ଅକ୍ତିଆର କରିଥିଲେ। ଏହି ଗୋଷ୍ଠୀର ନେତା ଥିଲେ ବୁର୍‌ହାନୁଦ୍ଦିନ ରବାନୀ ଓ ଗୁଲ୍‌ବୁଦ୍ଦିନ୍‌ ହିକ୍‌ମତ୍ୟାର। ସେମାନେ ହିଁ ତାଲିବାନ ଆନ୍ଦୋଳନର କର୍ଣ୍ଣଧାର ଥିଲେ। ୧୯୯୬ ମସିହାରେ ସେମାନେ ଆଫଗାନିସ୍ତାନକୁ ଇସ୍‌ଲାମିକ ଏମିରାତ୍‌ ଭାବେ ଘୋଷଣା କରିଥିଲେ। ପରେ ପରେ ଆଫଗାନିସ୍ତାନ ଏବଂ ପାକିସ୍ତାନରେ ତାଲିବାନ ଗୋଷ୍ଠୀ ଅଧିକ ସଶକ୍ତ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର