ଭାରତକୁ ତାଲିବାନର ନାଲିଆଖି: ଆଫଗାନିସ୍ତାନକୁ ସୈନ୍ୟ ପଠାଇଲେ ଭୟାବହ ହେବ ପରିଣତି

The Sakala Picture
Published On

କାବୁଲ: ଆଫଗାନିସ୍ତାନରେ ରକ୍ତର ହୋଲି ଖେଳୁଥିବା ତାଲିବାନ ଭାରତକୁ ନାଲିଆଖି ଦେଖାଉଛି । ଚେତାବନୀ ଦେଉଛି କି ଭାରତ ଯଦି ଆଫଗାନିିସ୍ତାନକୁ ସୈନ୍ୟ ପଠାଏ ତେବେ ଏହାର ପରିଣାମ କିଛି ଠିକ୍ ହେବନି । କାନ୍ଦାହାର ସମେତ ଆଫଗାନିସ୍ତାନର ପ୍ରାୟ ୧୯ ରାଜ୍ୟକୁ ନିଜ୍ କବ୍‌ଜାକୁ ନେଇଥିବା ତାଲିବାନ ଏବେ ରାଜଧାନୀ କାବୁଲ ଠାରୁ ମାତ୍ର ଘଣ୍ଟାଏ ଦୂରରେ ଅଛି । ଏହାରି ମଧ୍ୟରେ ତାଲିବାନର ଜଣେ ପ୍ରବକ୍ତା ମହମ୍ମଦ ସୁହେଲ ସାହୀନ୍ ଭାରତକୁ ଏଭଳି ଚେତାବନୀ ଦେଇଛନ୍ତି […]

କାବୁଲ: ଆଫଗାନିସ୍ତାନରେ ରକ୍ତର ହୋଲି ଖେଳୁଥିବା ତାଲିବାନ ଭାରତକୁ ନାଲିଆଖି ଦେଖାଉଛି । ଚେତାବନୀ ଦେଉଛି କି ଭାରତ ଯଦି ଆଫଗାନିିସ୍ତାନକୁ ସୈନ୍ୟ ପଠାଏ ତେବେ ଏହାର ପରିଣାମ କିଛି ଠିକ୍ ହେବନି । କାନ୍ଦାହାର ସମେତ ଆଫଗାନିସ୍ତାନର ପ୍ରାୟ ୧୯ ରାଜ୍ୟକୁ ନିଜ୍ କବ୍‌ଜାକୁ ନେଇଥିବା ତାଲିବାନ ଏବେ ରାଜଧାନୀ କାବୁଲ ଠାରୁ ମାତ୍ର ଘଣ୍ଟାଏ ଦୂରରେ ଅଛି । ଏହାରି ମଧ୍ୟରେ ତାଲିବାନର ଜଣେ ପ୍ରବକ୍ତା ମହମ୍ମଦ ସୁହେଲ ସାହୀନ୍ ଭାରତକୁ ଏଭଳି ଚେତାବନୀ ଦେଇଛନ୍ତି । ଭାରତର ଏକ ସମ୍ବାଦ ସରବରାହ ସଂସ୍ଥା ସହ ସାକ୍ଷାତକାର ବେଳେ ସାହୀନ କହିଛନ୍ତି ଆଫଗାନିସ୍ତାନକୁ ସେନା ପଠାଇଥିବା ଅନ୍ୟ ଦେଶ ଗୁଡିକର ଅବସ୍ଥା ଆପଣ ଦେଖିପାରୁଥିବେ । ଏହି ପ୍ରସଙ୍ଗ ଏକ ଖୋଲା ବହି । ଆଫଗାନିସ୍ତାନରେ ଭାରତର ଜନକଲ୍ୟାଣ ଓ ବିକାଶମୂଳକ କାର୍ଯ୍ୟକୁ କିନ୍ତୁ ସେ ପ୍ରଶଂସା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଲୋକସଭାରେ କାଟ୍ ଖାଇଲା ସମ୍ବିଧାନ ସଂଶୋଧନ ବିଲ୍; ମିଳିଲାନି ଆବଶ୍ୟକ ସମର୍ଥନ, କମ୍‌ ପଡ଼ିଲା ୫୪ ଭୋଟ୍‌

ଆଫଗାନିସ୍ତାନରେ ବିଭିନ୍ନ ଜନକଲ୍ୟାଣ ଓ ବିକାଶମୂଳକ କାର୍ଯ୍ୟ ପାଇଁ ଭାରତ ସହାୟତା ଜାରି ରଖିଛି । ସଂସଦ ଗୃହ ନିର୍ମାଣ କାର୍ଯ୍ୟ ଠାରୁ ସ୍କୁଲ, ରୋଡ୍ ଓ ଡ୍ୟାମ୍ ଭଳି ପ୍ରକଳ୍ପ ପାଇଁ ଆଫଗାନିସ୍ତାନରେ ଭାରତ ପ୍ରାୟ ୨୦୦ କୋଟି ଡଲାର ଅର୍ଥ ବିନିଯୋଗ କରିଛି ।

ଆହୁରି ପଢ଼ନ୍ତୁ: ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଜାପାନ: ୭.୫ ତୀବ୍ରତା ରେକର୍ଡ, ସୁନାମି ଆଲର୍ଟ ଜାରି

ତାଲିବାନ ଭୟରେ ଭାରତ ସମେତ ବିଭିନ୍ନ ଦେଶ ଆଫଗାନିସ୍ତାନରେ ନିଜ ଦୂତାବାସ ଖାଲି କରୁଛନ୍ତି । ଅନେକ ଦେଶ ନିଜ ଦୂତାବାସର କର୍ମଚାରୀ ସଂଖ୍ୟା ମଧ୍ୟ ହ୍ରାସ କରିଛନ୍ତି । ତେବେ ତାଲିବାନ କହିଛି ଯେ ସେମାନେ କୌଣସି ଦେଶର ଦୂତାବାସ କିମ୍ବା କୂଟନୀତିଜ୍ଞଙ୍କୁ ଟାର୍ଗେଟ୍ କରିବେ ନାହିଁ । ଭାରତୀୟ ଦୂତାବାସ ପ୍ରତି ମଧ୍ୟ କୌଣସି ବିପଦ ନାହିଁ ବୋଲି ସାହୀନ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଶେଷ ହେଉଛି ଆମେରିକା-ଇରାନ ଅସ୍ତ୍ରବିରତି ଅବଧି: ପୁଣି ଯୁଦ୍ଧ ଆରମ୍ଭ ହେବ ନା ଆଲୋଚନାକୁ ଆସିବ ଇରାନ?

14 Aug 2021 By The Sakala

ଭାରତକୁ ତାଲିବାନର ନାଲିଆଖି: ଆଫଗାନିସ୍ତାନକୁ ସୈନ୍ୟ ପଠାଇଲେ ଭୟାବହ ହେବ ପରିଣତି

କାବୁଲ: ଆଫଗାନିସ୍ତାନରେ ରକ୍ତର ହୋଲି ଖେଳୁଥିବା ତାଲିବାନ ଭାରତକୁ ନାଲିଆଖି ଦେଖାଉଛି । ଚେତାବନୀ ଦେଉଛି କି ଭାରତ ଯଦି ଆଫଗାନିିସ୍ତାନକୁ ସୈନ୍ୟ ପଠାଏ ତେବେ ଏହାର ପରିଣାମ କିଛି ଠିକ୍ ହେବନି । କାନ୍ଦାହାର ସମେତ ଆଫଗାନିସ୍ତାନର ପ୍ରାୟ ୧୯ ରାଜ୍ୟକୁ ନିଜ୍ କବ୍‌ଜାକୁ ନେଇଥିବା ତାଲିବାନ ଏବେ ରାଜଧାନୀ କାବୁଲ ଠାରୁ ମାତ୍ର ଘଣ୍ଟାଏ ଦୂରରେ ଅଛି । ଏହାରି ମଧ୍ୟରେ ତାଲିବାନର ଜଣେ ପ୍ରବକ୍ତା ମହମ୍ମଦ ସୁହେଲ ସାହୀନ୍ ଭାରତକୁ ଏଭଳି ଚେତାବନୀ ଦେଇଛନ୍ତି । ଭାରତର ଏକ ସମ୍ବାଦ ସରବରାହ ସଂସ୍ଥା ସହ ସାକ୍ଷାତକାର ବେଳେ ସାହୀନ କହିଛନ୍ତି ଆଫଗାନିସ୍ତାନକୁ ସେନା ପଠାଇଥିବା ଅନ୍ୟ ଦେଶ ଗୁଡିକର ଅବସ୍ଥା ଆପଣ ଦେଖିପାରୁଥିବେ । ଏହି ପ୍ରସଙ୍ଗ ଏକ ଖୋଲା ବହି । ଆଫଗାନିସ୍ତାନରେ ଭାରତର ଜନକଲ୍ୟାଣ ଓ ବିକାଶମୂଳକ କାର୍ଯ୍ୟକୁ କିନ୍ତୁ ସେ ପ୍ରଶଂସା କରିଛନ୍ତି ।

ଆଫଗାନିସ୍ତାନରେ ବିଭିନ୍ନ ଜନକଲ୍ୟାଣ ଓ ବିକାଶମୂଳକ କାର୍ଯ୍ୟ ପାଇଁ ଭାରତ ସହାୟତା ଜାରି ରଖିଛି । ସଂସଦ ଗୃହ ନିର୍ମାଣ କାର୍ଯ୍ୟ ଠାରୁ ସ୍କୁଲ, ରୋଡ୍ ଓ ଡ୍ୟାମ୍ ଭଳି ପ୍ରକଳ୍ପ ପାଇଁ ଆଫଗାନିସ୍ତାନରେ ଭାରତ ପ୍ରାୟ ୨୦୦ କୋଟି ଡଲାର ଅର୍ଥ ବିନିଯୋଗ କରିଛି ।

ତାଲିବାନ ଭୟରେ ଭାରତ ସମେତ ବିଭିନ୍ନ ଦେଶ ଆଫଗାନିସ୍ତାନରେ ନିଜ ଦୂତାବାସ ଖାଲି କରୁଛନ୍ତି । ଅନେକ ଦେଶ ନିଜ ଦୂତାବାସର କର୍ମଚାରୀ ସଂଖ୍ୟା ମଧ୍ୟ ହ୍ରାସ କରିଛନ୍ତି । ତେବେ ତାଲିବାନ କହିଛି ଯେ ସେମାନେ କୌଣସି ଦେଶର ଦୂତାବାସ କିମ୍ବା କୂଟନୀତିଜ୍ଞଙ୍କୁ ଟାର୍ଗେଟ୍ କରିବେ ନାହିଁ । ଭାରତୀୟ ଦୂତାବାସ ପ୍ରତି ମଧ୍ୟ କୌଣସି ବିପଦ ନାହିଁ ବୋଲି ସାହୀନ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର