ସଂସଦ ଭବନ ସମେତ ଦିଲ୍ଲୀର ୯ଟି ପ୍ରମୁଖ ସ୍କୁଲକୁ ବୋମା ଧମକ, ଇମେଲରେ ଲେଖାଅଛି- ‘ଦିଲ୍ଲୀ ବନେଗା ଖାଲିସ୍ତାନ’

Madhusudan Das Picture
Published On

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପୁଣି ଥରେ ଆତଙ୍କର ଛାୟା ଖେଳିଯାଇଛି। ସୋମବାର ସକାଳେ ସଂସଦ ଭବନ ସମେତ ଦିଲ୍ଲୀର ୯ଟି ପ୍ରମୁଖ ସ୍କୁଲକୁ ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଇମେଲ୍ ମାଧ୍ୟମରେ ଏହି ଧମକ ଦିଆଯାଇଥିବା ବେଳେ ଦିଲ୍ଲୀ ପୋଲିସ, ଅଗ୍ନିଶମ ବାହିନୀ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: CJP ବିକ୍ଷୋଭ ମାମଲାରେ ସିସିଟିଭି ଫୁଟେଜ୍ ସଂରକ୍ଷିତ ରଖିବାକୁ ଆଦେଶ, କେନ୍ଦ୍ର ଓ ପୋଲିସକୁ ନୋଟିସ୍

ମିଳିଥିବା ସୂଚନା ଅନୁଯାୟୀ, ଧମକପୂର୍ଣ୍ଣ ଇମେଲରେ ଆସନ୍ତା ଫେବୃଆରୀ ୧୩ ତାରିଖ ରାତି ୧୧ଟା ୧୧ ମିନିଟରେ ସଂସଦ ଭବନରେ ବିସ୍ଫୋରଣ ହେବ ବୋଲି ଚେତାବନୀ ଦିଆଯାଇଛି। ଏହି ଇମେଲରେ ଆତଙ୍କବାଦୀ ଅଫଜଲ ଗୁରୁର ନାମ ଉଲ୍ଲେଖ କରାଯିବା ସହ “ଦିଲ୍ଲୀ ବନେଗା ଖାଲିସ୍ତାନ” (ଦିଲ୍ଲୀ ଖାଲିସ୍ତାନ ହେବ) ବୋଲି ଲେଖାଯାଇଛି। ନିଜକୁ ଖାଲିସ୍ତାନ ନ୍ୟାସନାଲ ଆର୍ମି ବୋଲି ଦାବି କରୁଥିବା ଏକ ସଙ୍ଗଠନ ପକ୍ଷରୁ ଏହି ଧମକ ଦିଆଯାଇଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ରାଜସ୍ଥାନର ବାଡମେରରେ ଚାଞ୍ଚଲ୍ୟ: ଡାକ୍ତରଙ୍କୁ ବ୍ଲାକମେଲ୍ କରି ୨ କୋଟି ଟଙ୍କା ଲୁଟିଲା ନର୍ସ

ପୋଲିସ ସୂତ୍ରରୁ ପ୍ରକାଶ ଯେ, ସୋମବାର ସକାଳ ୮:୩୦ରୁ ୯:୦୦ ମଧ୍ୟରେ ବିଭିନ୍ନ ସ୍କୁଲକୁ ଏହି ଧମକପୂର୍ଣ୍ଣ ଇମେଲ୍ ଆସିଥିଲା। ଧମକ ପାଇଥିବା ସ୍କୁଲଗୁଡ଼ିକ ମଧ୍ୟରେ ଦକ୍ଷିଣ ଦିଲ୍ଲୀର ଲୋଧି ରୋଡ୍‌ସ୍ଥିତ ଏୟାର ଫୋର୍ସ ସ୍କୁଲ, କେଆର ମଙ୍ଗଲମ ସ୍କୁଲ, ସାଦିକ୍ ନଗରର ଦି ଇଣ୍ଡିଆନ୍ ସ୍କୁଲ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଦିଲ୍ଲୀ କ୍ୟାଣ୍ଟର ଲୋରେଟୋ କନଭେଣ୍ଟ ସ୍କୁଲ, ରୋହିଣୀର ଭେଙ୍କଟେଶ୍ୱର, ସିଏମ୍ ସ୍କୁଲ ଓ ବାଲ ଭାରତୀ ସ୍କୁଲ, ଆଇଏନଏର ଡିଟିଏ ସ୍କୁଲ ଏବଂ ଶ୍ରୀନିବାସପୁରୀ ଓ ନ୍ୟୁ ଫ୍ରେଣ୍ଡସ୍ କଲୋନୀର କେମ୍ବ୍ରିଜ୍ ସ୍କୁଲକୁ ମଧ୍ୟ ଧମକ ମିଳିଛି।

ଆହୁରି ପଢ଼ନ୍ତୁ: କ୍ୟାବିନେଟରେ ପାରିତ ହେଲା ପେପର ଲିକ୍ ବିଲ୍: ମିଳିବ କଠୋର ଦଣ୍ଡ, ଆସନ୍ତା ସପ୍ତାହରେ ସଂସଦରେ ହେବ ଆଗତ

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଜାନୁଆରୀ ୨୯ରେ ଦିଲ୍ଲୀର ୫ଟି ସ୍କୁଲ ଏବଂ ଜାନୁଆରୀ ୨୮ରେ ଚଣ୍ଡିଗଡ଼ର ପ୍ରାୟ ୩୦ଟି ସ୍କୁଲକୁ ସମାନ ଧରଣର ବୋମା ଧମକ ମିଳିଥିଲା। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୋଲିସ ବର୍ତ୍ତମାନ ଏହି ଇମେଲର ଉତ୍ସ ଖୋଜିବାରେ ଲାଗିଛି।

09 Feb 2026 By Madhusudan Das

ସଂସଦ ଭବନ ସମେତ ଦିଲ୍ଲୀର ୯ଟି ପ୍ରମୁଖ ସ୍କୁଲକୁ ବୋମା ଧମକ, ଇମେଲରେ ଲେଖାଅଛି- ‘ଦିଲ୍ଲୀ ବନେଗା ଖାଲିସ୍ତାନ’

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପୁଣି ଥରେ ଆତଙ୍କର ଛାୟା ଖେଳିଯାଇଛି। ସୋମବାର ସକାଳେ ସଂସଦ ଭବନ ସମେତ ଦିଲ୍ଲୀର ୯ଟି ପ୍ରମୁଖ ସ୍କୁଲକୁ ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଇମେଲ୍ ମାଧ୍ୟମରେ ଏହି ଧମକ ଦିଆଯାଇଥିବା ବେଳେ ଦିଲ୍ଲୀ ପୋଲିସ, ଅଗ୍ନିଶମ ବାହିନୀ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଧମକପୂର୍ଣ୍ଣ ଇମେଲରେ ଆସନ୍ତା ଫେବୃଆରୀ ୧୩ ତାରିଖ ରାତି ୧୧ଟା ୧୧ ମିନିଟରେ ସଂସଦ ଭବନରେ ବିସ୍ଫୋରଣ ହେବ ବୋଲି ଚେତାବନୀ ଦିଆଯାଇଛି। ଏହି ଇମେଲରେ ଆତଙ୍କବାଦୀ ଅଫଜଲ ଗୁରୁର ନାମ ଉଲ୍ଲେଖ କରାଯିବା ସହ “ଦିଲ୍ଲୀ ବନେଗା ଖାଲିସ୍ତାନ” (ଦିଲ୍ଲୀ ଖାଲିସ୍ତାନ ହେବ) ବୋଲି ଲେଖାଯାଇଛି। ନିଜକୁ ଖାଲିସ୍ତାନ ନ୍ୟାସନାଲ ଆର୍ମି ବୋଲି ଦାବି କରୁଥିବା ଏକ ସଙ୍ଗଠନ ପକ୍ଷରୁ ଏହି ଧମକ ଦିଆଯାଇଥିବା କୁହାଯାଉଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ସୋମବାର ସକାଳ ୮:୩୦ରୁ ୯:୦୦ ମଧ୍ୟରେ ବିଭିନ୍ନ ସ୍କୁଲକୁ ଏହି ଧମକପୂର୍ଣ୍ଣ ଇମେଲ୍ ଆସିଥିଲା। ଧମକ ପାଇଥିବା ସ୍କୁଲଗୁଡ଼ିକ ମଧ୍ୟରେ ଦକ୍ଷିଣ ଦିଲ୍ଲୀର ଲୋଧି ରୋଡ୍‌ସ୍ଥିତ ଏୟାର ଫୋର୍ସ ସ୍କୁଲ, କେଆର ମଙ୍ଗଲମ ସ୍କୁଲ, ସାଦିକ୍ ନଗରର ଦି ଇଣ୍ଡିଆନ୍ ସ୍କୁଲ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଦିଲ୍ଲୀ କ୍ୟାଣ୍ଟର ଲୋରେଟୋ କନଭେଣ୍ଟ ସ୍କୁଲ, ରୋହିଣୀର ଭେଙ୍କଟେଶ୍ୱର, ସିଏମ୍ ସ୍କୁଲ ଓ ବାଲ ଭାରତୀ ସ୍କୁଲ, ଆଇଏନଏର ଡିଟିଏ ସ୍କୁଲ ଏବଂ ଶ୍ରୀନିବାସପୁରୀ ଓ ନ୍ୟୁ ଫ୍ରେଣ୍ଡସ୍ କଲୋନୀର କେମ୍ବ୍ରିଜ୍ ସ୍କୁଲକୁ ମଧ୍ୟ ଧମକ ମିଳିଛି।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଜାନୁଆରୀ ୨୯ରେ ଦିଲ୍ଲୀର ୫ଟି ସ୍କୁଲ ଏବଂ ଜାନୁଆରୀ ୨୮ରେ ଚଣ୍ଡିଗଡ଼ର ପ୍ରାୟ ୩୦ଟି ସ୍କୁଲକୁ ସମାନ ଧରଣର ବୋମା ଧମକ ମିଳିଥିଲା। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୋଲିସ ବର୍ତ୍ତମାନ ଏହି ଇମେଲର ଉତ୍ସ ଖୋଜିବାରେ ଲାଗିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର