କମିପାରେ ଖାଇବା ତେଲ ଦର

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ-ଡିଜେଲ୍ ଦର ବୃଦ୍ଧି ଖାଉଟିଙ୍କୁ ଅତିଷ୍ଠ କରିଦେଇଥିବାବେଳେ ଖାଇବା ତେଲ ଦାମ ଅଧିକ ରହିବା ଏବେ ଲୋକଙ୍କ ନିଦ ହଜାଇ ଦେଇଛି। ତେବେ ଆଗକୁ ଏହି ଦରବୃଦ୍ଧିରୁ ଲୋକଙ୍କୁ ନିସ୍ତାର ମିଳିବାର ସମ୍ଭାବନା ରହିଛି। ଆଗକୁ ଖୁବ୍‌ ଶୀଘ୍ର ବଜାରରେ ସୋରିଷ, ବାଦାମ, ରାଶି ତେଲ ଶସ୍ତା ହୋଇପାରେ। କାରଣ କେନ୍ଦ୍ର ସରକାର ଖାଇବା ତେଲ ଦର ସମ୍ପର୍କରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତିରେ ଖାଉଟି ସହିତ ବ୍ୟବସାୟୀଙ୍କୁ ମଧ୍ୟ ଆଶ୍ଵସ୍ତି […]

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ-ଡିଜେଲ୍ ଦର ବୃଦ୍ଧି ଖାଉଟିଙ୍କୁ ଅତିଷ୍ଠ କରିଦେଇଥିବାବେଳେ ଖାଇବା ତେଲ ଦାମ ଅଧିକ ରହିବା ଏବେ ଲୋକଙ୍କ ନିଦ ହଜାଇ ଦେଇଛି। ତେବେ ଆଗକୁ ଏହି ଦରବୃଦ୍ଧିରୁ ଲୋକଙ୍କୁ ନିସ୍ତାର ମିଳିବାର ସମ୍ଭାବନା ରହିଛି। ଆଗକୁ ଖୁବ୍‌ ଶୀଘ୍ର ବଜାରରେ ସୋରିଷ, ବାଦାମ, ରାଶି ତେଲ ଶସ୍ତା ହୋଇପାରେ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

କାରଣ କେନ୍ଦ୍ର ସରକାର ଖାଇବା ତେଲ ଦର ସମ୍ପର୍କରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତିରେ ଖାଉଟି ସହିତ ବ୍ୟବସାୟୀଙ୍କୁ ମଧ୍ୟ ଆଶ୍ଵସ୍ତି ମିଳିବାକୁ ଯାଉଛି। ଅଖିଳ ଭାରତୀୟ ଖାଦ୍ୟ ତେଲ ବ୍ୟବସାୟୀ ମହାସଂଘ ପକ୍ଷରୁ କରାଯାଇଥିବା ଦାବିକୁ ସ୍ଵୀକାର କରି ସରକାର ଖାଇବା ତେଲର ଯାଞ୍ଚ ସମୟରେ କରୁଥିବା ଏକ ଖାସ୍‌ ବେଲିୟର ଟର୍ବିଡିଟି(ବିଟିଟି)ର ଯାଞ୍ଚ କରିବେ ନାହିଁ। ଅବଶିଷ୍ଟ ସମସ୍ତ ଯାଞ୍ଚରେ ପାସ୍‌ ହେବା ପରେ ବି ଭାରତୀୟ ତେଲ ବିଟିଟିରେ ଫେଲ୍ ହେଉଥିଲେ। କାରଣ ଏହା ଘରୋଇ ପ୍ରାକୃତିକ ତେଲ। ବିଟିଟି ଯାଞ୍ଚରେ ବିଫଳ ହେଉଥିବା ଯୋଗୁଁ ପର୍ଯ୍ୟାପ୍ତ ମାତ୍ରାରେ ଦେଶୀ ତେଲ ବଜାରକୁ ଆସି ପାରୁ ନ ଥିଲା।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଅଖିଳ ଭାରତୀୟ ଖାଦ୍ୟ ତେଲ ବ୍ୟବସାୟୀ ମହାସଂଘର ରାଷ୍ଟ୍ରୀୟ ସଭାପତି ଶଙ୍କର ଠକ୍କର କହିଛନ୍ତି ଯେ , ଆମେ ବିଟିଟି ପରୀକ୍ଷଣ ବିଷୟରେ ବାରମ୍ବାର ପ୍ରଶାସନକୁ ଅବଗତ କରାଇଛୁ। ସୋରିଷ ତେଲ, ରାଶି ତେଲ ଓ ବାଦାମ ତେଲ ସମସ୍ତ ମାନଦଣ୍ଡରେ ଉତ୍ତୀର୍ଣ୍ଣ ହେବା ପରେ ମଧ୍ୟ ଯାଞ୍ଚରେ ବାରମ୍ବାର ବିଫଳ ହେଉଥିବା ପୂର୍ବରୁ ପ୍ରଶାନକୁ ଅବଗତ କରାଇଥିଲୁ। ଏହି କାରଣରୁ ବ୍ୟବସାୟୀ ଦେଶୀ ତେଲର ବ୍ୟବସାୟ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ଫଳସ୍ଵରୂପ ବର୍ଷ ପରେ ବର୍ଷ ଖାଇବା ତେଲର ଉତ୍ପାଦନ ଉପରେ ଏହାର ପ୍ରଭାବ ପଡୁଛି। ଏହି କାରଣରୁ ଦେଶ ମଧ୍ୟରୁ ବିଦେଶକୁ ତେଲ ଆମଦାନୀ କରିବାକୁ ପଡୁଛି। ଏହିସବୁ କାରଣରୁ ଭାରତ ସରକାରଙ୍କୁ ମଧ୍ୟ ଖାଇବା ତେଲର ରାଜସ୍ଵ ଉପରେ ବହୁତ କ୍ଷତି ସହିବାକୁ ପଡୁଛି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

05 Mar 2021 By The Sakala

କମିପାରେ ଖାଇବା ତେଲ ଦର

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ-ଡିଜେଲ୍ ଦର ବୃଦ୍ଧି ଖାଉଟିଙ୍କୁ ଅତିଷ୍ଠ କରିଦେଇଥିବାବେଳେ ଖାଇବା ତେଲ ଦାମ ଅଧିକ ରହିବା ଏବେ ଲୋକଙ୍କ ନିଦ ହଜାଇ ଦେଇଛି। ତେବେ ଆଗକୁ ଏହି ଦରବୃଦ୍ଧିରୁ ଲୋକଙ୍କୁ ନିସ୍ତାର ମିଳିବାର ସମ୍ଭାବନା ରହିଛି। ଆଗକୁ ଖୁବ୍‌ ଶୀଘ୍ର ବଜାରରେ ସୋରିଷ, ବାଦାମ, ରାଶି ତେଲ ଶସ୍ତା ହୋଇପାରେ।

କାରଣ କେନ୍ଦ୍ର ସରକାର ଖାଇବା ତେଲ ଦର ସମ୍ପର୍କରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତିରେ ଖାଉଟି ସହିତ ବ୍ୟବସାୟୀଙ୍କୁ ମଧ୍ୟ ଆଶ୍ଵସ୍ତି ମିଳିବାକୁ ଯାଉଛି। ଅଖିଳ ଭାରତୀୟ ଖାଦ୍ୟ ତେଲ ବ୍ୟବସାୟୀ ମହାସଂଘ ପକ୍ଷରୁ କରାଯାଇଥିବା ଦାବିକୁ ସ୍ଵୀକାର କରି ସରକାର ଖାଇବା ତେଲର ଯାଞ୍ଚ ସମୟରେ କରୁଥିବା ଏକ ଖାସ୍‌ ବେଲିୟର ଟର୍ବିଡିଟି(ବିଟିଟି)ର ଯାଞ୍ଚ କରିବେ ନାହିଁ। ଅବଶିଷ୍ଟ ସମସ୍ତ ଯାଞ୍ଚରେ ପାସ୍‌ ହେବା ପରେ ବି ଭାରତୀୟ ତେଲ ବିଟିଟିରେ ଫେଲ୍ ହେଉଥିଲେ। କାରଣ ଏହା ଘରୋଇ ପ୍ରାକୃତିକ ତେଲ। ବିଟିଟି ଯାଞ୍ଚରେ ବିଫଳ ହେଉଥିବା ଯୋଗୁଁ ପର୍ଯ୍ୟାପ୍ତ ମାତ୍ରାରେ ଦେଶୀ ତେଲ ବଜାରକୁ ଆସି ପାରୁ ନ ଥିଲା।

ଅଖିଳ ଭାରତୀୟ ଖାଦ୍ୟ ତେଲ ବ୍ୟବସାୟୀ ମହାସଂଘର ରାଷ୍ଟ୍ରୀୟ ସଭାପତି ଶଙ୍କର ଠକ୍କର କହିଛନ୍ତି ଯେ , ଆମେ ବିଟିଟି ପରୀକ୍ଷଣ ବିଷୟରେ ବାରମ୍ବାର ପ୍ରଶାସନକୁ ଅବଗତ କରାଇଛୁ। ସୋରିଷ ତେଲ, ରାଶି ତେଲ ଓ ବାଦାମ ତେଲ ସମସ୍ତ ମାନଦଣ୍ଡରେ ଉତ୍ତୀର୍ଣ୍ଣ ହେବା ପରେ ମଧ୍ୟ ଯାଞ୍ଚରେ ବାରମ୍ବାର ବିଫଳ ହେଉଥିବା ପୂର୍ବରୁ ପ୍ରଶାନକୁ ଅବଗତ କରାଇଥିଲୁ। ଏହି କାରଣରୁ ବ୍ୟବସାୟୀ ଦେଶୀ ତେଲର ବ୍ୟବସାୟ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ଫଳସ୍ଵରୂପ ବର୍ଷ ପରେ ବର୍ଷ ଖାଇବା ତେଲର ଉତ୍ପାଦନ ଉପରେ ଏହାର ପ୍ରଭାବ ପଡୁଛି। ଏହି କାରଣରୁ ଦେଶ ମଧ୍ୟରୁ ବିଦେଶକୁ ତେଲ ଆମଦାନୀ କରିବାକୁ ପଡୁଛି। ଏହିସବୁ କାରଣରୁ ଭାରତ ସରକାରଙ୍କୁ ମଧ୍ୟ ଖାଇବା ତେଲର ରାଜସ୍ଵ ଉପରେ ବହୁତ କ୍ଷତି ସହିବାକୁ ପଡୁଛି।

https://www.thesakala.in/national-international/edible-oil-prices-may-fall/article-443
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର