ସବୁ ସ୍କୁଲରେ ଛାତ୍ରୀମାନଙ୍କ ପାଇଁ ମାଗଣା ସାନିଟାରୀ ପ୍ୟାଡ୍ ଏବଂ ପୃଥକ ଶୌଚାଳୟ ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Madhusudan Das Picture
Published On

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି । ଦେଶର ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ସମ୍ମାନକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଶୁକ୍ରବାର ଏକ ଯୁଗାନ୍ତକାରୀ ରାୟ ଶୁଣାଇଛନ୍ତି। ଋତୁସ୍ରାବ ସ୍ୱାସ୍ଥ୍ୟ ବା ମାସିକ ଧର୍ମ ସ୍ୱଚ୍ଛତାକୁ ସମ୍ବିଧାନର 'ଧାରା ୨୧' ଅଧୀନରେ 'ଜୀବନର ଅଧିକାର'ର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି କୋର୍ଟ ଘୋଷଣା କରିଛନ୍ତି। ଏଥିସହିତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ସ୍କୁଲଗୁଡ଼ିକରେ ଛାତ୍ରୀମାନଙ୍କ ପାଇଁ ମାଗଣା ସାନିଟାରୀ ନାପକିନ୍ ଏବଂ ପୃଥକ ଶୌଚାଳୟ ବ୍ୟବସ୍ଥା କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ଜଷ୍ଟିସ୍ ଜେ.ବି ପାର୍ଦିୱାଲା ଏବଂ ଜଷ୍ଟିସ୍ ଆର. ମହାଦେବନଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ, ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲରେ ଏହି ନିୟମ ଲାଗୁ ହେବ। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀମାନଙ୍କୁ ମାଗଣାରେ ଅକ୍ସୋ-ବାୟୋଡିଗ୍ରେଡେବଲ୍ (ପରିବେଶ ଅନୁକୂଳ) ସାନିଟାରୀ ନାପକିନ୍ ଯୋଗାଇଦେବେ। ଏହା ବ୍ୟତୀତ ସ୍କୁଲରେ ପୁଅ ଏବଂ ଝିଅଙ୍କ ପାଇଁ ପୃଥକ ଶୌଚାଳୟ ରହିବା ସହ ସେଥିରେ ନିୟମିତ ପାଣି ଓ ହାତ ଧୋଇବା ପାଇଁ ସାବୁନ ବ୍ୟବସ୍ଥା ରହିବା ବାଧ୍ୟତାମୂଳକ କରାଯାଇଛି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି ଯେ, ଯଦି କୌଣସି ଘରୋଇ ସ୍କୁଲ ଏହି ନିର୍ଦ୍ଦେଶାବଳୀ ପାଳନ କରିବାରେ ବିଫଳ ହୁଏ, ତେବେ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ସେହି ସ୍କୁଲର ସ୍ୱୀକୃତି ବା ମାନ୍ୟତା ରଦ୍ଦ କରାଯିବ। ସେହିପରି ସରକାରୀ ସ୍କୁଲଗୁଡ଼ିକରେ ଏହି ଅବହେଳା ପାଇଁ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ଦାୟୀ କରାଯିବ। ଖଣ୍ଡପୀଠ କହିଛନ୍ତି ଯେ, ଋତୁସ୍ରାବ ସ୍ୱଚ୍ଛତା ପରିଚାଳନାର ଅଭାବ କେବଳ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏ ନାହିଁ, ବରଂ ଏହା ସେମାନଙ୍କ ଶିକ୍ଷା ଅଧିକାର ଏବଂ ସମ୍ମାନଜନକ ଜୀବନ ବଞ୍ଚିବାର ଅଧିକାରକୁ କ୍ଷୁର୍ଣ୍ଣ କରିଥାଏ।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ରାୟରେ ଉଲ୍ଲେଖ କରାଯାଇଛି ଯେ, ଶିକ୍ଷା ଅଧିକାର କେବଳ ପାଠପଢ଼ାରେ ସୀମିତ ନୁହେଁ, ବରଂ ଏହା ମାନବିକ ଅଧିକାରର ଏକ ବୃହତର ଅଂଶ। ଉପଯୁକ୍ତ ପରିମଳ ବ୍ୟବସ୍ଥା ଅଭାବରୁ ଅନେକ ଛାତ୍ରୀ ସ୍କୁଲ ଛାଡ଼ିବାକୁ ବାଧ୍ୟ ହୁଅନ୍ତି, ଯାହା ସମ୍ବିଧାନର ଧାରା ୧୪ (ସମାନତା) ଏବଂ ଧାରା ୨୧-କ (ଶିକ୍ଷା ଅଧିକାର)ର ଉଲ୍ଲଂଘନ। ତେଣୁ ପ୍ରତ୍ୟେକ ସ୍କୁଲରେ 'ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା କର୍ଣ୍ଣର' ସ୍ଥାପନ କରିବା ସହ ଛାତ୍ରୀମାନଙ୍କୁ ଏ ସମ୍ପର୍କରେ ସଚେତନ କରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର