ସ୍ୱିଜରଲ୍ୟାଣ୍ଡର ଏକ ବାରରେ ନବବର୍ଷ ପାଳନ ବେଳେ ଭୟଙ୍କର ବିସ୍ଫୋରଣ: ଏକାଧିକ ଲୋକ ମୃତ
ନୂଆଦିଲ୍ଲୀ: ସ୍ୱିଜରଲ୍ୟାଣ୍ଡରେ ନବବର୍ଷ ପାଳନ ବେଳେ ଭୟଙ୍କର ବିସ୍ଫୋରଣ । ସ୍ୱିଜରଲ୍ୟାଣ୍ଡର ପ୍ରସିଦ୍ଧ ସ୍କି ରିସର୍ଟ କ୍ରାନ୍ସ-ମୋଣ୍ଟାନାରେ ଥିବା ଏକ ଜନଗହଳିପୂର୍ଣ୍ଣ ବାର୍ରେ ବିଳମ୍ବିତ ରାତିରେ ଜିରୋ ନାଇଟ୍ ସେଲିବ୍ରେସନ୍ କରୁଥିବା ସମୟରେ ହୋଇଥିବା ଏକ ଶକ୍ତିଶାଳୀ ବିସ୍ଫୋରଣରେ ଏକାଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୧୦୦ ଜଣ ଆହତ ହୋଇଛନ୍ତି। ଗୁରୁବାର ଦିନ ସ୍ଥାନୀୟ ଗଣମାଧ୍ୟମ 'ଲେ ନୁଭେଲିଷ୍ଟ' ପକ୍ଷରୁ ଏହି ସୂଚନା ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଲପାଇନ୍ ସହରର ଲୋକପ୍ରିୟ ନାଇଟ୍ ଲାଇଫ୍ ସ୍ପଟ୍ 'ଲେ କନଷ୍ଟେଲେସନ୍'ରେ ମଧ୍ୟରାତ୍ରି ପରେ ଏହି ବିସ୍ଫୋରଣ ଘଟିଥିଲା। ଯେତେବେଳେ ପର୍ଯ୍ୟଟକମାନେ ନବବର୍ଷକୁ ସ୍ୱାଗତ କରୁଥିଲେ, ଠିକ୍ ସେହି ସମୟରେ ଏହି ଅଘଟଣ ଘଟିଥିଲା। ବିସ୍ଫୋରଣ ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ଏବଂ ଜରୁରୀକାଳୀନ ସେବା ସଂସ୍ଥା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ସ୍ୱିସ୍ ପୋଲିସର ସୂଚନା ମୁତାବକ, ବର୍ତ୍ତମାନ ପର୍ଯ୍ୟନ୍ତ ବିସ୍ଫୋରଣର ପ୍ରକୃତ କାରଣ ଜଣାପଡିନାହିଁ। ୱାଲିସ୍ କ୍ୟାଣ୍ଟନ ପୋଲିସର ଜଣେ ମୁଖପାତ୍ର କହିଛନ୍ତି ଯେ, ଏହି ଘଟଣାରେ ଅନେକ ଲୋକ ମୃତାହତ ହୋଇଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ବର୍ଣ୍ଣ (Bern) ଠାରୁ ପ୍ରାୟ ଦୁଇ ଘଣ୍ଟା ଦୂରରେ ଅବସ୍ଥିତ କ୍ରାନ୍ସ-ମୋଣ୍ଟାନା ସ୍ୱିସ୍ ଆଲପ୍ସର ଏକ ଜଣାଶୁଣା ବିଳାସପୂର୍ଣ୍ଣ ସ୍କି ରିସର୍ଟ। ଏଠାରେ ପ୍ରାୟ ୮୭ ମାଇଲ୍ ପର୍ଯ୍ୟନ୍ତ ବିସ୍ତୃତ ସ୍ଲୋପ୍ ରହିଛି, ଯାହା ଶୀତ ଋତୁରେ ବହୁ ସଂଖ୍ୟାରେ ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଚଳିତ ମାସ ଶେଷରେ ଏଠାରେ ଏକ ପ୍ରମୁଖ 'FIS ୱାର୍ଲ୍ଡ କପ୍' ସ୍ପିଡ୍ ସ୍କିଇଂ ଇଭେଣ୍ଟ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି।