ସୁପ୍ରିମକୋର୍ଟଙ୍କ ଐତିହାସିକ ଟିପ୍ପଣୀ: ରାଜ୍ୟପାଳ ଚାହିଁଲେ କମାଇପାରିବେ ଆଜୀବନ କାରାଦଣ୍ଡ ଅବଧି

The Sakala Picture
Published On

ନୂଆଦିଲ୍ଲୀ: କୌଣସି ଅପରାଧରେ ଜଣେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେଲେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ୧୪ ବର୍ଷ ଜେଲଦଣ୍ଡ ଭୋଗିବାର ବ୍ୟବସ୍ଥା ରହିଛି। ହେଲେ ରାଜ୍ୟପାଳ ଚାହିଁଲେ ଏହି ଅବଧକୁ ହ୍ରାସ କରିପାରିବେ ବୋଲି ଏକ ବିରଳ ଟିପ୍ପଣୀ ଦେଇ ସୁପ୍ରିମକୋର୍ଟ କହିଛନ୍ତି। ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ କଏଦୀର ଦଣ୍ଡ ଅବଧି ହ୍ରାସ କରିବା ନେଇ ରାଜ୍ୟ ସରକାରଙ୍କ କୌଣସି କ୍ଷମତା ନାହିଁ , କିନ୍ତୁ ସମ୍ବିଧାନର ଧାରା ୧୬୧ରେ ରହିଥିବା ବ୍ୟବସ୍ଥା ଅନୁଯାୟୀ ରାଜପାଳ […]

ନୂଆଦିଲ୍ଲୀ: କୌଣସି ଅପରାଧରେ ଜଣେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେଲେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ୧୪ ବର୍ଷ ଜେଲଦଣ୍ଡ ଭୋଗିବାର ବ୍ୟବସ୍ଥା ରହିଛି। ହେଲେ ରାଜ୍ୟପାଳ ଚାହିଁଲେ ଏହି ଅବଧକୁ ହ୍ରାସ କରିପାରିବେ ବୋଲି ଏକ ବିରଳ ଟିପ୍ପଣୀ ଦେଇ ସୁପ୍ରିମକୋର୍ଟ କହିଛନ୍ତି। ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ କଏଦୀର ଦଣ୍ଡ ଅବଧି ହ୍ରାସ କରିବା ନେଇ ରାଜ୍ୟ ସରକାରଙ୍କ କୌଣସି କ୍ଷମତା ନାହିଁ , କିନ୍ତୁ ସମ୍ବିଧାନର ଧାରା ୧୬୧ରେ ରହିଥିବା ବ୍ୟବସ୍ଥା ଅନୁଯାୟୀ ରାଜପାଳ ଚାହିଁଲେ ଏହା କରିପାରିବେ ବୋଲି ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ଏ ଏସ ବୋପନ୍ନାଙ୍କ ଦ୍ବାରା ଗଠିତ ଖଣ୍ଡପୀଠ କହିଛନ୍ତି। ଜଣେ ଆଜୀବନ କାରାଦଣ୍ଡ ଦଣ୍ଡିତ ହୋଇ ୧୪ ବର୍ଷ ଜେଲଦଣ୍ଡ ଭୋଗିବା ପରେ ଦଣ୍ଡ ଜାରି ରଖିବାକୁ ରାଜ୍ୟ ସରକାର ଚାହିଁଲେ ସେଥିପାଇଁ ଅପରାଧିକ ଦଣ୍ଡ ସଂହିତା ଧାରା ୪୩୨ ଉପଯୋଗ କରିପାରିବେ। ହେଲେ ଦଣ୍ଡ ଅବଧି ହ୍ରାସ କରିପାରିବେ ନାହିଁ। କିନ୍ତୁ ସାମ୍ବିଧାନିକ ଧାରା ୧୬୧ରେ ଉଲ୍ଲେଖ ରହିଥିବା କ୍ଷମତାକୁ କେବଳ ରାଜ୍ୟପାଳ ଉପଯୋଗ କରି ଅବଧି ହ୍ରାସ କରିପାରିବେ। ତେବେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ମନ୍ତ୍ରିମଣ୍ଡଳର ପରାମର୍ଶ ଏକାନ୍ତ ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

05 Aug 2021 By The Sakala

ସୁପ୍ରିମକୋର୍ଟଙ୍କ ଐତିହାସିକ ଟିପ୍ପଣୀ: ରାଜ୍ୟପାଳ ଚାହିଁଲେ କମାଇପାରିବେ ଆଜୀବନ କାରାଦଣ୍ଡ ଅବଧି

ନୂଆଦିଲ୍ଲୀ: କୌଣସି ଅପରାଧରେ ଜଣେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେଲେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ୧୪ ବର୍ଷ ଜେଲଦଣ୍ଡ ଭୋଗିବାର ବ୍ୟବସ୍ଥା ରହିଛି। ହେଲେ ରାଜ୍ୟପାଳ ଚାହିଁଲେ ଏହି ଅବଧକୁ ହ୍ରାସ କରିପାରିବେ ବୋଲି ଏକ ବିରଳ ଟିପ୍ପଣୀ ଦେଇ ସୁପ୍ରିମକୋର୍ଟ କହିଛନ୍ତି। ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ କଏଦୀର ଦଣ୍ଡ ଅବଧି ହ୍ରାସ କରିବା ନେଇ ରାଜ୍ୟ ସରକାରଙ୍କ କୌଣସି କ୍ଷମତା ନାହିଁ , କିନ୍ତୁ ସମ୍ବିଧାନର ଧାରା ୧୬୧ରେ ରହିଥିବା ବ୍ୟବସ୍ଥା ଅନୁଯାୟୀ ରାଜପାଳ ଚାହିଁଲେ ଏହା କରିପାରିବେ ବୋଲି ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ଏ ଏସ ବୋପନ୍ନାଙ୍କ ଦ୍ବାରା ଗଠିତ ଖଣ୍ଡପୀଠ କହିଛନ୍ତି। ଜଣେ ଆଜୀବନ କାରାଦଣ୍ଡ ଦଣ୍ଡିତ ହୋଇ ୧୪ ବର୍ଷ ଜେଲଦଣ୍ଡ ଭୋଗିବା ପରେ ଦଣ୍ଡ ଜାରି ରଖିବାକୁ ରାଜ୍ୟ ସରକାର ଚାହିଁଲେ ସେଥିପାଇଁ ଅପରାଧିକ ଦଣ୍ଡ ସଂହିତା ଧାରା ୪୩୨ ଉପଯୋଗ କରିପାରିବେ। ହେଲେ ଦଣ୍ଡ ଅବଧି ହ୍ରାସ କରିପାରିବେ ନାହିଁ। କିନ୍ତୁ ସାମ୍ବିଧାନିକ ଧାରା ୧୬୧ରେ ଉଲ୍ଲେଖ ରହିଥିବା କ୍ଷମତାକୁ କେବଳ ରାଜ୍ୟପାଳ ଉପଯୋଗ କରି ଅବଧି ହ୍ରାସ କରିପାରିବେ। ତେବେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ମନ୍ତ୍ରିମଣ୍ଡଳର ପରାମର୍ଶ ଏକାନ୍ତ ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି।

https://www.thesakala.in/national-international/supreme-courts-historic-remarks-governor-could-reduce-life-imprisonment/article-4381
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର