ନଭି ମୁମ୍ବାଇରେ ଚାଞ୍ଚଲ୍ୟ: ୬ ବର୍ଷର ଝିଅ ମରାଠୀ କହିନପାରିବାରୁ ତଣ୍ଟି ଚିପି ହତ୍ୟା କଲା ମାଆ !

Madhusudan Das Picture
Published On

ମୁମ୍ବାଇ: ମହାରାଷ୍ଟ୍ରର ନଭି ମୁମ୍ବାଇରେ ଏକ ଅତ୍ୟନ୍ତ ଦୁଃଖଦାୟକ ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ମରାଠୀ ଭାଷା କହିନପାରିବାରୁ ଜଣେ ମାଆ ନିଜର ୬ ବର୍ଷର ଶିଶୁ କନ୍ୟାକୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରଥମେ ଘଟଣାକୁ ଲୁଚାଇବା ପାଇଁ ଶିଶୁଟିର ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଛି ବୋଲି ପ୍ରଚାର କରାଯାଇଥିଲା, କିନ୍ତୁ ପୋଲିସର ତଦନ୍ତ ପରେ ସତ୍ୟ ପଦାକୁ ଆସିଛି।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

କଲମ୍ବୋଲି ଅଞ୍ଚଳର ଗୁରୁସଙ୍କଳ୍ପ ହାଉସିଂ ସୋସାଇଟିରେ ଏହି ଘଟଣା ଘଟିଛି। ଡିସେମ୍ବର ୨୩ ତାରିଖ ରାତିରେ ଶିଶୁଟିକୁ ଅଚେତ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପ୍ରାଥମିକ ଭାବେ ଏହା ଏକ ହୃଦଘାତ ବୋଲି କୁହାଯାଇଥିଲେ ହେଁ, କଲମ୍ବୋଲି ଥାନାର ବରିଷ୍ଠ ପୋଲିସ ଇନ୍ସପେକ୍ଟର ରାଜେନ୍ଦ୍ର କୋଟେ ସନ୍ଦେହ ପ୍ରକାଶ କରି ଶବ ବ୍ୟବଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ରିପୋର୍ଟରୁ ଜଣାପଡିଥିଲା ଯେ ଶ୍ୱାସରୁଦ୍ଧ ହେବା କାରଣରୁ ଶିଶୁଟିର ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ପୋଲିସ ସୂଚନା ଅନୁଯାୟୀ, ପରିବାରରେ ସ୍ୱାମୀ ଜଣେ ଆଇଟି ଇଞ୍ଜିନିୟର ହୋଇଥିବାବେଳେ ଅଭିଯୁକ୍ତ ମହିଳା ଜଣକ ବିଏସସି ଡିଗ୍ରୀ ହାସଲ କରିଛନ୍ତି। ୨୦୧୯ରେ ଜନ୍ମ ହୋଇଥିବା ସେମାନଙ୍କ ଝିଅ କଥା କହିବାରେ ସମସ୍ୟା ଭୋଗୁଥିଲା ଏବଂ ମରାଠୀ ବଦଳରେ କେବଳ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିଲା। ଏହି କାରଣରୁ ମାଆ ଅତ୍ୟନ୍ତ କ୍ଷୁବ୍ଧ ଥିଲେ ଏବଂ ବାରମ୍ବାର ସ୍ୱାମୀଙ୍କୁ କହୁଥିଲେ ଯେ, "ମୋର ଏମିତି ପିଲା ଦରକାର ନାହିଁ, ସେ ଠିକ ଭାବରେ କଥା କହିପାରୁନି।"

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୋଲିସ ବାପା-ମାଆଙ୍କୁ ଦୀର୍ଘ ୬ ଘଣ୍ଟା ଧରି ଜେରା କରିଥିଲା। ଶେଷରେ ମାଆ ନିଜେ ଝିଅକୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ଅଭିଯୁକ୍ତ ମହିଳା ଜଣକ ମାନସିକ ଚିକିତ୍ସାଧୀନ ଥିଲେ। ପୋଲିସ ମହିଳାଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର