ସଲ୍ଟ ଲେକ୍ ଷ୍ଟାଡିୟମରେ ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମ ବିଭ୍ରାଟ: ଇସ୍ତଫା ଦେଲେ ପଶ୍ଚିମବଙ୍ଗ କ୍ରୀଡ଼ାମନ୍ତ୍ରୀ ଅରୂପ ବିଶ୍ୱାସ

Madhusudan Das Picture
Published On

କୋଲକାତା: ଲୋକପ୍ରିୟ ଫୁଟବଲ ତାରକା ଲିଓନେଲ୍ ମେସିଙ୍କ କୋଲକାତା ଗସ୍ତ କାର୍ଯ୍ୟକ୍ରମରେ ହୋଇଥିବା ଚରମ ଅବ୍ୟବସ୍ଥାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇଉଠିଛି। ଏହି ଘଟଣାର ନୈତିକ ଦାୟିତ୍ୱ ନେଇ ପଶ୍ଚିମବଙ୍ଗ କ୍ରୀଡ଼ାମନ୍ତ୍ରୀ ଅରୂପ ବିଶ୍ୱାସ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଇସ୍ତଫା ଗ୍ରହଣ କରିବା ସହ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ କ୍ରୀଡ଼ା ବିଭାଗର ଦାୟିତ୍ୱ ନିଜେ ସମ୍ଭାଳିବେ ବୋଲି ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ପ୍ରତିଷ୍ଠାତା ଲଳିତ ମୋଦୀଙ୍କ ୮ଟି ବଡ଼ ଖୁଲାସା: ଦାଉଦ ଇବ୍ରାହିମ, ପିଏମ ମୋଦୀ ଏବଂ ପୁଅର ଅପହରଣକୁ ନେଇ କହିଲେ ବଡ଼ କଥା

ଡିସେମ୍ବର ୧୩ ତାରିଖରେ ପଶ୍ଚିମବଙ୍ଗର ସଲ୍ଟ ଲେକ୍ ଷ୍ଟାଡିୟମରେ ଆୟୋଜିତ ମେସିଙ୍କ 'G.O.A.T India Tour 2025' କାର୍ଯ୍ୟକ୍ରମରେ ବ୍ୟାପକ ବିଭ୍ରାଟ ଦେଖିବାକୁ ମିଳିଥିଲା। ପ୍ରାୟ ୫୦,୦୦୦ ଦର୍ଶକ ୪,୫୦୦ ରୁ ୧୮,୦୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଟିକେଟ୍ କିଣି ଷ୍ଟାଡିୟମରେ ପହଞ୍ଚିଥିଲେ। କିନ୍ତୁ କିଛି ସମୟ ମଧ୍ୟରେ ଏହା ଏକ ଲଜ୍ଜାଜନକ ଘଟଣାରେ ପରିଣତ ହୋଇଥିଲା । ଷ୍ଟାଡିୟମରେ ଚେୟାର ଏବଂ ବୋତଲ ଫିଙ୍ଗାଯାଇଥିଲା । ବିଶୃଙ୍ଖଳା ଚରମରେ ପହଞ୍ଚିଥିଲା । ଫୁଟବଲର୍ ମେସିଙ୍କୁ ନେତା ଓ ମନ୍ତ୍ରୀ ଘେରି ରହିଥିଲେ, ତେଣୁ ତାଙ୍କୁ ଦେଖିହେଲାନି ବୋଲି ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଥିଲେ ମେସିଙ୍କ ପ୍ରଶଂସକ । ଏହାପରେ ଦର୍ଶକମାନେ ଉତ୍ତ୍ୟକ୍ତ ହୋଇ ବ୍ୟାନର ଚିରିବା ସହ ବୋତଲ ଫିଙ୍ଗିଥିଲେ ଏବଂ ଆସବାବପତ୍ର ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ଷ୍ଟାଡିୟମର ପ୍ରାୟ ୨ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଇଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସେନାର ଏମଆଇ-୧୭ ହେଲିକପ୍ଟର କ୍ରାସ୍: ସମସ୍ତ କର୍ମଚାରୀଙ୍କ ମୃତ୍ୟୁ

ଏହି ଘଟଣାକୁ ଗୁରୁତର ସହ ନେଇ ରାଜ୍ୟ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। କଲିକତା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଅସୀମ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଛି। ଏଥିସହ ବିଧାନନଗର ଡିସିପି ଅନୀଶ ସରକାରଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଡିଜିପି ରାଜୀବ କୁମାରଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଅନ୍ୟପକ୍ଷରେ, ଏହି କାର୍ଯ୍ୟକ୍ରମର ଘରୋଇ ଆୟୋଜକ ସତଦ୍ରୁ ଦତ୍ତଙ୍କୁ ପୋଲିସ ଗିରଫ କରିଛି ଏବଂ କୋର୍ଟ ତାଙ୍କୁ ଦୁଇ ସପ୍ତାହ ପାଇଁ ପୋଲିସ ହେପାଜତକୁ ପଠାଇଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍: 'ମିଡିଲ୍ ଇଷ୍ଟର ଗୁଣ୍ଡା ଶେଷ' ବୋଲି କହିଲେ ଟ୍ରମ୍ପ, ଇରାନର ପଲଟାବାର

ଏହି ଘଟଣାକୁ ନେଇ ଏଆଇଏଫଏଫ ସଭାପତି କଲ୍ୟାଣ ଚୌବେ କହିଛନ୍ତି ଯେ ଏହି ଅବ୍ୟବସ୍ଥା ଯୋଗୁଁ ଅନ୍ତର୍ଜାତୀୟ ସ୍ତରରେ ବେଙ୍ଗଲର ଛବି ମଳିନ ପଡିଛି ଏବଂ ଏହାର ପ୍ରଭାବ ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ରହିବ। ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ମେସି ଓ ତାଙ୍କ ପ୍ରଶଂସକଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି।

16 Dec 2025 By Madhusudan Das

ସଲ୍ଟ ଲେକ୍ ଷ୍ଟାଡିୟମରେ ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମ ବିଭ୍ରାଟ: ଇସ୍ତଫା ଦେଲେ ପଶ୍ଚିମବଙ୍ଗ କ୍ରୀଡ଼ାମନ୍ତ୍ରୀ ଅରୂପ ବିଶ୍ୱାସ

କୋଲକାତା: ଲୋକପ୍ରିୟ ଫୁଟବଲ ତାରକା ଲିଓନେଲ୍ ମେସିଙ୍କ କୋଲକାତା ଗସ୍ତ କାର୍ଯ୍ୟକ୍ରମରେ ହୋଇଥିବା ଚରମ ଅବ୍ୟବସ୍ଥାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇଉଠିଛି। ଏହି ଘଟଣାର ନୈତିକ ଦାୟିତ୍ୱ ନେଇ ପଶ୍ଚିମବଙ୍ଗ କ୍ରୀଡ଼ାମନ୍ତ୍ରୀ ଅରୂପ ବିଶ୍ୱାସ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଇସ୍ତଫା ଗ୍ରହଣ କରିବା ସହ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ କ୍ରୀଡ଼ା ବିଭାଗର ଦାୟିତ୍ୱ ନିଜେ ସମ୍ଭାଳିବେ ବୋଲି ଘୋଷଣା କରିଛନ୍ତି।

ଡିସେମ୍ବର ୧୩ ତାରିଖରେ ପଶ୍ଚିମବଙ୍ଗର ସଲ୍ଟ ଲେକ୍ ଷ୍ଟାଡିୟମରେ ଆୟୋଜିତ ମେସିଙ୍କ 'G.O.A.T India Tour 2025' କାର୍ଯ୍ୟକ୍ରମରେ ବ୍ୟାପକ ବିଭ୍ରାଟ ଦେଖିବାକୁ ମିଳିଥିଲା। ପ୍ରାୟ ୫୦,୦୦୦ ଦର୍ଶକ ୪,୫୦୦ ରୁ ୧୮,୦୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଟିକେଟ୍ କିଣି ଷ୍ଟାଡିୟମରେ ପହଞ୍ଚିଥିଲେ। କିନ୍ତୁ କିଛି ସମୟ ମଧ୍ୟରେ ଏହା ଏକ ଲଜ୍ଜାଜନକ ଘଟଣାରେ ପରିଣତ ହୋଇଥିଲା । ଷ୍ଟାଡିୟମରେ ଚେୟାର ଏବଂ ବୋତଲ ଫିଙ୍ଗାଯାଇଥିଲା । ବିଶୃଙ୍ଖଳା ଚରମରେ ପହଞ୍ଚିଥିଲା । ଫୁଟବଲର୍ ମେସିଙ୍କୁ ନେତା ଓ ମନ୍ତ୍ରୀ ଘେରି ରହିଥିଲେ, ତେଣୁ ତାଙ୍କୁ ଦେଖିହେଲାନି ବୋଲି ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଥିଲେ ମେସିଙ୍କ ପ୍ରଶଂସକ । ଏହାପରେ ଦର୍ଶକମାନେ ଉତ୍ତ୍ୟକ୍ତ ହୋଇ ବ୍ୟାନର ଚିରିବା ସହ ବୋତଲ ଫିଙ୍ଗିଥିଲେ ଏବଂ ଆସବାବପତ୍ର ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ଷ୍ଟାଡିୟମର ପ୍ରାୟ ୨ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଇଛି।

ଏହି ଘଟଣାକୁ ଗୁରୁତର ସହ ନେଇ ରାଜ୍ୟ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। କଲିକତା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଅସୀମ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଛି। ଏଥିସହ ବିଧାନନଗର ଡିସିପି ଅନୀଶ ସରକାରଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଡିଜିପି ରାଜୀବ କୁମାରଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଅନ୍ୟପକ୍ଷରେ, ଏହି କାର୍ଯ୍ୟକ୍ରମର ଘରୋଇ ଆୟୋଜକ ସତଦ୍ରୁ ଦତ୍ତଙ୍କୁ ପୋଲିସ ଗିରଫ କରିଛି ଏବଂ କୋର୍ଟ ତାଙ୍କୁ ଦୁଇ ସପ୍ତାହ ପାଇଁ ପୋଲିସ ହେପାଜତକୁ ପଠାଇଛନ୍ତି।

ଏହି ଘଟଣାକୁ ନେଇ ଏଆଇଏଫଏଫ ସଭାପତି କଲ୍ୟାଣ ଚୌବେ କହିଛନ୍ତି ଯେ ଏହି ଅବ୍ୟବସ୍ଥା ଯୋଗୁଁ ଅନ୍ତର୍ଜାତୀୟ ସ୍ତରରେ ବେଙ୍ଗଲର ଛବି ମଳିନ ପଡିଛି ଏବଂ ଏହାର ପ୍ରଭାବ ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ରହିବ। ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ମେସି ଓ ତାଙ୍କ ପ୍ରଶଂସକଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର