ମୋରାଦାବାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ଗୋଟିଏ ପରିବାରର ୬ଜଣଙ୍କ ଜୀବନ

Madhusudan Das Picture
Published On

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ମୋରାଦାବାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୬ଜଣଙ୍କ ଜୀବନ । ଦୁର୍ଘଟଣାରେ ୫ ଜଣ ଆହତ ହୋଇଥିବା ମଧ୍ୟ ଜଣାପଡିଛି । ଏକ ଦ୍ରୁତଗାମୀ ରୋଡୱେଜ୍ ବସ୍ ପଛରୁ ଏକ ଟେମ୍ପୋ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ମୃତ୍ୟୁ ହୋଇଥିବା ୬ ଜଣ ଗୋଟିଏ ପରିବାରର ସଦସ୍ୟ ବୋଲି ସ୍ପଷ୍ଟ କରିଛି ପୋଲିସ । ଏଥିସହ ଏହି ଦୁର୍ଘଟଣାରେ ଆହତ ହୋଇଥିବା ୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ସେମାନଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳୁଛି । ନିୟନ୍ତ୍ରଣ ହରାଇବାରୁ ଏପରି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହୁଛନ୍ତି । 

ଆହୁରି ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀରେ ଭାରତ ଆସୁଥିବା ଜାହାଜ ଉପରକୁ ଗୁଳିମାଡ଼ ସହ ଜାହାଜକୁ ନିଜ କବ୍‌ଜାକୁ ନେଲା IRGC

ସୂଚନାନୁଯାୟୀ, ଟେମ୍ପୋରେ ଥିବା ଲୋକମାନେ ରଫତପୁରରୁ ଏକ ମ୍ୟାରେଜ୍ ପାର୍ଟିକୁ ଯାଉଥିବାବେଳେ କଟଘର ଥାନା ଅଞ୍ଚଳର ରଫତପୁର ଅଣ୍ଡରପାସ୍‌ର ଜିରୋ ପଏଣ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ମୃତକମାନଙ୍କ ପରିଚୟ ଚିହ୍ନଟ କରିଛି ପୋଲିସ । ସମସ୍ତେ ମୋଟିଏ ପରିବାରର ଏବଂ କୁଣ୍ଡାରକି ଅବଦୁଲ୍ଲାପୁର ଗାଁର ବାସିନ୍ଦା ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ଅନ୍ୟ ୫ ଜଣ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି ।

ଆହୁରି ପଢ଼ନ୍ତୁ: ମିର୍ଜାପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ଟ୍ରକ୍ ମଝିରେ ଚାପିହୋଇଗଲା କାର୍, ୧୧ ମୃତ

01 Dec 2025 By Madhusudan Das

ମୋରାଦାବାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ଗୋଟିଏ ପରିବାରର ୬ଜଣଙ୍କ ଜୀବନ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ମୋରାଦାବାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୬ଜଣଙ୍କ ଜୀବନ । ଦୁର୍ଘଟଣାରେ ୫ ଜଣ ଆହତ ହୋଇଥିବା ମଧ୍ୟ ଜଣାପଡିଛି । ଏକ ଦ୍ରୁତଗାମୀ ରୋଡୱେଜ୍ ବସ୍ ପଛରୁ ଏକ ଟେମ୍ପୋ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ମୃତ୍ୟୁ ହୋଇଥିବା ୬ ଜଣ ଗୋଟିଏ ପରିବାରର ସଦସ୍ୟ ବୋଲି ସ୍ପଷ୍ଟ କରିଛି ପୋଲିସ । ଏଥିସହ ଏହି ଦୁର୍ଘଟଣାରେ ଆହତ ହୋଇଥିବା ୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ସେମାନଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳୁଛି । ନିୟନ୍ତ୍ରଣ ହରାଇବାରୁ ଏପରି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହୁଛନ୍ତି । 

ସୂଚନାନୁଯାୟୀ, ଟେମ୍ପୋରେ ଥିବା ଲୋକମାନେ ରଫତପୁରରୁ ଏକ ମ୍ୟାରେଜ୍ ପାର୍ଟିକୁ ଯାଉଥିବାବେଳେ କଟଘର ଥାନା ଅଞ୍ଚଳର ରଫତପୁର ଅଣ୍ଡରପାସ୍‌ର ଜିରୋ ପଏଣ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ମୃତକମାନଙ୍କ ପରିଚୟ ଚିହ୍ନଟ କରିଛି ପୋଲିସ । ସମସ୍ତେ ମୋଟିଏ ପରିବାରର ଏବଂ କୁଣ୍ଡାରକି ଅବଦୁଲ୍ଲାପୁର ଗାଁର ବାସିନ୍ଦା ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ଅନ୍ୟ ୫ ଜଣ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର