ଡିସେମ୍ବର ୪ରେ ଭାରତ ଗସ୍ତରେ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍

Madhusudan Das Picture
Published On

ନୂଆଦିଲ୍ଲୀ: ଡିସେମ୍ବର ୪ରେ ଭାରତ ଗସ୍ତରେ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ୨ ଦିନିଆ ଭାରତ ଗସ୍ତରେ ଆସିବେ ଭ୍ଲାଦିମିର ପୁଟିନ୍ । ପୁଟିନ୍ ଡିସେମ୍ବର ୪ ଏବଂ ୫ ତାରିଖରେ ଭାରତ ଗସ୍ତରେ ଆସିବେ । ୨୩ତମ ରୁଷିଆ-ଭାରତ ସମ୍ମିଳନୀ ପାଇଁ ଭାରତ ଆସିବେ ପୁଟିନ୍ । ୨୦୨୨ରେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପୁଟିନଙ୍କ ଏହା ହେବ ପ୍ରଥମ ଭାରତ ଗସ୍ତ । ବୈଦେଶିକ ମନ୍ତ୍ରାଳୟର ସୂଚନା ଅନୁସାରେ, ୨୩ତମ ଭାରତ-ରୁଷ ବୈଠକରେ ରୁଷିଆ ରାଷ୍ଟ୍ରପତି ଯୋଗଦେବେ । ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।  

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ପୁଟିନଙ୍କ ୨ ଦିନିଆ ଭାରତ ଗସ୍ତରେ ସେ ୨୩ତମ ଭାରତ-ରୁଷ୍ ଶିଖର ସମ୍ମିଳନୀରେ ସାମିଲ ହେବେ । ଗସ୍ତରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ପ୍ରଗତି ସମୀକ୍ଷା କରାଯିବ । ପରବର୍ତ୍ତୀ ସହଯୋଗ ପାଇଁ ମାର୍ଗ ନିର୍ଦ୍ଧାରଣ କରାଯିବ । ଦୁଇ ବିଶ୍ୱ ନେତାଙ୍କ ମଧ୍ୟରେ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବ । ଦୁଇ ଦେଶ ମଧ୍ୟରେ ଦୀର୍ଘକାଳାଳୀନ ରଣନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ମଧ୍ୟ ଧ୍ୟାନ ଦିଆଯିବ । ଏହା ପୂର୍ବରୁ ୨୦୨୧ରେ ପୁଟିନ୍‌ ନୂଆଦିଲ୍ଲୀ ଗସ୍ତ କରିଥିଲେ ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର