ଆଜି ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ: ଅପରାହ୍ଣ ୪ଟାରେ ପ୍ରେସମିଟ୍

The Sakala Picture
Published On

ନୂଆଦିଲ୍ଲୀ: ସମସ୍ତଙ୍କ ଅପେକ୍ଷାର ଅନ୍ତ ଘଟାଇ ଆଜି ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ଭାରତର ନିର୍ବାଚନ କମିଶନ (ECI)। ଆଜି ଅପରାହ୍ଣ ୪ଟାରେ ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ (ପ୍ରେସମିଟ୍) ଆୟୋଜନ କରାଯାଇଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ବିହାର ନିର୍ବାଚନ ସହ ଓଡ଼ିଶାର ଉପନିର୍ବାଚନ ତାରିଖ ବି ହୋଇପାରେ ଘୋଷଣା

ମୁଖ୍ୟତଃ, ବିହାର ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ଏହା ସହିତ ଓଡ଼ିଶାର ନୂଆପଡ଼ା ସମେତ ବିଭିନ୍ନ ରାଜ୍ୟର ଅନ୍ୟାନ୍ୟ ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନର ତାରିଖ ମଧ୍ୟ ଆଜି ଘୋଷଣା ହୋଇପାରେ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଗତ ଦୁଇ ଦିନ ଧରି ନିର୍ବାଚନ କମିଶନ ପକ୍ଷରୁ ବିହାରର ନିର୍ବାଚନ ସ୍ଥିତି ସମୀକ୍ଷା କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ ବିହାର ବିଧାନସଭା ନିର୍ବାଚନ ପାଇଁ ୧୭ଟି ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

ନିର୍ବାଚନକୁ ସୁରୁଖୁରୁରେ ଓ ସୁରକ୍ଷିତ ଭାବେ ଶେଷ କରିବା ପାଇଁ ଏହି ନୂଆ ବ୍ୟବସ୍ଥାଗୁଡ଼ିକ କରାଯାଇଛି:

  • ଭୋଟର ସଂଖ୍ୟା ସୀମିତ: ଗୋଟିଏ ପୋଲିଂ ଷ୍ଟେସନରେ ସର୍ବାଧିକ ୧୨୦୦ ଭୋଟର ଭୋଟ୍ ଦେବାର ବ୍ୟବସ୍ଥା କରାଯାଇଛି, ଯାହାଦ୍ୱାରା ଅଧିକ ଭିଡ଼ ଏବଂ ଲମ୍ବା ଲାଇନ୍ ଏଡ଼ାଯାଇ ପାରିବ।
  • ମୋବାଇଲ ଫୋନ୍ ନିଷେଧ: ଭୋଟ୍ ଗ୍ରହଣ କେନ୍ଦ୍ର ନିକଟରେ ମୋବାଇଲ୍ ଫୋନ୍ ଜମା କରିବାର ବ୍ୟବସ୍ଥା କରାଯିବ।
  • ଇଭିଏମ୍‌ରେ ପରିବର୍ତ୍ତନ: ନୂଆ ବ୍ୟବସ୍ଥା ଅନୁସାରେ, ବାଲଟ୍ ପେପର ଇନସର୍ଟ କରିବା ପରେ ସିରିୟଲ୍ ନମ୍ବର ବଡ଼ ଆକାରରେ ଦେଖାଯିବ।
  • ରଙ୍ଗୀନ ଫଟୋ: ପ୍ରାର୍ଥୀଙ୍କ ଫଟୋ ରଙ୍ଗିନ ଆକାରରେ ଇଭିଏମ୍‌ରେ ଦିଶିବ।

ଯଦି କୌଣସି ରାଜନୈତିକ ଦଳ ନିର୍ବାଚନ ତାଲିକାରେ କୌଣସି ନାମ ବାଦ୍ ପଡ଼ିଥିବା ଆଶଙ୍କା କରନ୍ତି, ତେବେ ସେମାନେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି। ବିହାରରେ ଏହି ସମୀକ୍ଷାରେ ୯୦ ହଜାର ବିଏଲ୍‌ଓ (BLO) ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

କମିଶନଙ୍କ ସମୀକ୍ଷା ବୈଠକରେ ଜ୍ଞାନେଶ କୁମାରଙ୍କ ସହ ଅନ୍ୟ ଦୁଇ କମିଶନର ସୁଖବୀର ସିଂ ସାନ୍ଧୁବିବେକ ଯୋଶୀ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର