ବ୍ୟାଙ୍କ ଋଣ ନ ଶୁଝିଲେ ଲକ୍‌ ହେବ ଫୋନ୍‌

The Sakala Picture
Published On

ମୁମ୍ବଇ: ଋଣଦାତାଙ୍କ ପୁନରୁଦ୍ଧାର କ୍ଷମତା ବୃଦ୍ଧି କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଏକ ନୂତନ ନିୟମ ଆଣିବାକୁ ବିଚାର କରୁଛି। ଏହି ନିୟମ ଅନୁଯାୟୀ, ଋଣଦାତାମାନେ ବହୁ ଦୂରରେ ଥାଇ ମଧ୍ୟ ଖିଲାପକାରୀଙ୍କ ଫୋନ୍ ଲକ୍ କରିପାରିବେ। ଗତ ବର୍ଷ ଭାରତୀୟ ରିଜର୍ଭ ବ୍ୟାଙ୍କ ଋଣଦାତାମାନଙ୍କୁ ଋଣ ଖିଲାପକାରୀଙ୍କ ଫୋନ୍ ଲକ୍ କରିବାକୁ କହିଥିଲା। ଡିଭାଇସ୍ ଲକ୍ ବା ବନ୍ଦ କରିବା ପାଇଁ ଋଣ ପ୍ରଦାନ ସମୟରେ ଋଣଗ୍ରହୀତାଙ୍କ ଫୋନ୍‌ରେ ଏକ ଆପ୍ ସଂସ୍ଥାପିତ […]

ମୁମ୍ବଇ: ଋଣଦାତାଙ୍କ ପୁନରୁଦ୍ଧାର କ୍ଷମତା ବୃଦ୍ଧି କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଏକ ନୂତନ ନିୟମ ଆଣିବାକୁ ବିଚାର କରୁଛି। ଏହି ନିୟମ ଅନୁଯାୟୀ, ଋଣଦାତାମାନେ ବହୁ ଦୂରରେ ଥାଇ ମଧ୍ୟ ଖିଲାପକାରୀଙ୍କ ଫୋନ୍ ଲକ୍ କରିପାରିବେ। ଗତ ବର୍ଷ ଭାରତୀୟ ରିଜର୍ଭ ବ୍ୟାଙ୍କ ଋଣଦାତାମାନଙ୍କୁ ଋଣ ଖିଲାପକାରୀଙ୍କ ଫୋନ୍ ଲକ୍ କରିବାକୁ କହିଥିଲା। ଡିଭାଇସ୍ ଲକ୍ ବା ବନ୍ଦ କରିବା ପାଇଁ ଋଣ ପ୍ରଦାନ ସମୟରେ ଋଣଗ୍ରହୀତାଙ୍କ ଫୋନ୍‌ରେ ଏକ ଆପ୍ ସଂସ୍ଥାପିତ ହେବ। ଋଣଦାତାଙ୍କ ସହ ଆଲୋଚନା ପରେ ଆର୍‌ବିଆଇ ଆଗାମୀ କିଛି ମାସ ମଧ୍ୟରେ ଫେୟାର ପ୍ରାକ୍ଟିସ୍ କୋଡ୍ ଅପଡେଟ୍ କରିବା ସହିତ ଫୋନ୍-ଲକ୍ କରିବା ପଦ୍ଧତି ଉପରେ ନିର୍ଦ୍ଦେଶାବଳୀ ଜାରି କରିପାରେ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଏଥିରେ ଆର୍‌ବିଆଇ ଦୁଇଟି ଜିନିଷ ସୁନିଶ୍ଚିତ କରିବାକୁ ଚାହୁଁଛି, ପ୍ରଥମତଃ ଋଣଦାତାମାନେ ଫୋନ୍ ଲକ୍ କରି ଋଣ ରାଶି ଆଦାୟ କରିପାରିବେ। ଦ୍ୱିତୀୟତଃ ଗ୍ରାହକଙ୍କ ତଥ୍ୟ ମଧ୍ୟ ସୁରକ୍ଷିତ ରଖାଯିବ। ଯଦି ଆର୍‌ବିଆଇର ଏହି ନିୟମ କାର୍ଯ୍ୟକାରୀ ହୁଏ, ତେବେ ଏହା ବଜାଜ୍‌ ଫାଇନାନ୍ସ, ଡିଏମ୍‌ଆଇ ଫାଇନାନ୍ସ ଏବଂ ଚୋଲାମଣ୍ଡଳମ୍ ଫାଇନାନ୍ସ ଭଳି ଗ୍ରାହକ ଉତ୍ପାଦ ପାଇଁ ଋଣ ଦେଉଥିବା କମ୍ପାନୀଗୁଡ଼ିକୁ ଲାଭ ଦେଇପାରେ, ଯାହା ଅସୁଲି ସମ୍ଭାବନାକୁ ବୃଦ୍ଧି କରିପାରିବ। ଏହି ନିୟମ ଲାଗୁ ହେବା ପରେ କରଜଦାତାଙ୍କ କ୍ଷମତା ବଢ଼ିଯିବ। ୨୦୨୪ରେ ହୋମ୍ କ୍ରେଡିଟ୍ ଫାଇନାନ୍ସ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଦେଶର ଏକ ତୃତୀୟାଂଶରୁ ଅଧିକ ଉପଭୋକ୍ତା ମୋବାଇଲ୍ ଫୋନ୍ ଭଳି ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ଋଣ ନେଇ କିଣିଥାନ୍ତି। କ୍ରେଡିଟ୍ ବ୍ୟୁରୋ ସିଆର୍‌ଆଇଏଫ୍‌ ହାଇମାର୍କ ଅନୁଯାୟୀ, ୧ ଲକ୍ଷ ଟଙ୍କାରୁ କମ୍ ଋଣ ଖିଲାପକାରୀ ଅଧିକ ବିପଦପୂର୍ଣ୍ଣ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର