ନଜ କର୍ମଚାରୀଙ୍କୁ ମାଗଣାରେ ଟିକା ଦେବେ ଏହି ଦୁଇ କମ୍ପାନୀ

The Sakala Picture
Published On

ନୂଆଦିଲ୍ଲୀ : ସୂଚନା ପ୍ରଯୁକ୍ତି ଉଦ୍ୟୋଗ ଇନଫୋସିସ୍ ଲିମିଟେଡ ଓ କନସଲଟାଣ୍ଟ ଆଉଟ ସୋର୍ସିଂ କମ୍ପାନୀ ଆସେଞ୍ଚର ଘୋଷଣା କରିଛନ୍ତି କି ଭାରତରେ ଥିବା ସେମାନଙ୍କ କର୍ମଚାରୀଙ୍କ କୋଭିଡ-୧୯ ଟିକା ଖର୍ଚ୍ଚ କମ୍ପାନୀ ତରଫରୁ ବହନ କରାଯିବ । ଭାରତରେ ଟୀକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ସୋମବାର ଠାରୁ ଆରମ୍ଭ ହୋଇଛି ଯେଉଁଥିରେ ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ବିଭିନ୍ନ ରୋଗରେ ପିଡିତ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଉଛି। ସରକାରୀ ଡାକ୍ତରଖାନାଗୁଡ଼ିକରେ ଟିକାକରଣ ମାଗଣା […]

ନୂଆଦିଲ୍ଲୀ : ସୂଚନା ପ୍ରଯୁକ୍ତି ଉଦ୍ୟୋଗ ଇନଫୋସିସ୍ ଲିମିଟେଡ ଓ କନସଲଟାଣ୍ଟ ଆଉଟ ସୋର୍ସିଂ କମ୍ପାନୀ ଆସେଞ୍ଚର ଘୋଷଣା କରିଛନ୍ତି କି ଭାରତରେ ଥିବା ସେମାନଙ୍କ କର୍ମଚାରୀଙ୍କ କୋଭିଡ-୧୯ ଟିକା ଖର୍ଚ୍ଚ କମ୍ପାନୀ ତରଫରୁ ବହନ କରାଯିବ । ଭାରତରେ ଟୀକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ସୋମବାର ଠାରୁ ଆରମ୍ଭ ହୋଇଛି ଯେଉଁଥିରେ ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ବିଭିନ୍ନ ରୋଗରେ ପିଡିତ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଉଛି। ସରକାରୀ ଡାକ୍ତରଖାନାଗୁଡ଼ିକରେ ଟିକାକରଣ ମାଗଣା ଥିବାବେଳେ ଘରୋଇ ଡାକ୍ତରଖାନାଗୁଡ଼ିକ ଡୋଜ ପିଛା ୨୫୦ରୁ ଅଧିକ ଟଙ୍କା ରହିଛି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ରଏଟର୍ସ ରିପୋର୍ଟ ଅନୁଯାୟୀ, ଏହି କମ୍ପାନୀ ଗୁଡିକ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ଟିକାକରଣ ପାଇଁ ଇନଫୋସିସ୍ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ସହ ଆଲୋଚନା କରୁଛନ୍ତି। ଏଭଳି ସୂଚନା ଦେଇଛନ୍ତି ଇନଫୋସିସର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ପ୍ରବୀଣ ରାଓ। ଇନଫୋସିସ୍‌ରେ ପ୍ରାୟ ୨ଲକ୍ଷ ୪୨ହଜାର କର୍ମଚାରୀ ଅଛନ୍ତି। ଏହା ସହିତ ଆଉଟସୋର୍ସିଂ ସେବା ପ୍ରଦାନକାରୀ କମ୍ପାନୀ ଆସେନଚୁଏର ଏହାର କମ୍ପାନୀଙ୍କ ଟିକା ଖର୍ଚ୍ଚ ବହନ କରିବାକୁ କହିଛି। ଆସେନଚୁଏର ଭାରତରେ ଦେଢ ଲକ୍ଷ କର୍ମଚାରୀ ଅଛନ୍ତି। ଦେଶର ଅନ୍ୟାନ୍ୟ କେତେକ କମ୍ପାନୀ ଯଥା ମହିନ୍ଦ୍ରା ଗ୍ରୁପ୍‌, ଆଇଟିସି ଲିମିଟେଡ ଆଦି ନିଜ କର୍ମଚାରୀଙ୍କ ଟିକା ଖର୍ଚ୍ଚ ବହନ କରିବାକୁ ବିଚାର କରୁଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର