ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ

The Sakala Picture
Published On

ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ ଲାଗୁ କରିବାର ଦିନକ ପରେ ପୁଟିନଙ୍କୁ ଭେଟିଲେ ଡୋଭାଲ। ଭାରତ ରୁଷ ଦ୍ଵିପାକ୍ଷିକ ସମ୍ପର୍କ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ରଣନୀତିକ ସହଭାଗିତା ଓ ପ୍ରତିବଦ୍ଧତା ଉପରେ ଦୁଇ ଦେଶ ଗୁରୁତ୍ଵାରୋ କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବା […]

ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ ଲାଗୁ କରିବାର ଦିନକ ପରେ ପୁଟିନଙ୍କୁ ଭେଟିଲେ ଡୋଭାଲ। ଭାରତ ରୁଷ ଦ୍ଵିପାକ୍ଷିକ ସମ୍ପର୍କ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ରଣନୀତିକ ସହଭାଗିତା ଓ ପ୍ରତିବଦ୍ଧତା ଉପରେ ଦୁଇ ଦେଶ ଗୁରୁତ୍ଵାରୋ କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବା ପାଇଁ ଏକ ନିର୍ଦ୍ଦେଶର ପରେ ପୁଣି ମୋଟ ଆମଦାନୀ ଶୁଳ୍କ ୫୦ପ୍ରତିଶତକୁ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଆଜି ୟୁକ୍ରେନରେ ଯୁଦ୍ଧ ସମାପ୍ତ କରିବାକୁ ରାଜି ନ ହେଲେ ଏହା ଚତୁର୍ଥ ବର୍ଷରେ ପଦାର୍ପଣ କରିବ। ସେପଟେ ଭାରତ ଉପରେ ଟାରିଫ ବୃଦ୍ଧିକୁ ଦୁର୍ଭାଗ୍ୟଜନକ ବୋଲି କହିଛି ଭାରତ। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସୱାଲ ଶୁଳ୍କକୁ ଅନୁଚିତ ଏବଂ ଅଯୌକ୍ତିକ ବୋଲି ନିନ୍ଦା କରିଛନ୍ତି। ନୂଆଦିଲ୍ଲୀ ଏହାର ଆର୍ଥିକ ସାର୍ବଭୌମତ୍ୱକୁ ରକ୍ଷା କରିବା ପାଇଁ ଯାହା ଆବଶ୍ୟକ ତାହା ଗ୍ରହଣ କରିବ ବୋଲି କହିଛନ୍ତି ଜୈସୱାଲ। ସେପଟେ ସିଧାସଳଖ ଆମେରିକାର ନାମ ନ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ବାହ୍ୟ ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ, ଯଦିଓ ଏହାର ମୂଲ୍ୟ ବହନ କରିବାକୁ ପଡିବ। ସେପଟେ ରାଷ୍ଟ୍ରପତି ପୁଟିନ ଏହି ବର୍ଷ ଶେଷ ସୁଦ୍ଧା ଭାରତ ଗସ୍ତ କରିବେ ବୋଲି କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର